୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି
ଜଗତ୍ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩-୧୪ରୁ ଓଡ଼ିଶାରେ ମିନି ଷ୍ଟାଡିୟମ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ସରକାରଙ୍କ…
ସ୍କୁଲ୍ରେ ପାଠପଢ଼ା ଛାଡ଼ି ଅଣ୍ଡା ଆଣୁଛନ୍ତି ପିଲା
ନାଉଗାଁ,୧୧ା୯(ସ୍ବ.ପ୍ର.): ବିଦ୍ୟାଳୟରେ ପିଲାମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପିଲାମାନେ କିପରି ଅଧାରୁ ପାଠ ବନ୍ଦ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ପାଠପଢ଼ା ସମୟରେ ବାଧା ନ ହେବା ପାଇଁ…
ବନ୍ଦ ନ ହେଉ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟ
ଯାଜପୁର ରୋଡ,୧୧ା୯(ଡି.ଏନ.ଏ.): ବ୍ୟାସସରୋବର ବିକାଶ କାର୍ଯ୍ୟ ଉପରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ)ର ରହିତାଦେଶକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଏନ୍ଜିଟିରେ ଆବେଦନକାରୀଙ୍କୁ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ବିରୋଧ କରାଯାଇଛି। ଏହି…
ଯାଜପୁର ସହରରେ ବଢୁଛି ନିଶା କାରବାର
ଯାଜପୁର ଟାଉନ, ୧୧ା୯(ଡି.ଏନ.ଏ.): ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ନିଶା କାରବାର ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ସହରର ସପ୍ତମାତୃକା ନିକଟସ୍ଥ ଦଶାଶ୍ୱମେଧ ଘାଟଠାରୁ ଆରମ୍ଭ କରି ବାରୁଣୀ ପଡ଼ିଆର ମହାଶ୍ମଶାନ ନିକଟସ୍ଥ ବୈତରଣୀ…
ମୂର୍ତ୍ତି, ଆଲୋକସଜ୍ଜା ପ୍ରମୁଖ ଆକର୍ଷଣ
ଭୁବନ, ୧୧।୯(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନର ବିଶ୍ୱପ୍ରସିଦ୍ଧ ବଳଦଯାତ୍ରା ଏବଂ ଦଶହରା ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ହରପାର୍ବତୀ ପୂଜା କମିଟି। ଦୁର୍ଗାଛକ, ଗୁଜୁରୀହାଟ ପରେ ସହରର ଏହି ୩ନଂ. ମେଢ଼ ଚଳିତବର୍ଷ ୨୪ବର୍ଷରେ ପଦାର୍ପଣ କରୁଛି। ମୂର୍ତ୍ତି,…
ଦୃଷ୍ଟି ଆଢ଼ୁଆଳରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା
ବାଲେଶ୍ୱର ଅଫିସ, ୧୧।୯: ବାଲେଶ୍ୱର ବାଲିଆ ଅଞ୍ଚଳର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବନିୟନ୍ତ୍ରଣ ପ୍ରୟୋଗଶାଳା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହି ପ୍ରୟୋଗଶାଳାରେ ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ…
ଜେଲ୍ରୁ ମୁକୁଳିବାକୁ ବାହା ହେଲେ, ପରେ ତଡ଼ିଦେଲେ
ବେତନଟୀ, ୧୧ା୯ (ସ୍ବ.ପ୍ର.): ବଳାତ୍କାର ମାମଲାରେ ଛନ୍ଦିହୋଇ ଜେଲ୍ ଯିବା ପରେ ମାମଲାରୁ ମୁକୁଳିବାକୁ ବିବାହ କଲେ। ପରେ ପୁଣି ଅଧିକ ଯୌତୁକ ନିର୍ଯାତନା ଦାବି କରି ମହିଳାଙ୍କୁ ଘରୁ ତଡ଼ିଦେଲେ। ପୋଲିସ ଅଭିଯୁକ୍ତ ଶାଶୁଙ୍କୁ ଗିରଫ କରିଥିବା ବେଳେ ସ୍ବାମୀ…
୨୦୨୫ ଡିସେମ୍ବରରେ କାମ ସରିବ
ଯାଜପୁର ଅଫିସ,୧୧ା୯: ଓଡିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟ ଭାଗ ବଣ୍ଟା(କଷ୍ଟ ସେୟାରିଂ) ଛିଣ୍ଡୁ ନ ଥିବାରୁ ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ଏନେଇ ଧରିତ୍ରୀରେ ୨୦୨୧…
କମୁନି କଇଁଛ ଚୋରାଚାଲାଣ
ଏମ୍ଭି ୭୯,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳରୁ କଇଁଛ ଚୋରାଚାଲାଣ କମିବା ନାଁ ଧରୁନି। ପୂର୍ବରୁ ୨ ଥର ବନ ବିଭାଗ ଚଢ଼ାଉ କରି ଯଥାକ୍ରମେ ୩୫୦ ଓ ୧୫୦ଟି କଇଁଛ ଜବତ କରିଥିବା ବେଳେ ଶନିବାର…
କ୍ଷୁଦ୍ର ଚଳଚ୍ଚିତ୍ରରେ ଜଗନ୍ନାଥଙ୍କୁ ଅସମ୍ମାନ
ଯାଜପୁର ଅଫିସ,୧୧ା୯: ଓଟିଟି ପ୍ଲାଟ୍ଫର୍ମ ଡିଜ୍ନି ପ୍ଲସ୍ ହଟ୍ ଷ୍ଟାରରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମ ‘ମିଆଁ ବିବି ଔର ବାନାନାରେ ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଛି। ଏହି ମର୍ମରେ ବ୍ୟାସନଗର ଭୋକେଶନାଲ କଲେଜର ଅଧ୍ୟାପକ ଦେବୀ ପ୍ରସାଦ ଦାସ…
ଚାଲର୍ସଙ୍କ ସହ ଓଡ଼ିଶା ଜଡ଼ିତ
ପିପିଲି/ନିମାପଡ଼ା,୧୧ା୯(ଡି.ଏନ୍.ଏ.): ବ୍ରିଟେନ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ମୃତ୍ୟୁ ହେବା ପରେ ତାଙ୍କ ଉତ୍ତରାଧିକାରୀ ବଡ଼ ପୁଅ ପ୍ରିନ୍ସ ଚାଲର୍ସ ତୃତୀୟ ରାଜଗାଦି ସମ୍ଭାଳିଛନ୍ତି। ପ୍ରିନ୍ସ ଚାଲର୍ସ ଶନିବାର ରାଜାଭିଷେକ ହୋଇ ରାଜା ଦାୟିତ୍ୱ ନେଇଥିବାବେଳେ ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଖୁସିର…
ଅଜଣା ରୋଗ: ଆଉ ଜଣଙ୍କର ମୃତ୍ୟୁ
ମାଲକାନଗିରି/ମାଥିଲି,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ତ ଗ୍ରାମରେ ଦେଖାଦେଇଥିବା ଅଜଣା ରୋଗରେ ଶନିବାର ଜଣକର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୧୨ ରେ ପହଞ୍ଚତ୍ଛି। ମୃତକ ହେଲେ ହଳଦୀକୁଣ୍ତ ଗ୍ରାମର ଆଇତା ମାଡକାମୀ। କିଛି ଦିନ ତଳେ ଆଇତାଙ୍କ…

