Advertisement

ଅଳପୁଆ ପାହାନ୍ତିସାହିରେ ପାନୀୟ ଜଳ ସଙ୍କଟ

ପଟ୍ଟାମୁଣ୍ଡାଇ ୧୯ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ପାହାନ୍ତିସାହିରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଇ ଦେଇଛି। ଏହି ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୩୦୦ ଲୋକ ବସବାସ କରନ୍ତି। ଏଠାରେ ନଳକୂପ ବସାଯାଇଥିଲେ ମଧ୍ୟ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ପିଇବା ପାଣି ପାଇଁ ଲୋକମାନେ ହଇରାଣ ହେଉଛନ୍ତି। ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ନଳକୂପ ମରାମତି ପାଇଁ ବିଭାଗ ପକ୍ଷରୁ ଉଦ୍ୟମ କରାଯାଇନାହିଁ। ନିକଟରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ସରପଞ୍ଚ ପଦ୍ମିନୀ ବେହେରା, ପଞ୍ଚାୟତ ବିଜେଡି ସଭାପତି ସୁକାନ୍ତ ରାଉତ, ନରେନ୍ଦ୍ର ଧଳ, ସରୋଜ କୁମାର ଦାସ ପ୍ରମୁଖ ଭେଟି ପାନୀୟଜଳ ସଙ୍କଟ ସମ୍ପର୍କରେ ଆଲୋଚନା କରିଥିଳେ। ତୁରନ୍ତ ପାହାନ୍ତିସାହିରେ ନୂତନ ନଳକୂପ ସ୍ଥାପନ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବିଧାୟକ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପବନରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର...

ଶାନ୍ତି ଶୃଙ୍ଖଳା ସହିତ ସରିଲା ନିର୍ବାଚନ: ଇଭିଏମରେ ସିଲ୍‌ ୮୧ ପ୍ରାର୍ଥୀଙ୍କ ଭାଗ୍ୟ

ବାରିପଦା ଅଫିସ, ୩୦।୪- ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ସକାଳୁ ମୟୂରଭଞ୍ଜ ଜିଲାରେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। କିଛି ବୁଥରେ ଆରମ୍ଭରୁ ଇଭିଏମ ଖରାପ...

ନକଲି ଭିଡିଓ ଭାଇରାଲ ମାମଲା: ଅପମାନିତ କରିଛି ଓଟିଭି

ଭୁବନେଶ୍ୱର/କେନ୍ଦୁଝର,୧୮ା୧୦(ବ୍ୟୁରୋ/ସ୍ବ.ପ୍ର.): ୨୦୧୯ ସାଧାରଣ ନିର୍ବାଚନ ସମୟରେ କେନ୍ଦୁଝର ଲୋକ ସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ନକଲି ଭିଡିଓ ଭାଇରାଲ କରାଯାଇଥିଲା। ଉକ୍ତ ଘଟଣାରେ...

ଖବରଦାତାଙ୍କୁ ଲାଞ୍ଚୁଆ କହିଲେ ଭାଜପା ନେତା

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ମାମଲାରେ ଗଣମାଧ୍ୟମ ପ୍ରତିନିଧି ଟଙ୍କା ଖାଇଛନ୍ତି। ସେଥିଲାଗି ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ...

ଚାଷୀଙ୍କ ଦୁଃଖ ସରୁନି

ଖୋର୍ଦ୍ଧା ଅଫିସ,୨୦ା୪ : ବର୍ତ୍ତମାନ ଲକଡାଉନ ଯୋଗୁ ଚାଷୀକୂଳ ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷେତରେ ପନିପରିବା ଶୁଖି ଓ ପଚିଶଢି ନଷ୍ଟ ହେଉଥିବାବେଳେ ଯାହା କିଛି...

ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି...

ହାତରେ ବିଷ ବୋତଲ ଧରି ଚାଷୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୨୮।୭: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଚଢେୟାପଲ୍ଲୀ ସମବାୟ ସମିତିରେ ଚାଷୀ ଧାନ ବିକ୍ରି କରିବାର ୬ ମାସ ପରେ ବି ପ୍ରାପ୍ୟ ପାଇ...

ଲୋକନାଥଙ୍କ ପୀଠରେ ଜଳିଲା ବୃହତ୍‌ ଦୀପ

ପୁରୀ ଅଫିସ,୨୦ା୨: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ବୁଧବାର ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି...

Advertisement
Archives

Model This Week