୧୨୭ଗ୍ରାମ ବ୍ରାଉନସୁଗାର ଜବତ, ଧରାପଡିଲେ ମହିଳା ବେପାରୀ

ବ୍ରହ୍ମପୁର ଅଫିସ,୨୬।୯: ବ୍ରହ୍ମପୁର ସହରରେ ନିଶା ବେପାରୀମାନେ ଯୁବବର୍ଗଙ୍କୁ ଟାର୍ଗେଟ କରି ବ୍ରାଉନସୁଗାର କାରବାର ଜାରି ରଖିଛନ୍ତି। ଗତ ଦେଢ଼ମାସ ମଧ୍ୟରେ ଅବକାରୀ ଗୋଇନ୍ଦା ଟିମ୍‌ ୪ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ମଙ୍ଗଳବାର ପୁଣି ଅବକାରୀ ଗୋଇନ୍ଦା ବିଭାଗ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ସିଟି ହସ୍ପିଟାଲ ନିକଟରୁ ଜଣେ ମହିଳା ବ୍ରାଉନ ସୁଗାର ବେପାରୀଙ୍କୁ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ଗେଟବଜାର ସୁକାନ୍ତି ବେହେରା(୪୦)। ତାଙ୍କଠାରୁ ୧୨୭ଗ୍ରାମ ବ୍ରାଉନ ସୁଗାର ଓ ୧୧ହଜାର ଟଙ୍କା ଜବତ କରାଯାଇଛି ବୋଲି ଅବକାରୀ ଉପ ଆୟୁକ୍ତ (ଦକ୍ଷିଣାଞ୍ଚଳ) ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବାପାଙ୍କ ସହ ଦିନେ’ କାର୍ଯ୍ୟକ୍ରମ

ଲହୁଣୀପଡା,୧୬।୧୧(ଡି.ଏନ.ଏ.):  ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ରାଜାମୁଣ୍ତା ପଞ୍ଚାୟତ ମିଶରପାଲିସ୍ଥିତ ଯୋଗମାୟା ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟ ପରିସରରେ ରାଜାମୁଣ୍ଡା ବୋଲ ବମ୍‌ ସେବା ସଂଘ...

ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ...

ଏହି କାରଣରୁ ଯାଜପୁର ଡିଏସ୍‌ପିଙ୍କୁ କରାଯାଉଛି ପ୍ରଶଂସା

ଚଣ୍ଡିଖୋଲ,୧୪ା୨: ୫୩ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ବେଣାପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦମ୍ପତିଙ୍କୁ ଯାଜପୁର ଡିଏସ୍‌ପି ସଂଗ୍ରାମ ଟୁଡୁ ରବିବାର ନିଜ...

ପ୍ରଜାକୋର୍ଟରେ ଜଣଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି,୧୪।୯(ସ୍ବ.ପ୍ର.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲା ପୁଲୁମ ଗ୍ରାମର ମିଡିୟା ମଞ୍ଜାଲଙ୍କୁ ମାଓବାଦୀମାନେ ଅପହରଣ କରି ନିକଟସ୍ଥ ଜଙ୍ଗଲରେ ପ୍ରଜାକୋର୍ଟକରି ପୋଲିସ ସୂଚନାଦାତା...

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯିବ ପାର୍କ

ପଟ୍ଟାମୁଣ୍ଡାଇ,୧୨ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଦକ୍ଷିଣଦିଆ-ତାତନା ରାସ୍ତାର ମହାବୀଣାଠାରେ ଗତ ସ୍ବାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ହୋଇଥିଲା ସ୍ମାର୍ଟ ପାର୍କ। ଏହା ରକ୍ଷଣାବେକ୍ଷଣ...

ଏଫଏମ୍‌ ସ୍ବୟଂଶାସିତ କଲେଜ: ପ୍ରକାଶ ପାଇଲା ସ୍ନାତକ, ସ୍ନାତକୋତ୍ତର ପରୀକ୍ଷା ଫଳ

ବାଲେଶ୍ୱର ଅଫିସ, ୧୧।୬- ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩...

ବିହନ ଯୋଗାଉନି ବିଭାଗ

ବଅଁରପାଳ,୧୭ା୧୨(ଡି.ଏନ.ଏ.) ରବି ଚାଷ ପାଇଁ କୃଷି ସମବାୟ ସମିତିଗୁଡ଼ିକୁ ଆବଶ୍ୟକ ବିହନ ଯୋଗାଇ ଦେଉନି କୃଷି ବିଭାଗ। ଫଳରେ ଅନୁଗୋଳ କୃଷି ଜିଲା ଅଧୀନ ବଅଁରପାଳ ବ୍ଲକ...

ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ପରଲୋକ: ଶେଷ ସମ୍ମାନ ଜଣାଇଲେ ଆର୍ମି ଏଡି କଲେଜ ଯବାନ

ଗୋପାଳପୁର,୨୫ା୬: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଜଣେ ଓଡ଼ିଆ ଯବାନଙ୍କ ରବିବାର ସକାଳେ ହୃତ୍‌ଘାତରେ ପରଲୋକ ଘଟିଛି। ସେ ହେଲେ ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ପି....

Advertisement
Archives

Model This Week