ପ୍ରମାଣ ପତ୍ର ନ ଥିବାରୁ ଅପାଠୁଆ ରହିଲେ ପିଲା

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଧରାକୋଟ ଗ୍ରାମପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ଏବେ ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଣ୍ଡ ଗୁଞ୍ଜି ରହିଥିବା ଘର ହେଉ ବା ପିଲାଙ୍କ ପାଠପଢା ସବୁ କିଛି ସମସ୍ୟା ମଧ୍ୟରେ ଗତି କରୁଛି। ୧୯୯୦ ମସିହାର ବନ୍ୟା ପାଣିରେ ଭାସିଯାଇଥିଲା ଘୋଡ଼ାପାଲି ଗ୍ରାମ। ଭିଟାମାଟି ଚାଲିଯିବା ପରେ ଗାଁର ୧୩୦ ପରିବାର ଋଷିକୁଲ୍ୟା କେନାଲ ହିଡକୁ ଉଠି ଆସିଥିଲେ। ସରକାରଙ୍କ ଉଦ୍ୟମ କ୍ରମେ ଟାଟା କମ୍ପାନୀ ପକ୍ଷରୁ ସମସ୍ତ ପରିବାରକୁ ୧୯୯୧ରେ ପକ୍କା ଗୃହ ଯୋଗାଇଦିଆଗଲା। ସମ୍ପ୍ରତି ୩୧ ବର୍ଷ ପରେ ସମସ୍ୟାରେ ସନ୍ତୁଳିତ ହୋଇ ଗାଁ ଲୋକେ ଅଣନିଃଶ୍ୱାସୀ ହୋଇ ପଡିଛନ୍ତି। ଜାତୀୟ ରାଜପଥ ନ.୫୯ ପାର୍ଶ୍ୱରେ ଅବସ୍ଥିତ ଏହି ଗ୍ରାମର ରାଜପଥକୁ ଲାଗି ରହିଥିବା ରୋଡ ସାହିର ୩୦ ପରିବାର ଘରପଟ୍ଟା ପାଇପାରୁ ନାହାନ୍ତି। ବାରମ୍ବାର ତହସିଲ ଅଫିସ ଓ ରାଜସ୍ବ ନିରୀକ୍ଷକଙ୍କ ଅଫିସକୁ ଦୌଡୁଥିଲେ ମଧ୍ୟ ପଟ୍ଟା ମିଳୁନାହିଁ। ତଦନ୍ତ କରିବାରୁ ଏକ ଗ୍ରାମ୍ୟ ରାସ୍ତା ଉପରେ ସମ୍ପୃକ୍ତ ପରିବାରର ଗୃହ ନିର୍ମାଣ ହୋଇଛି। ଫଳରେ ସେମାନଙ୍କୁ ଗୃହପଟ୍ଟା ଦେବାପାଇଁ ତହସିଲଦାର ରାଜି ହେଉନାହାନ୍ତି। ପଟ୍ଟା ନ ଥିବାରୁ ସମ୍ପୃକ୍ତ ରୋଡ ସାହି ବାସିନ୍ଦା ବିଦ୍ୟୁତ୍‌ ସଂଯୋଗ, ଆବାସ ଯୋଜନା, ବ୍ୟାଙ୍କ ଖାତା, ଜାତି ପ୍ରମାଣ ପତ୍ର ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ପ୍ରମାଣ ପତ୍ର ନ ଥିବାରୁ ପିଲାଏ ଅଧାରୁ ପାଠ ଛାଡୁଛନ୍ତି। ସୁରଟ, କେରଳ, ଚେନ୍ନାଇ ଓ ଆନ୍ଧ୍ରପ୍ରଦେଶ ଅପାଠୁଆ ପିଲାଙ୍କ ଠିକଣା ପାଲଟିଛି। ସରକାରୀ ଡାକ ସଭିଏ ପଢ଼ିବେ ସଭିଏ ବଢ଼ିବେ କେବଳ ପଟ୍ଟା ଖଣ୍ଡିଏ ନ ଥିବାରୁ ଅଧୁରା ରହିଯାଇଛି। କାରଣ ବିଦ୍ୟାଳୟରେ ପିଲାମାନେ ଜାତି, ବାସସ୍ଥାନ ପ୍ରମାଣ ପତ୍ର ଦେଇ ପାରୁ ନାହାନ୍ତି। ଏଣୁ ଅପାଠୁଆ ହୋଇ ବୁଲୁଛନ୍ତି । ଅନ୍ୟ ପକ୍ଷରେ ଟାଟା କମ୍ପାନୀ ଦେଇଥିବା ବାସଗୃହ ସବୁକୁ ୩୧ ବର୍ଷ ପୂରିଲାଣି । ଅଧିକାଂଶ ଛାତ ଦୁର୍ବଳ ହୋଇ ସେଥିରୁ ପାଣି ଗଳୁଛି। କାନ୍ଥ ବାଡ଼ ଫାଟି ଆଁ କଲାଣି। ଘରଠାରୁ ରାଜପଥ ଦଶ ଫୁଟ ଉଚ୍ଚ ହୋଇଗଲାଣି । ଏଣୁ ରାସ୍ତାର ବର୍ଷା ପାଣି ଘରେ ପଶୁଛି । ବର୍ଷା ଦିନେ ସ୍ଥିତି ଅସମ୍ଭାଳ ହୋଇପଡୁଛି । ଘରର ବର୍ଷା ପାଣିକୁ ମଗ ଦ୍ୱାରା ବାହାର କରିବାକୁ ପଡୁଛି। ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ପାଣି ଜମି ରହି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବାସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। କିଛି ପରିବାର ଚାଳ ଛପର ଘର କରି ରହୁଛନ୍ତି। ବାରମ୍ବାର ଦାବି ପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦିଆଯାଉନାହିଁ। ଗ୍ରାମର ସମସ୍ତ ପରିବାର ଭୂମିହୀନ ହୋଇଥିବା ବେଳେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଭୂମି ନାହିଁ, ବାସ ଥାଇ ମଧ୍ୟ ପଟ୍ଟା ନ ଥିବାରୁ ନ ଥିବାପରି, ବିଦ୍ୟାଳୟ ଥାଇ ମଧ୍ୟ ପ୍ରମାଣ ପାତ୍ର ନ ଥିବାରୁ ପିଲା ଅପାଠୁଆ ହେଲେ ବୁଝିବା ପାଇଁ କେହିନାହିଁ । ଲୋକଙ୍କ ଦୁଃଖ ଅସହ୍ୟ ହୋଇଥିବା ବେଳେ ପ୍ରଶାସନର ଅଧିକାରୀମାନେ ବେଶ୍‌ ସଂକ୍ଷିପ୍ତ ଉତ୍ତର ଦେଉଛନ୍ତି ପଟ୍ଟା ନାହିଁ ଆମେ କ’ଣ କରିପାରିବୁ । ଏ ସମ୍ପର୍କରେ ଧରାକୋଟ ତହସିଲଦାର କବିରାଜ ପ୍ରଧାନଙ୍କ ସହ ଯୋଗାଯୋଗ କରିବା ବେଳେ ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ପିଲାଙ୍କ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri