ଘର ଉପରେ ପଡ଼ିଲା ବରଗଛ
ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ ଏକ ପୁରାତନ ବରଗଛ ଭାଙ୍ଗିପଡିଥିଲା। ଏହି ସମୟରେ ଘର ଭିତରେ ଥିବା ୧୩ଜଣ ସଦସ୍ୟ…
କାନ୍ଥ ପଡ଼ି ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ
ବାରିପଦା ଅଫିସ,୨୩।୮: କାନ୍ଥ ପଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩ ବର୍ଷର ଶିଶୁ ପୁତ୍ର ଏବଂ ମା’। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଳକ ଅଧୀନ ଉଦଳା ଥାନା…
ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ସହାୟତା ଦିଅ
ଅମରପାଲି,୨୩ା୮(ଡି.ଏନ.ଏ.): ମହାନଦୀରେ ଆସିଥିବା ବନ୍ୟାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ୱରିପାଲି ଓ କମଲପୁର ଗାଁର ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଭାସିଯାଇଥିଲା। କ୍ଷତିପୂରଣ ଯୋଗାଇ ଦେବାପାଇଁ ସୋମବାର ମତ୍ସଜୀବୀମାନେ ଉଫୁଲା ପଞ୍ଚାୟତ ସରପଞ୍ଚ ଶ୍ରୀୟା କର୍ମୀଙ୍କୁ…
‘ଜୀବନ ସଂଘର୍ଷରୁ ଅନେକ କିଛି ଶିଖିଛି’
ବଲାଙ୍ଗୀର ଅଫିସ,୨୩ା୮: ସମାଜ ସାହିତ୍ୟ ଏବଂ ସଂସ୍କୃତି ଉପରେ କାମ କରୁଥିବା ଅନୁଷ୍ଠାନ ରଚନା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହଲରେ ମାସିକ ରଚନା ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କୋଶଲୀ ଭାଷା ସାହିତ୍ୟର ଗବେଷକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ମୋ…
ଆଜି ରାଜ୍ୟରେ ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨୧…
କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର
ଲୋଇସିଂହା,୨୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଅନ୍ତର୍ଗତ ବଡଖଲିଆପଲି ଗାଁର ପିଲାମାନେ କାଦୁଅ ରାସ୍ତାରେ ସ୍କୁଲକୁ ଯାଉଛନ୍ତି। ସ୍କୁଲ ରାସ୍ତାର ଉନ୍ନତୀକରଣ ପାଇଁ ଗ୍ରାମବାସୀ ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ଯାଏ ଜଣାଇଥିଲେ ବି ନିରାଶ ହେବାକୁ…
ସାଟେଲାଇଟ୍ ମାପଚୁପ ରଫାଦଫା ମସୁଧା
ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍ କଳାପଥର ଉଭୟ ଲିଜ୍ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ଅନୁମୋଦନଠାରୁ ବହୁ…
ପୋଖରୀ ପୋତାହେବାରୁ ପାଣିଘେରରେ ୧୦୦ ପରିବାର
ପଟ୍ଟାମୁଣ୍ଡାଇ,୨୩ା୮ (ସ୍ବ. ପ୍ର.):ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ପାରମ୍ପରିକ ଜଳାଶୟ ଅସ୍ତିତ୍ୱ ହରାଇବାକୁ ବସିଛି। ବ୍ଲକର ଶାସନ ପଞ୍ଚାୟତ ପୋଖରୀସାହିରେ ପୋଖରୀ ପୋତାହେବାରୁ ଶହେ ପରିବାର ପାଣିଘେରରେ ରହିଛନ୍ତି। ଏ ନେଇ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ…
ମରାମତିର ୬ ମାସରେ ଘେରିବନ୍ଧରେ ଗର୍ତ୍ତ
ପଟ୍ଟାମୁଣ୍ଡାଇ,୨୩ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି ପାଇଁ ବିଭାଗ ପକ୍ଷରୁ ଗତ ମାର୍ଚ୍ଚରେ ୪୮ ଲକ୍ଷ ୯୪ ହଜାର ବ୍ୟୟରେ ଖାଲଖମା ମରାମତି ସହ…
ଗୋବରୀ ଫୁଲିଲେ ନାଗପୁରା ପାଟ ବଢୁଛି
କେନ୍ଦ୍ରାପଡ଼ା ଅଫିସ, ୨୩ା୮:କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେଲେ ଗୋବରୀ ନଦୀ ଫୁଲେ। ଏହାର ବନ୍ୟାଜଳ ନାଗପୁରା ପାଟ ଉଜାଡ଼େ। ଏହାକୁ ଦୃଷ୍ଟିରେ ରଖି ପାଟନାଳି ପାଇଁ ବାରମ୍ବାର ଆନ୍ଦୋଳନ ହେଉଛି। ତେବେ ପାଟନାଳି ପାଇଁ ଟଙ୍କା ମଞ୍ଜୁର ସତ୍ତ୍ୱେ ଏହି ପ୍ରକଳ୍ପ…
ଆମ ସ୍କୁଲ ଆମକୁ ଫେରେଇଦିଅ
ମହାକାଳପଡ଼ା,୨୩ା୮(ଡି.ଏନ.ଏ.):କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ସର୍ବପୁରାତନ ଗୟାଶପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନ ସଂଖ୍ୟା ୪୦ରୁ କମ। ଏଥିପାଇଁ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୨୦ରୁ ବନ୍ଦ କରିଥିଲେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ତନ୍ମୟ…
ଶିକ୍ଷିତ ଯୁବତୀଙ୍କୁ ପାଠପଢ଼ା ଦାୟିତ୍ୱ ଦେଲେ ଗ୍ରାମବାସୀ
ବାଲିଆ,୨୩ା୮(ସ୍ବ.ପ୍ର.):ବିରିଡି ବ୍ଲକ ବତିମିରା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ରାଜକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଏହାପରେ ଚଳିତ ଶିକ୍ଷା ବର୍ଷରୁ ଶିକ୍ଷକମାନଙ୍କୁ ଉକ୍ତ ବିଦ୍ୟାଳୟରୁ ଅପସାରଣ କରି ନିଆଯାଇଛି। ଅପରପକ୍ଷେ ଗ୍ରାମବାସୀ ଓ…

