ଅଭିଯୋଗ ସତ୍ତ୍ୱେ ଜବରଦଖଲ ଉଚ୍ଛେଦ ହେଉନି

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରୁଗୁଡିଖାଲରେ ସରକାରୀ ଜମି ଜବରଦଖଲ ବଢିବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ବୁଢୀପଦର ଗ୍ରାମବାସୀ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନକୁ ଲିଖିତ ଜଣାଇଥିଲେ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାର ପ୍ରତିବାଦରେ ଅସନ୍ତା ୧୦ଅକ୍ଟୋବରରେ ରୁଗୁଡିଖାଲରେ ବଲାଙ୍ଗୀର-ବରଗଡ ୨୬ନଂ ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।
ଲୋଇସିଂହା ତହସିଲ ଅଧୀନ ବୁଢୀପଦର ମୌଜା ଖାତା ନଂ ୧୩ର ପ୍ଲଟ ନଂ ୧୦ରେ ୪ଏକର ୧୨ଡିସିମିଲ ସରକାରୀ ଜମି ରହିଛି। ଏଠାରେ ସପ୍ତାହର ଶୁକ୍ରବାର ସାପ୍ତାହିକ ବଜାର ବସିଥାଏ। ସେଠାରେ ରାମ ମନ୍ଦିର ଥିବାରୁ ପ୍ରତିବର୍ଷ ଫେବୃୟାରୀରେ ମାନସ ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ା ଯାତ୍ରା ସମୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥରୁ ରାମ ମନ୍ଦିରକୁ ଯିବା ପାଇଁ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ହେଲେ ଦୁଇଜଣ ବ୍ୟକ୍ତି କଂକ୍ରିଟ ରାସ୍ତାରେ ତାର ବାଡ ଦେଇ ମନ୍ଦିର ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ସପ୍ତାହିକ ବଜାର ଏବଂ ମନ୍ଦିରକୁ ଯିବା ଆସିବାରେ ଅସୁବିଧା ହେଉଛି। ଉକ୍ତ ଜମି ବିବାଦକୁ ନେଇ ୨୦୧୬ରେ ଅଞ୍ଚଳବାସୀ ଆରଡିସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ଜମି ମାପଚୁପ କରି ସୀମା ଚିହ୍ନଟ କରାଯାଇଥିଲା। ହେଲେ ବଳପୂର୍ବକ ଦୁଇଜଣ ବ୍ୟକ୍ତି ସରକାରୀ ଜମିକୁ ଅଧିକାର ପାଇଁ ଉଦ୍ୟମ ଚଲାଇଥିବା ଅଭିଯୋଗ ହୋଇଛି। ଏନେଇ ଲୋଇସିଂହା ଥାନାରେ ମାମଲା ବି ରୁଜୁ ହୋଇଛି। ଶନିବାର ବୁଢୀପଦର ଗ୍ରାମର ୱାର୍ଡସଭ୍ୟ ମୁକେଶ ବୁଦ୍ଧିଆଙ୍କ ଆବାହକତ୍ୱରେ ଗ୍ରାମରେ ଏକ ବୈଠକ ବସିଥିଲା। ପ୍ରଶାସନ ଜବରଦଖଲକାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା। ପ୍ରଶାସନର ଦୋମୁହଁ ନୀତି ପ୍ରତିବାଦରେ ଦଶହରା ପୂଜା ପରେ ରାସ୍ତାରୋକୋ ପାଇଁ ଗ୍ରାମବାସୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

୨୫୨ ଟଙ୍କା ମହଙ୍ଗା ହେଲା LPG ଗ୍ୟାସ, ଜାଣନ୍ତୁ କେତେ ରହିଛି ଦାମ୍

ଢାକା,୧୨।୧୦: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଏବେ ଘରୋଇ LPG ଗ୍ୟାସ୍‌ର ଦାମ୍‌କୁ ନେଇ ଉପଭୋକ୍ତା ଚିନ୍ତାରେ ରହିଛନ୍ତି । ଗ୍ୟାସ୍‌ର ଯୋଗାଣ ହ୍ରାସ ପାଇଥିବାରୁ ବଜାରରେ…

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…

ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି…

ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ପଣ୍ଡ; ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ

ୱାର୍ସା,୧୨।୧୦: ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସମ୍ଭାବ୍ୟ ବିପଦ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?