‘ବିଷ୍ଣୁଙ୍କ ଆଦର୍ଶକୁ ଯୁବପିଢ଼ି ଅନୁସରଣ କରନ୍ତୁ’

ଭଦ୍ରକ ଅଫିସ, ୧ା୧୦: ଦିବଂଗତ ବିରୋଧୀ ଦଳ ଉପନେତା ତଥା ଭଦ୍ରକ ଜିଲା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀ ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ୱ, ରାଜନେତା, ସାହିତି୍ୟକ, ସଂସ୍କୃତିପ୍ରେମୀ, ଦରଦୀ ମଣିଷ ଥିଲେ। ତାଙ୍କ ନିଧନରେ ପାର୍ଟି ଓ ପ୍ରଦେଶର ବିରାଟ କ୍ଷତି ହୋଇଛି। ତାଙ୍କ ଆଦର୍ଶକୁ ପାଥେୟ କରି ଯୁବପିଢ଼ି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ବର୍ଗତ ସେଠୀଙ୍କ ଦ୍ୱାଦଶାହରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଯୋଗଦେଇ ମତବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ହେଲିକପ୍ଟରରେ ଆସି ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ତିହିଡ଼ି ବଜାର ନିକଟସ୍ଥ କାଳୀପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ଭାଜପା ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ସେ କାର୍‌ରେ ମଙ୍ଗରାଜପୁର ଗଁାକୁ ଯାଇ ବିଷ୍ଣୁଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ଏହାପରେ ତିହିଡ଼ି କଲେଜ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସେ ଯୋଗଦେଇଥିଲେ। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ନଡ୍ଡାଙ୍କ ସମେତ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ। ବିଷ୍ଣୁ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଧାନସଭାରେ କବିତା ମାଧ୍ୟମରେ ସ୍ବର ଉଠାଉଥିଲେ। ସେ ଜଣେ ସୃଜନଶୀଳ ବ୍ୟକ୍ତିତ୍ୱ ଥିଲେ ବୋଲି ସେମାନେ କହିବା ସହ ତାଙ୍କ ରାଜନୈତିକ ଜୀବନୀ ଓ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଙ୍କ ଜୀବନୀ ଉପରେ ଆଧାରିତ ପତ୍ରିକା ‘ବିଷ୍ଣୁପଥ’ ଉନ୍ମୋଚନ କରାଯାଇଥିଲା। ପରେ ବିଷ୍ଣୁଙ୍କ ସ୍ମୃତିରେ କଲେଜ ପରିସରରେ ଚାରାରୋପଣ କରାଯାଇଥିଲା। ଏକ ଘଣ୍ଟାର କାର୍ଯ୍ୟକ୍ରମ ସାରି ନଡ୍ଡା ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

TMC କାର୍ଯ୍ୟାଳୟରୁ ୧୦୦ରୁ ଅଧିକ ଆଧାର କାର୍ଡ ଜବତ; ସରକାରୀ ଜମିର ଅବୈଧ କ୍ରୟ-ବିକ୍ରୟ ସମ୍ପର୍କିତ କାଗଜପତ୍ର ମଧ୍ୟ ଜବତ

କୋଲକାତା,୧୭।୫: ପଶ୍ଚିମବଙ୍ଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଏକ ଟିଏମସି କାର୍ଯ୍ୟାଳୟରୁ ସରକାରୀ ଜମିର ଅବୈଧ କିଣାବିକା ସହିତ ଜଡିତ କାଗଜପତ୍ର ସହିତ ୧୦୦…

ମଦ ଉପରେ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ ସରକାର, କମିବ ଦର!

ବେଙ୍ଗାଲୁରୁ,୧୭।୫: ମଦକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ସରକାର ମଦ ଉପରେ ଟିକସ ଆଦାୟ କରିବାର ପଦ୍ଧତିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି…

‘ଭାରତ-ବାଂଲାଦେଶ ସମ୍ପର୍କ ଗଙ୍ଗା ଜଳ ଚୁକ୍ତି ଉପରେ ନିର୍ଭର କରିବ’ – ତାରିକ ରହମାନ ମନ୍ତ୍ରୀଙ୍କ ବଡ଼ ବୟାନ

ଢାକା,୧୭।୫: ବାଂଲାଦେଶର ଶାସକ ଦଳ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP), ଏବେ ଢାକା ଏବଂ ନୂଆଦିଲ୍ଲୀ ମଧ୍ୟରେ ସମ୍ପର୍କର ଭବିଷ୍ୟତକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିନାମା ନବୀକରଣ…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଅମାନିଆ ଇସ୍କନର ବିଦେଶରେ ଅଦିନିଆ ରଥଯାତ୍ରା, ବିରୋଧ ସତ୍ତ୍ୱେ…

ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri