ପୁରୁଣାକୁ ଅଣଦେଖା, ନୂଆ ପାଇଁ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୧୦: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ପରିସରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଅଚଳ ହୋଇ ଖତ ଖାଉଛି। ଏହାକୁ ମରାମତି ଦିଗରେ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବର୍ଷାଋତୁରେ ସହରକୁ ଜଳବନ୍ଦୀରୁ ମୁକ୍ତ ପାଇଁ ନୂତନ ଯନ୍ତ୍ରପାତି କିଣିବାକୁ ନିକଟରେ ଏକ ବୈଠକରେ ବିଏମ୍‌ସି ଯୋଜନା କରିଛି। କିନ୍ତୁ ବିଏମ୍‌ସିରେ ପୂର୍ବରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି କିଣାଯାଇ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ବେଳେ ପୁଣି ଥରେ ନୂତନ ଜିନିଷ କିଣିବା ନିମନ୍ତେ ଯୋଜନା କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ଲକ୍ଷାଧିକ ଟଙ୍କାର ମେଶିନ ମରାମତି ହେଉ ନ ଥିବା ବେଳେ ବିଏମ୍‌ସି ପକ୍ଷରୁ ୭ କୋଟି ୪୧ ଲକ୍ଷ ଟଙ୍କାର ଯନ୍ତ୍ରପାତି କିଣିବା ପାଇଁ ଯୋଜନା କରାଯାଇଛି, ଯାହାକୁ ନେଇ ଗତ ୮ ତାରିଖରେ ବିଏମ୍‌ସି ମେୟରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ନୂତନ ଯନ୍ତ୍ରପାତି କିଣିବା ବିଷୟରେ ଆଲୋଚନା ହୋଇଥିଲା। ଏଗୁଡ଼ିକ ମଧ୍ୟରେ ୧ କୋଟି ଟଙ୍କା ବ୍ୟୟରେ ୨ଟି ଗାଡି, ଡ୍ରେନ୍‌ ସଫା ନିମନ୍ତେ ୮୧ ଲକ୍ଷ ଟଙ୍କାର ମେଶିନ, ୬୬ ଲକ୍ଷ ଟଙ୍କାର ୨ଟି ଲ୍ୟାଡର, ୩୦ ଲକ୍ଷ ଟଙ୍କାର ୨ ଛୋଟ ଡ୍ରୋଜର, ୨୩ ଲକ୍ଷ ଟଙ୍କାରେ ହାଇଡ୍ରୋଲିକ ପ୍ଲାଟଫର୍ମ, ଗଛକଟା ମେଶିନ, ଘାସକଟା ମେଶିନ, ଫଗିଂ ମେଶିନ ଭଳି ୧୬ ମେଶିନ କ୍ରୟ ପାଇଁ ନିଗମ ପକ୍ଷରୁ ଯୋଜନା ହୋଇଥିଲା, ଯାହାର ମଞ୍ଜୁରୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।
ନିଗମ ପକ୍ଷରୁ ପୂର୍ବରୁ କିଣାଯାଇଥିବା ଯନ୍ତ୍ରପାତିଗୁଡିକର ମରାମତି କିମ୍ବା ଉଚିତ ରକ୍ଷଣାବେକ୍ଷଣ କରାଯାଉ ନ ଥିବା ବେଳେ ବର୍ତ୍ତମାନ ପୁଣି ଥରେ ନୂତନ ଯନ୍ତ୍ରପାତି କିଣାଯିବା ପରେ ରକ୍ଷଣାବେକ୍ଷଣକୁ ନେଇ ନାନା ଆଶଙ୍କା ଦେଖାଦେଇଛି। ଏ ନେଇ ବିଏମ୍‌ସି ସାନିଟେଶନ ବିଭାଗର ସାଗରିକା ଖଣ୍ଡୁଆଳଙ୍କ ସହ ଯୋଗାଯୋଗ କରିବାରୁ ଭାକ୍ୟୁମ ମେଶିନ ମରାମତି ନିମନ୍ତେ ଚିଠି ହୋଇଛି। ଖୁବ୍‌ ଶୀଘ୍ର ଏହାର ମରାମତି କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ଗତ ୨ ବର୍ଷ ତଳେ ସହରାଞ୍ଚଳ ରାସ୍ତା ଓ ବାଣିଜି୍ୟକ ପ୍ରତିଷ୍ଠାନ ସ୍ଥାନରେ ସଫେଇ ନିମନ୍ତେ ୨ଟି ଆଣ୍ଟି ଲିଟେରିଂ ଭାକ୍ୟୁମ କ୍ଲିନର ୨୩ ଲକ୍ଷ ଟଙ୍କା ମୂଲ୍ୟରେ କିଣାଯାଇଥିଲା। ଏହାକୁ ପଲିଥିନ, ଗୁଟ୍‌ଖା ଜରି, ଶୁଖିଲା ପତ୍ର ଓ ଆବର୍ଜନାଗୁଡିକୁ ସଂଗ୍ରହ ନିମନ୍ତେ ବ୍ୟବହାର କରାଯିବ। ମେଶିନ ଚଲାଇବା ପାଇଁ ୩ ଜଣ କର୍ମଚାରୀଙ୍କ ଆବଶ୍ୟକ ପଡିଥାଏ। ଏହି ମର୍ମରେ ମେଶିନ ବ୍ୟବହାର ନିମନ୍ତେ ବିଏମ୍‌ସି ସାନିଟେଶନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ତଦନୁଯାୟୀ, ସାନିଟେଶନ ବିଭାଗ ପକ୍ଷରୁ ଗୋଟିଏ ମେଶିନ ପିଛା ୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ସହରର ମୁଖ୍ୟ ରାସ୍ତାରେ ପଡିଥିବା ପଲିଥିନଠାରୁ ଆରମ୍ଭ କରି ଶୁଖିଲା ଆବର୍ଜନା ସଂଗ୍ରହ ନିମନ୍ତେ ବ୍ୟବହାର କରାଗଲା। ଏଥିସହ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିିଡିଏ)କୁ ମଧ୍ୟ ଏକ ମେଶିନ ପ୍ରଦାନ କରାଯାଇଥିଲା। ବିଡିଏ ପକ୍ଷରୁ ମଧ୍ୟ ସଫେଇ କ୍ଷେତ୍ରରେ ମେଶିନ ବ୍ୟବହାର କରାଯାଇଥିଲା। କିନ୍ତୁ ବ୍ୟବହାରର କିଛି ଦିନ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କର୍ମଚାରୀଙ୍କ ଅସାବଧାନତା ଓ ପ୍ରଶିକ୍ଷଣ ଅଭାବରୁ ତ୍ରୁଟି ଦେଖାଦେଇଥିବା ନେଇ ସାନିଟେଶନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାର କିଛି ଦିନ ପରେ ମରାମତି କରାଯାଇ ପୁଣି ବ୍ୟବହାର ହୋଇଥିଲା। କିନ୍ତୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ୨ଟି ମେଶିନ ସଂପୂର୍ଣ୍ଣ ଅଚଳ ହୋଇ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦିନ ଧରି ପଡିରହିଛି। ଏହାକୁ ମରାମତି କରିବା ଦିଗରେ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ମେଶିନ ଖରା ବର୍ଷାରେ ଖତ ଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri