କଳାହାଣ୍ଡିରେ ଥମୁନି ଝାଡ଼ାବାନ୍ତି, ଶିରୋଲ ଗାଁରେ ୩୬ ଆକ୍ରାନ୍ତ

କେସିଙ୍ଗା,୨୬।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଶିରୋଲ ଗ୍ରାମରେ ଥମୁନାହିଁ ଝାଡ଼ାବାନ୍ତି। ଗତ ୬ଦିନ ହେଲା ଗ୍ରାମରେ ଝାଡ଼ାବାନ୍ତି ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ୩୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନେ ହେଲେ ଯୋଗେନ୍ଦ୍ର ଗୌଡ଼(୫୦) ଓ ପଦୁ ଭୋଇ(୬୦)। ତାଙ୍କୁ ଭବାନୀପାଟଣା ସରକରୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଅନ୍ୟପକ୍ଷେ, ଶିରୋଲ ସରପଞ୍ଚଙ୍କ ନେତୃତ୍ୱରେ ଅଞ୍ଚଳରେ ବ୍ଲିଚିଂ ପାଉଡର ପକାଯାଇଥିଲା। ଏହା ସତ୍ତ୍ୱେ ଝାଡ଼ାବାନ୍ତି କମୁନଥିବାରୁ ସରପଞ୍ଚଙ୍କ ଅଭିଯୋଗ କ୍ରମେ ସୋମବାର ପାଷ୍ଟିକୁଡି ଗୋଷ୍ଠୀ କେନ୍ଦ୍ରରୁ ଏକ ୫ ଜଣିଆ ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତେବେ ଗ୍ରାମରେ ଗୋଟିଏ କୂଅରୁ ପାଣି ପିଉଥିବାରୁ ଝାଡ଼ାବାନ୍ତି ବ୍ୟାପି ଥାଇପାରେ ବୋଲି ଡାକ୍ତର ଦଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮୦ ବସ୍ତା ୟୁରିଆ ସାର ବାଟରୁ ଉଭାନ ଧରାପଡିଲା

ବଡ଼ଗାଁ, ୨୫।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମସ୍ଥିତ ସମବାୟ ସମିତି (ଲ୍ୟାମ୍ପ୍ସ)ର କର୍ମଚାରୀମାନେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା...

ମିଳୁନି ବିଧବା ଭତ୍ତା: ଦୁଃଖରେ ଦିନ କାଟୁଛନ୍ତି ପୁଷ୍ପଲତା

ଆଠଗଡ, ୧୫।୧୨(ସ୍ବ.ପ୍ର.): ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଗୋଡିଝରିଆ ଗ୍ରାମର ପୁଷ୍ପଲତା ବାରିକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବର୍ଷେ ହେବ...

କିଚରଲିଙ୍ଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦାବି

ପାରଳାଖେମୁଣ୍ଡି, ୩ା୯ (ଡି.ଏନ୍‌.ଏ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ କିଚରଲିଙ୍ଗ। ପାହାଡ଼ ବକ୍ଷରେ ବୋହି ଯାଉଥିବା ଝରଣା ସହ ପ୍ରକୃତିର ମନଲୋଭା...

କଳାହାଣ୍ଡିରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୩୧ରେ ପହଞ୍ଚିଲା

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଶନିବାର ସନ୍ଧ୍ୟା ୫ ଟା ସୁଦ୍ଧା ୫୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୫ ତାରିଖ...

ଦଳୀୟ ପ୍ରାର୍ଥୀଙ୍କୁ ଜବାବ ଦେବେ ସ୍ବାଧୀନ

ନିମାପଡ଼ା,୩୦।୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନିମାପଡ଼ା ବ୍ଲକର ୧୮, ୧୯, ୨୦ ଓ ୨୧ନଂ. ଆଦି ୪ ଜିଲା ପରିଷଦ ଜୋନ୍‌ ନିମନ୍ତେ ମୋଟ୍‌ରେ...

ଆର୍‌ଟିଆଇରେ ତଥ୍ୟ ଦେଉନାହାନ୍ତି ସୂଚନା ଅଧିକାରୀ

ସୁନାବେଡ଼ା/ସେମେଳିଗୁଡ଼ା,୨୨।୪: (ସ୍ବ.ପ୍ର.) ଆର୍‌ଟିଆଇ ମାଧ୍ୟମରେ ଯେକୌଣସି ବ୍ୟକ୍ତି ତଥ୍ୟ ମାଗିପାରିବେ। ସେ ଚାହୁଁଥିବା ବିଭାଗର ତଥ୍ୟ ସୂଚନା ଅଧିକାର ଆଇନ ଅନୁସାରେ ସୂଚନା ଦେବାକୁ ସୂଚନା...

ନୟାଗଡ଼ରେ ନକଲି ଟଙ୍କା କାରଖାନା ଠାବ

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରର ଅମରେନ୍ଦ୍ର ବଜାରରେ ଚାଲିଥିଲା ନକଲି ଟଙ୍କା ଛାପା କାରଖାନା। ବାଇକ୍‌ କିଣିବାବେଳେ ୧ ଲକ୍ଷ ୨୫ ହଜାର ନକଲି ୫୦୦...

ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା

ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ...

Advertisement
Archives

Model This Week