ଭସାଣି ଶୋଭାଯାତ୍ରାରେ ବିଦ୍ୟୁତ୍‌ ତାର ଲାଗି ଜଣେ ମୃତ

ମାର୍ଶାଘାଇ, ୧୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କଣକଷଟି ଗଁାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭଯାତ୍ରା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ଶୋଭାଯାତ୍ରାରେ ଯାଉଥିବା ଡିଜେ ଗାଡ଼ିର ଲୁହା ଆଙ୍ଗେଲରେ ୩୩ କେଭି ବିଦ୍ୟୁତ୍‌ ତାର ଲାଗିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କଣକଷଟି ଗ୍ରାମର ବିଶ୍ୱଜିତ ଲେଙ୍କା (୨୮)। ଆହତମାନେ ହେଲେ ସେହି ଗ୍ରାମର ପର୍ଶୁରାମ ଦାସ (୪୫), ଅଂଶୁମାନ ଲେଙ୍କା (୧୩), ମନୋଜ ସେଠୀ (୧୪), ସାଇଲ ଦାସ(୧୩)। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିପାଇଁ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିବା ସହିତ ମୃତ ଓ ଆହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ମଙ୍ଗଳବାର କଣକଷଟି ଗଁାର ମା’ ଗଜଲକ୍ଷ୍ମୀ ଭୋଗଖାଇ ଭସାଣି ଶୋଭାଯାତ୍ରାରେ ପାଖ ପେହେଣ୍ଟା ଗଁାକୁ ଯାଉଥିଲେ। ମେଢ଼ ପଛରେ ଆସୁଥିବା ଡିଜେ ଗାଡିଟି ଗାଁ ଦେଇ ଯାଉଥିବା ସମୟରେ ଲୁହା ଆଙ୍ଗେଲରେ ଥିବା ସାଉଣ୍ଡ ବକ୍ସ ୩୩ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଏହି ସମୟରେ ବିଶ୍ୱଜିତ୍‌ ଡିଜେ ଗାଡ଼ି ଉପରକୁ ଯାଇ ବାଉଁଶ ସହାୟତାରେ ବିଦ୍ୟୁତ୍‌ ତାରକୁ ଟେକିବାକୁ ଚେଷ୍ଟା କରିଥିଲେ। ହେଲେ ବିଦ୍ୟୁତ୍‌ ଶକ୍ତ ଆଘାତ ଲାଗିବାରୁ ସେ ତଳକୁ ଛିଟିକି ପଡିଥିଲେ। ତାଙ୍କର ଏପରି ଅବସ୍ଥା ଦେଖି ପର୍ଶୁରାମ, ଅଂଶୁମାନ, ମନୋଜ ଓ ସାଇଲ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କ ମଧ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଏହି ଘଟଣା ପରେ ଖୁବ୍‌ ଧୁମ୍‌ଧାମରେ ଚାଲିଥିବା ଭସାଣି ଶୋଭାଯାତ୍ରା ବନ୍ଦ ହୋଇଯାଇଥିଲା ା ତୁରନ୍ତ ସମସ୍ତ ଆହତଙ୍କୁ ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିଶ୍ୱଜିତଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ ୪ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବିଶ୍ୱଜିତ୍‌ଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଗଁାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ମୃତକଙ୍କ ଘର ଫାଟି ପଡ଼ିଥିଲା। ସୂଚନାଯୋଗ୍ୟ, ବିଶ୍ୱଜିତ୍‌ ଶତ୍ରୁଘ୍ନ ଲେଙ୍କାଙ୍କ ଏକମାତ୍ର ପୁଅ ଥିଲେ। ସେ ବାଙ୍ଗାଲୋରରେ ଚାକିରି କରୁଥିଲେ। ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଛୁଟିରେ ଘରକୁ ଆସିଥିଲେ। ହେଲେ ଏପରି ଘଟଣା ସବୁ ଯେମିତି ଓଲଟପାଲଟ କରି ଦେଇଥିଲା। ଅନ୍ୟପକ୍ଷେ ପୂଜା କମିଟି କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ, ପ୍ରସ୍ତୁତି ବୈଠକ ବେଳେ ଭସାଣି ଶୋଭାଯାତ୍ରା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ପାଇଁ ଟାଟା ପାୱାରକୁ ଅନୁରୋଧ କରାଯାଇଥିଲା। ବିଭାଗର ଖାମଖିଆଲ ନୀତି ଯୋଗୁ ଜଣଙ୍କ ଜୀବନ ଗଲା ବୋଲି କମିଟି କର୍ମକର୍ତ୍ତା କହିଛନ୍ତି। ଏ ନେଇ ଗ୍ରାମବାସୀ ଟାଟା ପାଓ୍ବାର କମ୍ପାନୀ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଆଇଆଇସି ଜ୍ୟୋତି ରଞ୍ଜନ ସାମନ୍ତରାୟ କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri