ଟଙ୍କା ନ ଦେଲେ ପଞ୍ଜୀକରଣ ବନ୍ଦ

ନୟାଗଡ଼ ଅଫିସ,୧୯।୧୦: ଅଣସଙ୍ଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ଓ ସେମାନଙ୍କୁ ମାଗଣାରେ ଫର୍ମ ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ତେବେ ନୟାଗଡ଼ ଜିଲାରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟକୁ ଆସିଲେ ୭୦୦ରୁ ୧୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ପୁଣି ଫର୍ମ କିଣିବାକୁ ୧୦ରୁ ୨୦ ଟଙ୍କା ପୃଥକ୍‌ ଭାବେ ଦେବାକୁ ହେଉଛି । ତଥାପି ଗୋଟିଏ ଦିନରେ ନାମ ପଞ୍ଜୀକରଣ ହୋଇ ପାରୁନାହିଁ ା ଏଥିପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ କୁହାଯାଉଛି। ଏଣୁ ଜିଲାରେ କୃଷି ଶ୍ରମିକଙ୍କ ପଞ୍ଜୀକରଣ ବଢ଼ି ପାରୁନାହିଁ । ପୁଣି ସଚେତନତାର ଅଭାବ ଯୋଗୁ ଅନେକ କୃଷି ଶ୍ରମିକ ସେମାନଙ୍କ ନାମ ପଞ୍ଜିକୃତ କରୁ ନାହାନ୍ତି । ଜିଲାରେ ୨୦୨୨ ଜୁଲାଇ ୩୧ ପର୍ଯ୍ୟନ୍ତ ମାତ୍ର ୧୩୮୫ ଜଣ କୃଷି ଶ୍ରମିକ ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି ା
କୃଷି ପ୍ରଧାନ ଜିଲା ନୟାଗଡ଼ । ତେବେ ବନ୍ୟା, ବାତ୍ୟା ଓ ମରୁଡ଼ି କୃଷି ପାଇଁ ଏଠାରେ ବାଧକ ସାଜିଛି । ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ଧିରେ ଧିରେ ଚାଷ ପ୍ରତି ବିତସ୍ପୃହ ହୋଇ କୃଷକମାନେ ଚାଷ ଛାଡି ଅନ୍ୟ ଧନ୍ଦାକୁ ଆପଣେଇବାରେ ଲାଗିଛନ୍ତି। ତଥାପି ବହୁ ଲୋକ ଚାଷ କରୁଛନ୍ତି । ହେଲେ ସେମାନେ ନିଜେ ଜମିରେ କାମ କରି ନ ଥାନ୍ତି । ପାରିଶ୍ରମିକ ନେଇ କୃଷି ଶ୍ରମିକମାନେ ସେହି କାମ କରୁଛନ୍ତି। ମହିଳା କୃଷି ଶ୍ରମିକମାନେ ବି କାମ କରୁଛନ୍ତି ା
ସରକାର କୃଷି ଶ୍ରମିକଙ୍କୁ ଅଣସଙ୍ଗଠିତ ଶ୍ରମିକର ମାନ୍ୟତା ଦେଇ ସେମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ହେଲେ ମାଗଣାରେ ଫର୍ମ ଓ ପଞ୍ଜୀକରଣ ପାଇଁ ବ୍ୟବସ୍ଥା ନାହିଁ । କେତେଜଣ ଦଲାଲ ଜିଲା ଶ୍ରମ କାର୍ଯ୍ୟାଳୟରେ ଧରାଧରି କରି କୃଷି ଶ୍ରମିକମାନଙ୍କୁ ଲୁଟି ଚାଲିଛନ୍ତି । ଦଲାଲମାନଙ୍କୁ ଜିଲା ଶ୍ରମ କାର୍ଯ୍ୟାଳୟ କର୍ମଚାରୀଙ୍କ ସହଯୋଗ ବି ମିଳୁଛି ା ଫଳରେ କୃଷି ଶ୍ରମିକମାନେ ଉପେକ୍ଷିତ ହୋଇ ଚାଲିଛନ୍ତି । ଜିଲା କୃଷି କାର୍ଯ୍ୟାଳୟରେ ମାଗଣାରେ ଫର୍ମ ଦିଆଯାଉ ନ ଥିବାରୁ ଦଲାଲମାନେ ଏହାର ଫାଇଦା ଉଠାଇ ଚାଲିଛନ୍ତି ବୋଲ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ୧ ଲକ୍ଷ ୧୮ ହଜାର ୬୫୯ ଜଣ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଯାଇଛି ା ସେଥିରୁ ନୟାଗଡ଼ ଜିଲାରେ ମାତ୍ର ୧୩୮୫ ଜଣ ଅଛନ୍ତି ା ସବୁଠାରୁ ଅଧିକ କେନ୍ଦ୍ରାପଡ଼ା ଜିଲାରେ ୨୫ ହଜାର ୯୯ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ବଲାଙ୍ଗୀର ଜିଲାରେ କୌଣସି କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ ଆଜି ପର୍ଯ୍ୟନ୍ତ ହୋଇନାହିଁ ା
ସେହିଭଳି ଝାରସୁଗୁଡ଼ାରେ ୭ଜଣ, ସୁନ୍ଦରଗଡ଼ରେ ୫୪୯, ସମ୍ବଲପୁରରେ ୫୬୯, ମୟୁରଭଞ୍ଜରେ ୬୩୬, ଖୋର୍ଦ୍ଧାରେ ୭୩୧, ଦେଓଗଡ଼ରେ ୮୩୪, ଅନୁଗୋଳରେ ୧୪୩୯, ବାଲେଶ୍ୱରରେ ୩୯୩୮, ଭଦ୍ରକରେ ୪୧୫୧, ବରଗଡ଼ରେ ୨୪୭୮, ବୌଦ୍ଧରେ ୧୦୨୨୩, ଛତ୍ରପୁରରେ ୨୬୧୩, କଟକରେ ୪୦୬୧, ଢ଼େଙ୍କାନାଳରେ ୧୦୯୨, ଗଜପତିରେ ୧୫୪୬, ଗଞ୍ଜାମରେ ୪୯୯୮, ଜଗତସିଂହପୁରରେ ୨୪୭୫, ଯାଜପୁରରେ ୨୯୭୧, କଳାହାଣ୍ଡିରେ ୧୩୩୫, କନ୍ଧମାଳରେ ୨୦୨୭, କେନ୍ଦୁଝରରେ ୨୭୧୭ କୋରାପୁଟରେ ୪୯୨୭, ମାଲାକାନାଗିରିରେ ୭୩୭୧, ନବରଙ୍ଗପୁରରେ ୧୦୯୪୦, ନୂଆପଡ଼ାରେ ୮୧୮୭, ପୁରୀରେ ୧୮୩୭, ରାୟଗଡ଼ାରେ ୩୮୨୭, ସୁବର୍ଣ୍ଣପୁରରେ ୨୫୮୮, ତାଳଚେରରେ ୧୧୦୮ଜଣ କୃଷି ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି ।
ଏନେଇ ନୂଆଗଁାର ରମାମଣି ମଲ୍ଲିକ କୁହନ୍ତି, ସରକାରୀ ଯୋଜନା ସମ୍ପର୍କରେ ଅନେକ କୃଷି ଶ୍ରମିକ ଜାଣି ନାହାନ୍ତି । ସେମାନଙ୍କୁ ସଚେତନ କରାଯାଉ ନାହିଁ । ଦଶପଲ୍ଲାର ଭମା ସାହୁ କୁହନ୍ତି, ମାଗଣା ପଞ୍ଜୀକରଣ ଓ ଫର୍ମ ଯୋଗାଣ କହି ୧ ହଜାରରୁ ୧୫ଶହ ଟଙ୍କା ଖର୍ଚ୍ଚ ହେଉଛି ।
ପୁଣି ଗୋଟିଏ ଦିନରେ ପଞ୍ଜୀକରଣ କରାଯାଉନାହିଁ । ସରକାରଙ୍କ କିଛି ସହାୟତା ନାହିଁ । ଓଡ଼ଗଁାର ଉଲ୍ଲାସ ପାତ୍ର କୁହନ୍ତି, ଆମ ଜାତିର ମହିଳାମାନେ କୃଷି ଶ୍ରମିକ ଭାବେ କାମ କରନ୍ତି । ହେଲେ ସେମାନଙ୍କ ନାମ ପଞ୍ଜୀକରଣ ନେଇ କେହି କେବେ କହି ନାହାନ୍ତି । ରଣପୁରର ବୁଢ଼ା ସ୍ବାଇଁ କୁହନ୍ତି, କୃଷି ଶ୍ରମିକମାନେ କାହିଁକି ପଞ୍ଜୀକରଣ କରୁ ନାହାନ୍ତି ତା’ର ସମୀକ୍ଷା ହେଉନି । ସମୀକ୍ଷା ହେଲେ ସେମାନେ କିପରି ଦଲାଲଙ୍କ ଦ୍ୱାରା ଲୁଟ୍‌ର ଶିକାର ହେଉଛନ୍ତି ତାହା ଜଣାପଡିବ । ଖାଲି ସରକାର ଯୋଜନା କରି ବାହାବା ନେଲେ କୃଷି ଶ୍ରମିକମାନେ ଉପକୃତ ହେବେ ନାହିଁ ବୋଲି ସେ କହିଛନ୍ତି । ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କୁହନ୍ତି, ମୁଁ ଅଳ୍ପ ଦିନ ହେଲା କାମରେ ଯୋଗ ଦେଇଛି ।
ନୟାଗଡ଼ରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ ଭଲ ନାହିଁ । କିପରି ଅଧିକ କୃଷି ଶ୍ରମିକଙ୍କ ନାମ ପଞ୍ଜୀକୃତ ହେବ ସେ ନେଇ ଶ୍ରମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri