୧୭ଦିନ ହେଲା ଲେମ୍ଭେଇ ଛାଡ଼ୁନାହିଁ ଦନ୍ତା
ଭଞ୍ଜନଗର,୨୫।୮(ଡି.ଏନ୍.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗତ ମାସରେ ୨ଟି ଦନ୍ତା ହାତୀଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ଆଉ ଗୋଟିଏ ଦନ୍ତା ଏକୁଟିଆ ଘୂରିବୁଲୁଛି। ପ୍ରାୟ ୧୭ଦିନ ହେଲା ଉକ୍ତ ଦନ୍ତା ହାତୀଟି ଲେମ୍ଭେଇ, ହଳନ୍ଦଖୋଳା, ତିନିଛକିଆ, ବାରଦଣ୍ଡା, ବାଲିସାହି,…
ଡିଭାଇଡରରେ ପିଟିହେଲା ବାଇକ୍, ୨ ଜଣଙ୍କ ଜୀବନ ଗଲା
ଛତ୍ରପୁର,୨୫ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବାୟା ରେଷ୍ଟୁରାଣ୍ଟ ସମ୍ମୁଖରେ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ…
ଗଞ୍ଜାମ ଜିଲା: ଘୋଷଣା ହେଉନି ନୂଆ ମ୍ୟୁନିସିପାଲିଟି, ଏନ୍ଏସି
ବ୍ରହ୍ମପୁର ଅଫିସ,୨୫ା୮: ଆସନ୍ତା ୩୧ ତାରିଖରେ ପାଳନ ହେବ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ। ୨୦୧୮ ଅକ୍ଟୋବର ପହିଲାରୁ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ବାୟତ୍ତ ଶାସନ ସଂସ୍ଥାରେ ଚାଲିଥିଲା ଅମଲାତନ୍ତ୍ରୀ ଶାସନ। ଅନ୍ୟପକ୍ଷରେ ମହାମାରୀ କରୋନା କାରଣରୁ ଗତ…
ମୋବାଇଲ କିଣିବାକୁ ଟଙ୍କା ଦେଲେନି ମା’, ଜୀବନ ହାରିଲେ ପୁଅ
ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର ରାତିରେ କୀଟନାଶକ ପିଇ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ବିଶ୍ୱାମିତ୍ର ନାଏକ। ସୂଚନାନୁଯାୟୀ,…
ପାଣିରେ ଭାସିଗଲା ଚାଷୀଙ୍କ ଆଶା
ଜଳେଶ୍ୱର, ୨୫ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀର କୂଳେ ଜଳେଶ୍ୱର ବ୍ଲକର ୧୪ଟି ପଞ୍ଚାୟତର ହଜାର ହଜାର ଚାଷୀ ଉପୁଜାଇଥିବା ପରିବା ଚାଷ ବନ୍ୟାପାଣିରେ ବୁଡି ନଷ୍ଟ ହୋଇଛି । ଆଗାମୀ ଦିନ ପାଇଁ ତଳି ପଡିଥିବା କୋବି, ବାଇଗଣ, ବିନ୍ସ୍, ଟମାଟୋ ପଚି…
ଜଳବନ୍ଦୀଙ୍କ ଅବସ୍ଥା ଦୁର୍ବିସହ
ଭୋଗରାଇ, ୨୫ା୮(ଡି. ଏନ. ଏ.): ସୁବର୍ଣ୍ଣରେଖା ବନ୍ୟାକୁ ୪ଦିନ ବିତିଛି। ବନ୍ୟା ବିପନ୍ନମାନେ ପିଲାଛୁଆ ଧରି ବିଭିନ୍ନ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ବନ୍ଧବାଡ଼ରେ ପଲିଥିନ ପକାଇ ରହିଛନ୍ତି। ଏଭଳି ସ୍ଥିତିରେ ପୁଣି ଏକ ଘୁର୍ଣ୍ଣବଳୟ ଉପକୂଳମୁହାଁ ହୋଇ ବୁଧବାର ସକାଳଠୁ ବର୍ଷୁଥିବାରୁ…
ଜଳକା, ସୁବର୍ଣ୍ଣରେଖା ବନ୍ୟା ଉଜାଡ଼ିଲା ଚାଷ
ରୂପସା, ୨୫ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ବନ୍ୟା ଆଣିଛି ଚାଷୀଙ୍କ ପାଇଁ ଘୋର ଦୁର୍ଦ୍ଦଶା। ଜଳକା ଓ ସୁବର୍ଣ୍ଣରେଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ଏବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ବୁଧବାର ସୁଦ୍ଧା ୧୮ ପଞ୍ଚାୟତର ୩ହଜାରରୁ…
ହୀରାକୁଦ ଜଳଭଣ୍ଡାରରେ ଫାଟ, ଡ୍ରୋନ୍ ସହାୟତାରେ ଯାଞ୍ଚ ନିର୍ଦ୍ଦେଶ
ସମ୍ବଲପୁର,୨୫ା୮(ବ୍ୟୁରୋ): ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ବନ୍ଧ ନିରାପତ୍ତା (ଡ୍ୟାମ୍ ସେଫ୍ଟି) ମୁଖ୍ୟଯନ୍ତ୍ରୀ। ତୁରନ୍ତ ଡ୍ୟାମ ସୁରକ୍ଷାର ଯାଞ୍ଚ କରିବାକୁ ବନ୍ଧ ନିରାପତ୍ତା ମୁଖ୍ୟଯନ୍ତ୍ରୀ…
ମିଛ କହି କିଡ୍ନୀ ବିକିଦେଲେ ସ୍ବାମୀ
ମାଲକାନଗିରି,୨୫ା୮(ଡି.ଏନ୍.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ। ସେ ବୁଧବାର ଗଣମାଧ୍ୟମକୁ କହିଛନ୍ତି,…
ବିଦ୍ୟୁତ୍ ଆଘାତରେ ଦୁଇ ହାତୀ ମୃତ
କେନ୍ଦୁଝର,୨୫।୮, ( ସ୍ୱ.ପ୍ର.): କେନ୍ଦୁଝର ଜୁଡ଼ିଆ ଘାଟି ନିକଟସ୍ଥ ଓୟୁଏଟି କ୍ୟାମ୍ପସ ଭିତରେ ବିଦ୍ୟୁତ୍ ଆଘାତରେ ପ୍ରାୟ ତିରିଶ ବର୍ଷ ବୟସ୍କ ଦୁଇ ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାତୀ ଦ୍ବୟ ମାଈ ହାତୀ ବୋଲି ଜଣାପଡ଼ିଛି। ବନ ବିଭାଗ…
କେନାଲକୁ ଓଲଟିଲା ମାଛ ବୋଝେଇ ପିକଅପ୍: ମାନବିକତା ଦେଖାଇ ପାଣିରୁ ମାଛ କାଢି ଫେରାଇଲେ ଲୋକେ
ମାହାଙ୍ଗା,୨୪ା୮(ସ୍ବ.ପ୍ର.): ମାହାଙ୍ଗା ଥାନା ହଳଦିଆ ପଞ୍ଚାୟତ ଇଟାମୁଣ୍ଡଳୀ ଗଁା ନିକଟରେ ବୁଧବାର ସକାଳେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନଟି ନିଶ୍ଚିନ୍ତକୋଇଲିରୁ ପଞ୍ଚୁପାଣ୍ଡବକୁ ଯାଉଥିବା ଭାରସାମ୍ୟ ହରାଇ କେନାଲ ପାଣି ମଧ୍ୟକୁ ଓଲଟି ପଡିଥିଲା। ପିକ୍ଅପ୍ ଭ୍ୟାନରେ ଥିବା ଗାଡି ଚାଳକଙ୍କ…
ମୃତ୍ୟୁ ପ୍ରମାଣପତ୍ର ଦେବାକୁ କିରାଣି ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ
ଭବାନୀପାଟଣା,୨୪ା୮(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ ସିଏଚ୍ସି କନିଷ୍ଠ କିରାଣି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କନିଷ୍ଠ କିରାଣି ଏମ୍ ଦିବ୍ୟଜ୍ୟୋତି ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଜଣେ ବିପିଏଲ କାର୍ଡଧାରୀଙ୍କ ଠାରୁ ୯…

