ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀ ସମର୍ଥକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ। ସକାଳ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶୁଣାଣି ଉତ୍ତେଜନା ମଧ୍ୟରେ ଶେଷ ହୋଇଛି। ଏଥିରେ ସମୁଦାୟ ୭୯ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ୭୦ ଜଣ ମତବ୍ୟକ୍ତ କରିଥିଲେ। ସମସ୍ତେ ଶିଳ୍ପକୁ ସ୍ବାଗତ କରିଥିଲେ ହେଁ ନିଯୁକ୍ତି, ବିସ୍ଥାପନ, ଥଇଥାନ, ପ୍ରଦୂଷଣ ନିୟନ୍ତ୍ରଣ ଓ ମହାନଦୀ ମୁହାଣ ଆଦି ଉପରେ ଆପତ୍ତି ଉଠାଇଥିଲେ। ବୈଠକର ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। କମ୍ପାନୀର ନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଶୁଣାଣି ଆରମ୍ଭରୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ହାଣ୍ଡିଆ ଗ୍ରାମର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ଏହାକୁ ବିରୋଧ କରିଥିଲେ। ଶିବିରରେ ଯେତବେଳେ କମ୍ପାନୀ ସପକ୍ଷରେ କୁହାଯାଇଥିଲା,ସେତେବେଳେ ସେମାନେ ହୋହାଲ୍ଲା କରୁଥିଲେ। ଏନେଇ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ସମୟରେ ଜଣେ ମହିଳା ସାମାନ୍ୟ ଆହତ ହୋଇଥିଲେ। ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡା ଓ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ନଦୀଭିତ୍ତିକ ବନ୍ଦରକୁ ବିରୋଧ କରିଥିଲେ। ସେମାନେ କହିଥିଲେ, ଏପରିହେଲେ ମୁହାଣ ଅଞ୍ଚଳ ପ୍ରଦୂଷିତ ହେବ। ମତ୍ସ୍ୟ ବଂଶ ଉପରେ ପ୍ରଭାବ ପଡିବ। ମୁହାଣରେ ଅଧିକ ବାର୍ଜ ଚଳାଚଳ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବ। ହାଣ୍ଡିଆ ଗ୍ରାମର ବୃଦ୍ଧା ସତ୍ୟଭାମା ତରାଇ କାନ୍ଦି ପକାଇ କହିଥିଲେ,ଏହି କମ୍ପାନୀ ପାଇଁ ତାଙ୍କ ଜମି ଯାଇଛି। ଘର ବିସ୍ଥାପିତ ହେବ। ଇତିମଧ୍ୟରେ ସ୍ବାମୀଙ୍କ ପରଲୋକ ଘଟିଥିବାବେଳେ ଖାଇବା ପାଇଁ କିଛି ନାହିଁ। କମ୍ପାନୀ ଓ ପ୍ରଶାସନ ଗରିବ କଲ୍ୟାଣ ପାଇଁ କାମ କରୁଥିବାବେଳେ ତାଙ୍କ ପାଖରେ ଏପର୍ଯ୍ୟନ୍ତ କିଛି ପହଞ୍ଚତ୍ ନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଶନିବାର ଏନେଇ ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କମ୍ପାନୀ ମହାନଦୀରେ ବାର୍ଷିକ ୪.୫ନିୟୁତ ଟନ ପଣ୍ୟ କାରବାର ପାଇଁ ନଦୀଭିତ୍ତିକ ବନ୍ଦର କରିବ। ଏଥିପାଇଁ ୧୫୬.୮୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ୨୨୦ ଜଣ ନିଯୁକ୍ତି ପାଇବାର ସୁଯୋଗ ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ନଦୀଭିତ୍ତିକ ବନ୍ଦରରେ ବାର୍ଜ ଯୋଗେ ମାଲଯାଇ ପାରାଦୀପ ବନ୍ଦର ଜାହାଜ ମଧ୍ୟରେ ବୋଝେଇ ଖଲାସ କରାଯିବ। ଏହାଦ୍ୱାରା ପରିବେଶ ପ୍ରଦୁଷଣ କମିବା ସହ ଟ୍ରାଫିକ ସମସ୍ୟା କମିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?