ପ୍ରକଳ୍ପ ସପକ୍ଷବାଦୀ-ବିରୋଧୀ ମୁହାଁମୁହିଁ

ପାରାଦୀପ,୧ା୧୦(ସ୍ବ.ପ୍ର.): ପାରାଦୀପର ମୂଷାଡିହାଠାରେ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)ଇଣ୍ଡିଆ କମ୍ପାନୀ ପକ୍ଷରୁ ମହାନଦୀ ତଟରେ ଏକ ନଦୀ ଭିତ୍ତିକ ବନ୍ଦର କରାଯିବ। ଏନେଇ ପରିବେଶୀୟ ସର୍ବସାଧାରଣ ଶୁଣାଣି ଶିବିର ଶୁକ୍ରବାର ପାରାଦୀପର ମଧୁବନ ପୌର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀ ସମର୍ଥକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ। ସକାଳ୧୦ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶୁଣାଣି ଉତ୍ତେଜନା ମଧ୍ୟରେ ଶେଷ ହୋଇଛି। ଏଥିରେ ସମୁଦାୟ ୭୯ ଜଣ ନାମ ପଞ୍ଜିକୃତ କରିଥିବା ବେଳେ ୭୦ ଜଣ ମତବ୍ୟକ୍ତ କରିଥିଲେ। ସମସ୍ତେ ଶିଳ୍ପକୁ ସ୍ବାଗତ କରିଥିଲେ ହେଁ ନିଯୁକ୍ତି, ବିସ୍ଥାପନ, ଥଇଥାନ, ପ୍ରଦୂଷଣ ନିୟନ୍ତ୍ରଣ ଓ ମହାନଦୀ ମୁହାଣ ଆଦି ଉପରେ ଆପତ୍ତି ଉଠାଇଥିଲେ। ବୈଠକର ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର ଓ ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କରଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। କମ୍ପାନୀର ନିର୍ବାହୀ ନିର୍ଦ୍ଦେଶକ ଜି. ସୁରେଶାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଶୁଣାଣି ଆରମ୍ଭରୁ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ହାଣ୍ଡିଆ ଗ୍ରାମର ଶତାଧିକ ଲୋକ ହାତରେ ପ୍ଲାକାର୍ଡ ଧରି ଏହାକୁ ବିରୋଧ କରିଥିଲେ। ଶିବିରରେ ଯେତବେଳେ କମ୍ପାନୀ ସପକ୍ଷରେ କୁହାଯାଇଥିଲା,ସେତେବେଳେ ସେମାନେ ହୋହାଲ୍ଲା କରୁଥିଲେ। ଏନେଇ ଉଭୟ ପକ୍ଷ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ସମୟରେ ଜଣେ ମହିଳା ସାମାନ୍ୟ ଆହତ ହୋଇଥିଲେ। ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ସଭାପତି ଶ୍ରୀକାନ୍ତ ପରିଡା ଓ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ନଦୀଭିତ୍ତିକ ବନ୍ଦରକୁ ବିରୋଧ କରିଥିଲେ। ସେମାନେ କହିଥିଲେ, ଏପରିହେଲେ ମୁହାଣ ଅଞ୍ଚଳ ପ୍ରଦୂଷିତ ହେବ। ମତ୍ସ୍ୟ ବଂଶ ଉପରେ ପ୍ରଭାବ ପଡିବ। ମୁହାଣରେ ଅଧିକ ବାର୍ଜ ଚଳାଚଳ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିବ। ହାଣ୍ଡିଆ ଗ୍ରାମର ବୃଦ୍ଧା ସତ୍ୟଭାମା ତରାଇ କାନ୍ଦି ପକାଇ କହିଥିଲେ,ଏହି କମ୍ପାନୀ ପାଇଁ ତାଙ୍କ ଜମି ଯାଇଛି। ଘର ବିସ୍ଥାପିତ ହେବ। ଇତିମଧ୍ୟରେ ସ୍ବାମୀଙ୍କ ପରଲୋକ ଘଟିଥିବାବେଳେ ଖାଇବା ପାଇଁ କିଛି ନାହିଁ। କମ୍ପାନୀ ଓ ପ୍ରଶାସନ ଗରିବ କଲ୍ୟାଣ ପାଇଁ କାମ କରୁଥିବାବେଳେ ତାଙ୍କ ପାଖରେ ଏପର୍ଯ୍ୟନ୍ତ କିଛି ପହଞ୍ଚତ୍ ନାହିଁ। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଶନିବାର ଏନେଇ ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କମ୍ପାନୀ ମହାନଦୀରେ ବାର୍ଷିକ ୪.୫ନିୟୁତ ଟନ ପଣ୍ୟ କାରବାର ପାଇଁ ନଦୀଭିତ୍ତିକ ବନ୍ଦର କରିବ। ଏଥିପାଇଁ ୧୫୬.୮୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ୨୨୦ ଜଣ ନିଯୁକ୍ତି ପାଇବାର ସୁଯୋଗ ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ନଦୀଭିତ୍ତିକ ବନ୍ଦରରେ ବାର୍ଜ ଯୋଗେ ମାଲଯାଇ ପାରାଦୀପ ବନ୍ଦର ଜାହାଜ ମଧ୍ୟରେ ବୋଝେଇ ଖଲାସ କରାଯିବ। ଏହାଦ୍ୱାରା ପରିବେଶ ପ୍ରଦୁଷଣ କମିବା ସହ ଟ୍ରାଫିକ ସମସ୍ୟା କମିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋରମ ଖୋଳିବା ବେଳେ ଦୁର୍ଘଟଣା, ଅତଡ଼ା ଧସି ମହିଳା ମୃତ

ରାୟଗଡ଼ା ଅଫିସ, ୧୪।୧୦: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଦୁଲୁଣିଗୁଡ଼ାରେ ମୋରମ ଖୋଳିବାବେଳେ ଦୁର୍ଘଟଣା ଘଟିଛି। ଅତଡ଼ା ଧସି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ...

ଫୁଟବଲ ଖେଳ ଦେଖିବାକୁ ଯାଇ ଭାସି ଯାଇଥିଲେ: ଆଜି ନଦୀରୁ ମିଳିଲା ୨ ମୃତଦେହ

ଚିତ୍ରଡ଼ା,୨୦ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜମ୍ଭୀରା ନଦୀରେ ଭାସିଯାଇଥିବା ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ଗଣ୍ଡଗୁହାଳି...

ପୁଣି ଏକ ହାତୀ ମୃତ୍ୟୁ

ଭଞ୍ଜନଗର,୧୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ମୃତ୍ୟୁ ଥମିବାର ନାଁ ନେଉନି। ବୁଧବାର ରାତିରେ ଏହି ବନଖଣ୍ଡର ତାରସି ରେଞ୍ଜ ମାଣପୁର...

୫ ବର୍ଷ ବିତିଲା, ଦାବି ପୂରଣ ହେଲାନି

ଭଦ୍ରକ ଅଫିସ, ୨୧।୨: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, କ୍ୟାଡର ପୁନର୍ଗଠନ, ଦୁଇବର୍ଷିଆ...

ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍‌: ଧାରଣାରେ ବସିଲେ ପରୀକ୍ଷାର୍ଥୀ

ଭଦ୍ରକ,୩୦ା୭(ସନାତନ ରାଉତ): ଭଦ୍ରକ କଲେଜରେ ରବିବାର ଓଏସ୍‌ଏସ୍‌ସି ଆକାଉଣ୍ଟାଣ୍ଟ ପରୀକ୍ଷା ଥିବା ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ନ ଦେଇ...

ଦେବଗଡ଼ରେ ମାତିଛନ୍ତି ହନୁମାନ ପଇସା ବେପାରୀ: ଦୁଇ ଦିନରେ ୨ଜଣଙ୍କୁ ବାନ୍ଧିଲାଣି ପୋଲିସ

ଦେବଗଡ଼,୧୫।୯(ଡି.ଏନ୍‌.ଏ.): ଦେବଗଡ଼ ଥାନା ଝାଡ଼େଶ୍ୱର ମନ୍ଦିର ନିକଟରେ ୨ ଲକ୍ଷ ଟଙ୍କାରେ ଗୋଟିଏ ହନୁମାନ ପଇସା ଡିଲ୍‌ ହେଉଥିବା ଖବର ପାଇ ଜିଲା ପୋଲିସର ସ୍ପେଶାଲ...

ଡାକ୍ତରଖାନାରେ ତାଲା: ଦୁର୍ଘଟଣାରେ ଗୁରୁତର ବୃଦ୍ଧା ପାଇ ପାରିଲେନି ଚିକିତ୍ସା

ଭଟଲି, ୨ା୧(ଡି.ଏନ.ଏ.) ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସାକାର କରିବା ପାଇଁ ସମସ୍ତ ଅଧିକାରୀ ତତ୍ପର। ସେପଟେ ୫ଟି ସଚିବ ବିଭିନ୍ନ ଜିଲା ମୁଖ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ର...

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା...

Advertisement
Archives

Model This Week