ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ ପରିବା ଦର ଆକଶ ଛୁଅଁା ହୋଇଛି। ଏହାର ପ୍ରଭାବ ହାଣ୍ଡିଶାଳ ଉପରେ ପଡିଛି। ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ବଢିଛି। ପେଟ୍ରୋଲ, ଡିଜେଲ, ଗ୍ୟାସ, ଖାଇବା ତେଲ, ଡାଲି, ପିଆଜ ଦର ନିୟନ୍ତ୍ରଣ ହରାଇଛି। କ୍ରମବଦ୍ଧିଷ୍ଣୁ ଦର ନିୟନ୍ତ୍ରଣ ପାଇଁ ଶାସକ, ପ୍ରଶାସକ ଓ ବିରୋଧୀଙ୍କ ମଧ୍ୟରେ କୌଣସି ଯୋଜନା ନାହିଁ। କରୋନା କାରଣରୁ ସବୁବର୍ଗ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାବେଳେ ମହଙ୍ଗା ମାଡ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ସେହିପରି ବ୍ୟବସାୟୀମାନେ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ମତ ରଖିଛନ୍ତି।
ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁରର ମମତା ପାଢ଼ୀ କୁହନ୍ତି, ଗ୍ୟାସ ସିଲିଣ୍ଡର ଦର ଏବେ ୧୦୫୩ ଟଙ୍କା ହୋଇଛି। ପ୍ରତିମାସ ପ୍ରାୟ ୧୫ ଟଙ୍କା ବଢୁଥିବାରୁ ଖୁବ୍‌ଶୀଘ୍ର ଏହା ୧୧୦୦ ଟଙ୍କାକୁ ଟପିବ। ରୋଷେଇ ଘରେ ଗ୍ୟାସ ମହଙ୍ଗା ସହ ତାଳ ଦେଇ ଅନ୍ୟ ସାମଗ୍ରୀର ଦର ବଢ଼ି ଚାଲିଛି। ଶୋରିଷ ତେଲ ଦର ୨ଶହ ଟଙ୍କା ଥିବାବେଳେ ପାମୋଲିନ, ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ତାହାଠାରୁ କମ୍‌ ରହିଛି। ହରଡ, ମୁଗ ଆଦି ଡାଲି ୧୦୦ ପାର କରିଥିବା ବେଳେ ଜିରା, ଶୋରିଷ, ସୁଜି, ବେସନ ଆଦିର ଦର ଅହେତୁକ ଭାବେ ବଢ଼ି ଚାଲିଛି। ମହରଗ ଯୋଗୁ ଖାଉଟିଙ୍କୁ ଭେଜାଲ ପଦାର୍ଥ ପ୍ୟାକେଟରେ ମିଳୁଛି। ଖାଉଟି ବଜାର ଏବେ ବେଲଗାମ ହୋଇଛି ବୋଲି ସେ ମତ ଦେଇଛନ୍ତି। ଗୋପ ହାଟର ପରିବା ବ୍ୟବସାୟୀ ସାଧୁ ଚରଣ ଦାସ କହିଛନ୍ତି, ବର୍ଷା ସିଜିନ ପରେ ପରିବା ଦର ସାଧାରଣତଃ ବଢ଼ିଥାଏ। ତେବେ ଚଳିତବର୍ଷ ବଜାର ଦର ଅତ୍ୟଧିକ ହୋଇଛି। ଗତ ମାସକ ପୂର୍ବେ ଟମାଟର କେଜି ପ୍ରତି ମାତ୍ର ୧୦ରୁ ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୮୦ ଟଙ୍କା ଛଇଁଛି। ସେହିପରି ଭେଣ୍ଡି, ଜହ୍ନି କେଜି ପ୍ରତି ୬୦ ଟଙ୍କା ରହିଛି। ଆଳୁ ୨୪, ପିଆଜ ୨୫, ବିନସ ଶହେ, ଝୁଡଙ୍ଗ ୮୦ଟଙ୍କାରେ ବିକ୍ରି ହେଉଛି। କେନ୍ଦ୍ରାପଡା ଜିଲାରେ ପ୍ରତି ସିଜିନ ପାଇଁ ପନିପରିବା ଉପତ୍ାଦ ଆଶାନୁରୂପକ ହେଉନାହିଁ। ଫସଲ ଅମଳ ସମୟରେ ଅଭାବୀ ବିକ୍ରି ହେଉଛି। ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଭିନ୍ନ ଋତୁର ଉପତ୍ାଦକୁ ସଂରକ୍ଷିତ କରାଯାଇ ପାରୁନାହିଁ। ଜିଲା ବାହାରୁ ପନିପରିବା ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ହେଉଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟତମ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ କୁହନ୍ତି, ପେଟ୍ରୋଲ ଡିଜେଲ ଦର ଅଧିକ ରହିଛି। ପେଟ୍ରୋଲ ୧୦୩ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ଦର ୯୫ ଟଙ୍କା ପାଖାପାଖି ଅଛି। ପନିପରିବା ପାଇଁ ବରଗଡ଼, ନୟାଗଡ଼, ପଶ୍ଚିମବଙ୍ଗ ଉପରେ ନିର୍ଭର କରାଯାଉଛି। ଯାନବାହନରେ ପରିବାଠାରୁ ରାଶନ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସ୍ଥାନାନ୍ତରିକରଣ, ବାଣିଜି୍ୟକ କାରବାର, ତୈଳ ଦର ବୃଦ୍ଧି ଆଦିର ପ୍ରଭାବ ସିଧାସଳଖ ବଜାର ଓ ଖାଉଟିଙ୍କ ଉପରେ ପଡୁଛି। ମେଡିକାଲ ଛକର ସୁରେନ୍ଦ୍ର ବେହେରା କହିଛନ୍ତି, ଖାଉଟି ସାମଗ୍ରୀ ଦର ବୃଦ୍ଧି ସହ ଏବେ ବିଦ୍ୟୁତ୍‌ ବିଭାଗ ଉପରେ ସରକାର ନିୟନ୍ତ୍ରଣ ହରାଇଛନ୍ତି। ବିଦ୍ୟୁତ୍‌ ଦର ଅହେତୁକ ବୃଦ୍ଧି ହୋଇଥିଲେ ମଧ୍ୟ ଦୈନିକ ବିଦ୍ୟୁତ୍‌ କାଟ ହେଉଛି। ଫଳରେ ପାନୀୟ ଜଳ, ରୋଷେଇ ଆଦି କ୍ଷେତ୍ରରେ ଜିଲାବାସୀ ହନ୍ତସନ୍ତ ହେଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri