ଆମ ଜିଲା ଖବର

ନାଳ ପାରି ହେବା ବେଳେ ବର୍ଷାପାଣିରେ ଭାସିଗଲେ ଯୁବକ

ବୌଦ୍ଧ,୨୦।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଶାଳକଟା ନିକଟ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ଶାଳକଟା ଗ୍ରାମର ପ୍ରମୋଦ ଭୋକ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ଅପେରା ପ୍ରଦର୍ଶନକୁ ବିରୋଧ

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲାରେ ଜିଲା ବାହାର ଅପେରା(ଯାତ୍ରା) ପ୍ରଦର୍ଶନ ଉପରେ ଦୀର୍ଘବର୍ଷ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଫଳରେ ଜିଲାରେ ଯାତ୍ରା ପ୍ରଦର୍ଶନ ବନ୍ଦ ରହିଥିଲା। ମାତ୍ର ଏବେ ଜିଲାରେ ଏହା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବା ନେଇ…

ଫାର୍ମାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ସାରସକଣା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ସୀମାନ୍ତରେ ଥିବା ଏକ ଫାର୍ମାସୀ କଲେଜର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ମୁତାବକ, ଛାତ୍ର ଜଣକ ଏକ ମେସ୍‌ରେ ରହୁଥିଲେ।…

କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା

ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ବରଗଡ଼ ସଦର ଥାନା…

ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଜାରି

ଭଦ୍ରକ ଅଫିସ,୨୦।୯: ଭଦ୍ରକ ସହର ବନ୍ତ ଛକଠାରେ ମଙ୍ଗଳବାର ଉଠା ଦୋକାନ ଉଚ୍ଛେଦ ଚାଲିଛି। ତେବେ ଉଚ୍ଛେଦ ସମୟରେ ପୋଲିସ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସିପିଆଇ ନେତା ଓ କ୍ଷୁଦ୍ର…

ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌ ଲିକ୍‌ କଲେ ଯୁବକ

ପଦ୍ମପୁର,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ଗ୍ରାମର ଡାଙ୍ଗମାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ୟୁଶନ ଯାଇଥିବା ୨୨ ଛାତ୍ରୀଛାତ୍ରଙ୍କ ସାଇକେଲ୍‌କୁ ଉକ୍ତ ଗ୍ରାମର ଜଣେ ଯୁବକ ଲିକ୍‌ କରି ଦେଇଥିଲେ। ପିଲାମାନେ ଜାଣିପାରି ତାଙ୍କୁ ପଚାରିବାରୁ…

ଦୀର୍ଘ ବର୍ଷର ଦାବି ପରେ ମିଳିଲା ରାଜସ୍ବ ଗ୍ରାମର ମାନ୍ୟତା

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁପଗାଁ ପଞ୍ଚାୟତ ଚିଲଡଙ୍ଗରି ଗ୍ରାମକୁ ଦୀର୍ଘବର୍ଷ ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ। ତେବେ ରାଜ୍ୟ ସରକାର ଚିଲଡଙ୍ଗରି…

୩ରେ ଛତର୍‌ ଯାତ୍ରା: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଜିଲାପାଳ

ଭବାନୀପାଟଣା,୨୦।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଆସନ୍ତା ୩ ତାରିଖରେ ହେବାକୁ ଥିବା ମା’ ମାଣିକେଶ୍ୱରୀଙ୍କ ଛତର୍‌ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏଥିରେ ଅଧ୍ୟକ୍ଷତା କରିଥିଲେ।…

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଅନେକ ଗାଁ ଜଳବନ୍ଦୀ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ଲଗାଣ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ବାଲିଗୁଡା,କୋଟଗଡ,ତମୁଡିବନ୍ଧ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡିମୁଣ୍ଡା ନିକଟସ୍ଥ ପୋଲ…

ଓଲଟିଲା ଟୁରିଷ୍ଟ ବସ୍‌: ୧୯ ଆହତ

ଯାଜପୁର ଅଫିସ,୨୦।୯: ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ନିକଟରେ ମଙ୍ଗଳବାର ସକାଳେ ଏକ ଟୁରିଷ୍ଟ ବସ୍‌ ଓଲଟି ପଡିଛି। ଏଥିରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସମସ୍ତ…

ମନ୍ତ୍ରୀ ଫେରିବା ପରେ ଭାଙ୍ଗିଦେଲେ ଉଦ୍‌ଘାଟନୀ ଫଳକ

ରାୟଗଡ଼ା ଅଫିସ,୨୦ା୯: ଉପାନ୍ତ ରାୟଗଡ଼ା ଜିଲାର ଅନେକ ଗାଁକୁ ଏବେ ବି ମୋବାଇଲ ଟାଓ୍ବାର ଅପହଞ୍ଚ ରହିଛି। ସଦର ବ୍ଲକ ଡାଙ୍ଗଲୋଡି ପଞ୍ଚାୟତର ପେନିକଣାଠାରେ ମୋବାଇଲ ଟାଓ୍ବାର ସ୍ଥାପନ ହୋଇଥିବାବେଳେ ସୋମବାର ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା…

ତୃତୀୟ ସନ୍ଧ୍ୟାରେ ପ୍ରବଳ ଗହଳି

ବଅଁରପାଳ, ୨୦ା୯ (ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଚଳିତବର୍ଷ ୧୮ଟି ମେଢ଼ କରାଯାଇଥିବା ବେଳେ ଆକର୍ଷଣୀୟ ସାଜସଜ୍ଜା ଦର୍ଶକମାନଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ପୂଜା କମିଟିର ତୋରଣ ଓ ରଙ୍ଗବେରଙ୍ଗର ଆଲୋକମାଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?