ଆମ ଜିଲା ଖବର

ତେଲ୍‌ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ

ପାଟଣା,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଓ ଶାଖା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ସାହାରପଡ଼ା ବ୍ଲକ କୁମୁଳାବାହାଳି ଦେଇ ଯାଇଥିବା ତେଲ ନଦୀର ଜଳସ୍ତର ବଢ଼ି ପୋଲ ଉପରେ ଶନିବାର…

ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ରାଇରଙ୍ଗପୁର,୨୦।୮(ଡି.ଏନ୍‌.ଏ): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ୍‌ ଥାନା ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଇନ୍‌ ଥାନା ଅନ୍ତର୍ଗତ ରୋହିଣୀକୁଦ ଗ୍ରାମର କ୍ଷୀରୋଦ…

ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ

ବିଶୋଇ,୨୦।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ପୃକ୍ତା ନାବାଳିକା…

ହୀରାକୁଦ ଡ୍ୟାମ୍‌ର ୧୬ ଗେଟ୍‌ରୁ ବନ୍ଦ ହେଲା ଆଉ ୬ ଗେଟ୍‌

ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌ରୁ ଆଉ ୬ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହା ପୂର୍ବରୁ ସକାଳେ ୪ଟି ଗେଟ୍‌କୁ ବନ୍ଦ କରାଯାଇଥିଲା।

ଘାଟିରୁ ଖସିଲା ଅତଡା: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ ଜାତୀୟ ରାଜପଥ ନିକଟ ଜୁଡ଼ିଆ ଘାଟିରୁ ପୁଣି ଶନିବାର ମାଟି ଅତଡା ସହ ପଥର ଖସି ରାସ୍ତାରେ ପଡିଛି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ…

ଭଦ୍ରକରେ ମୁତୟନ ହେଲେ ୮ ଅଗ୍ନିଶମ, ୨ ଓଡ୍ରାଫ ଟିମ୍‌

ଭଦ୍ରକ ଅଫିସ,୨୦ା୮: ଭଦ୍ରକ ଜିଲାରେ ଶନିବାର ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ୨ ଓଡ୍ରାଫ ଟିମ୍‌ ଓ ୮ଟି…

ଅସ୍ଥାୟୀ କଲଭର୍ଟ ଉପରେ ପାଣି, ଯାନବାହନ ଚଳାଚଳ ବନ୍ଦ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାଇକିଆ- ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ…

ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ସ୍ତ୍ରୀ ଦୂତିକା ବେହେରା(୭୦)ଙ୍କ ମୃତ୍ୟୁ ଘଟିଥିବା ବେଳେ…

ହାଇଓ୍ବା ସହିତ ଜଳିଗଲେ ଡ୍ରାଇଭର

ବଣାଇଁ,୨୦।୮(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ନିକଟ ଗୀତାରାଣୀ ମାଇନ୍ସରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଝିପିଝିପି ବର୍ଷାରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ହାଇଓ୍ବା ସମ୍ପୂର୍ଣ୍ଣ ଜଳିଯାଇଛି। ହାଇଓ୍ବା ଭିତରେ ଥିବା ଡ୍ରାଇଭର ମଧ୍ୟ ଜୀବନ୍ତ ଦଗ୍ଧ…

ଭୁଶୁଡ଼ିଲା ପାଚେରି, ଚାଲିଗଲା ନାବାଳକଙ୍କ ଜୀବନ

ବାଲେଶ୍ୱର ଅଫିସ,୨୦ା୮: ଲଗାଣ ବର୍ଷାରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପରା ସ୍କୁଲ ପାଚେରି ଭୁଶୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିିଛି। ଏତଦ୍‌ବ୍ୟତୀତ ପରିବାରର ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ମୁତାବକ,…

୫ ବର୍ଷ ହେଲା ସରୁନି ଭିତରଗଡ଼ ପୋଲ

ଲକ୍ଷ୍ମୀପୁର,୨୦।୮(ସ୍ବ.ପ୍ର.): ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରି ବହୁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସେଥିରୁ ଜନସାଧାରଣ ଉପକୃତ ହୋଇପାରୁନାହାନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ କାକିରିଗୁମା-ଦାମନଯୋଡିକୁ ସଂଯୋଗ କରୁଥିବା ଭିତରଗଡ ପୋଲ ଦୀର୍ଘଦିନ ହେଲା ନିର୍ମାଣାଧୀନ ଅବସ୍ଥାରେ…

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର,୨୦।୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ଛାତ୍ରୀଛାତ୍ରମାନେ ଜୀବନକୁ ବାଜି ଲଗାଇ ନଦୀ ପାରହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?