ପ୍ରମାଣ ପତ୍ର ନ ଥିବାରୁ ଅପାଠୁଆ ରହିଲେ ପିଲା

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଧରାକୋଟ ଗ୍ରାମପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ଏବେ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଣ୍ଡ ଗୁଞ୍ଜି ରହିଥିବା ଘର ହେଉ ବା ପିଲାଙ୍କ ପାଠପଢା ସବୁ କିଛି ସମସ୍ୟା ମଧ୍ୟରେ ଗତି କରୁଛି। ୧୯୯୦ ମସିହାର ବନ୍ୟା ପାଣିରେ ଭାସିଯାଇଥିଲା ଘୋଡ଼ାପାଲି ଗ୍ରାମ। ଭିଟାମାଟି ଚାଲିଯିବା ପରେ ଗାଁର ୧୩୦ ପରିବାର ଋଷିକୁଲ୍ୟା କେନାଲ ହିଡକୁ ଉଠି ଆସିଥିଲେ। ସରକାରଙ୍କ ଉଦ୍ୟମ କ୍ରମେ ଟାଟା କମ୍ପାନୀ ପକ୍ଷରୁ ସମସ୍ତ ପରିବାରକୁ ୧୯୯୧ରେ ପକ୍କା ଗୃହ ଯୋଗାଇଦିଆଗଲା। ସମ୍ପ୍ରତି ୩୧ ବର୍ଷ ପରେ ସମସ୍ୟାରେ ସନ୍ତୁଳିତ ହୋଇ ଗାଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡିଛନ୍ତି। ଜାତୀୟ ରାଜପଥ ନ.୫୯ ପାର୍ଶ୍ୱରେ ଅବସ୍ଥିତ ଏହି ଗ୍ରାମର ରାଜପଥକୁ ଲାଗି ରହିଥିବା ରୋଡ ସାହିର ୩୦ ପରିବାର ଘରପଟ୍ଟା ପାଇପାରୁ ନାହାନ୍ତି। ବାରମ୍ବାର ତହସିଲ ଅଫିସ ଓ ରାଜସ୍ବ ନିରୀକ୍ଷକଙ୍କ ଅଫିସକୁ ଦୌଡୁଥିଲେ ମଧ୍ୟ ପଟ୍ଟା ମିଳୁନାହିଁ। ତଦନ୍ତ କରିବାରୁ ଏକ ଗ୍ରାମ୍ୟ ରାସ୍ତା ଉପରେ ସମ୍ପୃକ୍ତ ପରିବାରର ଗୃହ ନିର୍ମାଣ ହୋଇଛି। ଫଳରେ ସେମାନଙ୍କୁ ଗୃହପଟ୍ଟା ଦେବାପାଇଁ ତହସିଲଦାର ରାଜି ହେଉନାହାନ୍ତି। ପଟ୍ଟା ନ ଥିବାରୁ ସମ୍ପୃକ୍ତ ରୋଡ ସାହି ବାସିନ୍ଦା ବିଦ୍ୟୁତ୍‌ ସଂଯୋଗ, ଆବାସ ଯୋଜନା, ବ୍ୟାଙ୍କ ଖାତା, ଜାତି ପ୍ରମାଣ ପତ୍ର ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରମାଣ ପତ୍ର ନ ଥିବାରୁ ପିଲାଏ ଅଧାରୁ ପାଠ ଛାଡୁଛନ୍ତି। ସୁରଟ, କେରଳ, ଚେନ୍ନାଇ ଓ ଆନ୍ଧ୍ରପ୍ରଦେଶ ଅପାଠୁଆ ପିଲାଙ୍କ ଠିକଣା ପାଲଟିଛି। ସରକାରୀ ଡାକ ସଭିଏ ପଢ଼ିବେ ସଭିଏ ବଢ଼ିବେ କେବଳ ପଟ୍ଟା ଖଣ୍ଡିଏ ନ ଥିବାରୁ ଅଧୁରା ରହିଯାଇଛି। କାରଣ ବିଦ୍ୟାଳୟରେ ପିଲାମାନେ ଜାତି, ବାସସ୍ଥାନ ପ୍ରମାଣ ପତ୍ର ଦେଇ ପାରୁ ନାହାନ୍ତି। ଏଣୁ ଅପାଠୁଆ ହୋଇ ବୁଲୁଛନ୍ତି । ଅନ୍ୟ ପକ୍ଷରେ ଟାଟା କମ୍ପାନୀ ଦେଇଥିବା ବାସଗୃହ ସବୁକୁ ୩୧ ବର୍ଷ ପୂରିଲାଣି । ଅଧିକାଂଶ ଛାତ ଦୁର୍ବଳ ହୋଇ ସେଥିରୁ ପାଣି ଗଳୁଛି। କାନ୍ଥ ବାଡ଼ ଫାଟି ଆଁ କଲାଣି। ଘରଠାରୁ ରାଜପଥ ଦଶ ଫୁଟ ଉଚ୍ଚ ହୋଇଗଲାଣି । ଏଣୁ ରାସ୍ତାର ବର୍ଷା ପାଣି ଘରେ ପଶୁଛି । ବର୍ଷା ଦିନେ ସ୍ଥିତି ଅସମ୍ଭାଳ ହୋଇପଡୁଛି । ଘରର ବର୍ଷା ପାଣିକୁ ମଗ ଦ୍ୱାରା ବାହାର କରିବାକୁ ପଡୁଛି। ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବାସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। କିଛି ପରିବାର ଚାଳ ଛପର ଘର କରି ରହୁଛନ୍ତି। ବାରମ୍ବାର ଦାବି ପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଉନାହିଁ। ଗ୍ରାମର ସମସ୍ତ ପରିବାର ଭୂମିହୀନ ହୋଇଥିବା ବେଳେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଭୂମି ନାହିଁ, ବାସ ଥାଇ ମଧ୍ୟ ପଟ୍ଟା ନ ଥିବାରୁ ନ ଥିବାପରି, ବିଦ୍ୟାଳୟ ଥାଇ ମଧ୍ୟ ପ୍ରମାଣ ପାତ୍ର ନ ଥିବାରୁ ପିଲା ଅପାଠୁଆ ହେଲେ ବୁଝିବା ପାଇଁ କେହିନାହିଁ । ଲୋକଙ୍କ ଦୁଃଖ ଅସହ୍ୟ ହୋଇଥିବା ବେଳେ ପ୍ରଶାସନର ଅଧିକାରୀମାନେ ବେଶ୍‌ ସଂକ୍ଷିପ୍ତ ଉତ୍ତର ଦେଉଛନ୍ତି ପଟ୍ଟା ନାହିଁ ଆମେ କ’ଣ କରିପାରିବୁ । ଏ ସମ୍ପର୍କରେ ଧରାକୋଟ ତହସିଲଦାର କବିରାଜ ପ୍ରଧାନଙ୍କ ସହ ଯୋଗାଯୋଗ କରିବା ବେଳେ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ପିଲାଙ୍କ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?