ବିଏ ପାସ୍‌ ନ କରି ଅଧ୍ୟାପକ

କଣାସ,୨୯ା୯(ସ୍ବ.ପ୍ର.): ପୁରୀ ଜିଲା କଣାସ ବ୍ଲକ ଅଧୀନ ଗଡ଼ସାନପୁଟ ପଞ୍ଚାୟତର ଚଉଦମୌଜା ବିଦ୍ୟୁତ୍‌ ସ୍ନାତକ ମହାବିଦ୍ୟାଳୟରେ ଜଣେ ଓଡ଼ିଆ ଅଧ୍ୟାପକ ସ୍ନାତକ (ବି.ଏ.) ପାସ୍‌ ନ କରି ସ୍ନାତକୋତ୍ତର (ଏମ୍‌.ଏ) ପାସ୍‌ ସାର୍ଟିଫିକେଟ୍‌ ଦେଇ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସେ ଜାଲ୍‌ ପ୍ରମାଣପତ୍ର ବଳରେ ଏଭଳି ନିଯୁକ୍ତି ପାଇଥିବା ଜଣାପଡ଼ିଛି। ସମ୍ପ୍ରତି ସୂଚନା ଅଧିକାର ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସମ୍ପୃକ୍ତ ଅଧ୍ୟାପକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟରେ ୧୯୯୧-୯୨ ମସିହାରେ ବି.ଏ. ଫାଇନାଲ୍‌ ପରୀକ୍ଷା ଦେଇ ମାଲ୍‌ପ୍ରାକ୍ଟିସ୍‌ରେ ଧରା ପଡ଼ିଥିବାବେଳେ ୧୯୯୪ ମସିହାରେ ରୋଲ ନଂ-୨୧୯୦୩ ପି୫୬୯ରେ ଏମ୍‌ଏ ପାସ୍‌ କରିଥିବା ସାର୍ଟିଫିକେଟ୍‌ ଦାଖଲ କରି କାର୍ଯ୍ୟରେ ଯୋଗଦେଇଛନ୍ତି। ଅନ୍ୟପକ୍ଷରେ ବିଏରେ ସେ ମାଲ୍‌ପ୍ରାକ୍ଟିସ୍‌ ହୋଇଥିବାବେଳେ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରୁ କିପରି ପ୍ରୋଭିଜିନାଲ ସାର୍ଟିଫିକେଟ୍‌ ଓ ମାର୍କଶିଟ୍‌ ଜାଲିଆତି କରି ଏମ୍‌ଏରେ ନାମ ଲେଖାଇଲେ ତାହା ପ୍ରଶ୍ନବାଚୀ ହୋଇଛି। ଉତ୍କଳ ୟୁନିଭର୍ସିଟିର କୌଣସି କର୍ମଚାରୀ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଧ୍ୟାପକଙ୍କର ବିଏ ଫାଇନାଲ ସାର୍ଟିଫିକେଟ୍‌ ନ ଥିବା ନେଇ ଉତ୍କଳ ୟୁନିଭର୍ସିଟି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ଚିଠି ନଂ-୧୬୦୫୯୩ (୧୨) ୮.୪.୨୦୨୨ରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ସେହିପରି ପ୍ରାଣନାଥ ମହାବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସମ୍ପୃକ୍ତ ଅଧ୍ୟାପକଙ୍କୁ କୌଣସି ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦିଆଯାଇନାହିଁ। ତାଙ୍କୁ ବିଏ ପରୀକ୍ଷାରେ ମାଲ୍‌ପ୍ରାକ୍ଟିସ୍‌ କରାଯାଇଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ସମ୍ପ୍ରତି ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ହସ୍ତଗତ ହୋଇଛି। ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏହାର ତଦନ୍ତ କରିବା ପାଇଁ ଚିଠି ନଂ- ଇ.ସି-୧୧୬୫୯୩ (୧୨) ତା. ୪.୮.୨୦୨୨ରେ ପ୍ରାଣନାଥ କଲେଜ୍‌ ଅଧ୍ୟକ୍ଷ, ଚଉଦମୌଜା ବିଦ୍ୟୁତ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ, ଉତ୍କଳ ୟୁନିଭର୍ସିଟିର ସୂଚନା ଅଧିକାରୀ, ଡେପୁଟି କଣ୍ଟ୍ରୋଲର (ପରୀକ୍ଷା) ଏବଂ କୁଳପତିଙ୍କ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଚଉଦମୌଜା ବିଦ୍ୟୁତ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାମନ୍ତରାୟଙ୍କୁ ପଚାରିବାରୁ କହିଛନ୍ତି, ତଦନ୍ତ ପାଇଁ ଉତ୍କଳ ୟୁନିଭର୍ସିଟିରୁ ଚିଠି ଆସିଥିଲା। ମୁଁ ସମସ୍ତ କାଗଜପତ୍ର ୟୁନିଭର୍ସିଟିରେ ଜମା କରିଦେଇଛି। ସେମାନେ ଯାହା ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?