ଏନ୍‌ଜିଟି ନିର୍ଦ୍ଦେଶରେ ସ୍ଥିତି ଅନୁଧ୍ୟାନ କଲା ଟିମ୍‌

ଯୋଡ଼ା,୨୮ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ତଥା ଆଖପାଖ ବନାଞ୍ଚଳ ଗ୍ରାମ ଦେଇ ଯାଇଥିବା ଖଣିଜ ସ୍ଲରି ପାଇପ୍‌ଲାଇନ୍‌ର ଅନୁଧ୍ୟାନ କରିଛନ୍ତି ଜିଲା ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ଯନ୍ତ୍ରୀଙ୍କ ଏକ ଟିମ୍‌। ନ୍ୟାଶ୍‌ନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ଗୁରୁବାର ଯୋଡ଼ାରେ ପହଞ୍ଚି ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଟିମ୍‌ ନଦୀର ସ୍ଥିତିକୁ କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷଣ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୯ ଜୁଲାଇ ୧୦ ଓ ଅଗଷ୍ଟ ୧୨ରେ ‘ଓଡ଼ିଶା ପୋଷ୍ଟ’ରେ ଏ ସମ୍ପର୍କିତ ଖବର ପ୍ରକାଶ ପରେ ଏନ୍‌ଜିଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବଡ଼ ବଡ଼ ଖଣି କମ୍ପାନୀ ନଦୀର ମଧୁର ଜଳକୁ ବ୍ୟବହାର କରି ପାଇପ୍‌ଲାଇନ୍‌ ଜରିଆରେ ସ୍ଲରି ତିଆରି କରି ପାରାଦୀପ ଓ ଯାଜପୁର ଅଞ୍ଚଳକୁ ଖଣିଜ ପରିବହନ କରୁଛନ୍ତି। କିଛି କମ୍ପାନୀ ସ୍ଲରି ପାଇପ୍‌ଲାଇନ୍‌ ମାଧ୍ୟମରେ ଖଣିଜ ପରିବହନ କରିବା ପାଇଁ ଉଦ୍ୟମ ମଧ୍ୟ ଆରମ୍ଭ କରିଛନ୍ତି। ମାଟି ଖୋଳି ପାଇପ୍‌ଲାଇନ ନେବା ଦ୍ୱାରା ଜମି, ଜଳ ଓ ଜଙ୍ଗଲ ପରି ପ୍ରାକୃତିକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ହାତୀ ଚଲାପଥ ମଧ୍ୟ ପ୍ରଭାବିତ ହେଉଛି। ବିଶେଷ କରି ପାଇପ୍‌ଲାଇନ୍‌ରେ ଲୋକଙ୍କ ଜୀବନ ରେଖା କୁହାଯାଉଥିବା ନଦୀଗୁଡ଼ିକର ଜଳସ୍ରୋତ ବିଶେଷ ଭାବେ ପ୍ରଦୂଷିତ ହେବା ସହିତ ପ୍ରଭାବିତ ହେଉଛି। ଏହାକୁ ନେଇ ଗତ କିଛି ମାସ ହେବ ନଦୀର ସୁରକ୍ଷା ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନର ଡାକରା ଦେଇଛନ୍ତି। ଲୋକଶକ୍ତି ଓ ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ବୟ ତରଫରୁ ଓଡ଼ିଶାର ନଦୀ ଓ ଜଳ ଉତ୍ସ ଗୁଡ଼ିକର ସୁରକ୍ଷା ଅଭିଯାନ ଯାତ୍ରାର ଆହ୍ବାନ ଦିଆଯାଇଥିଲା। ଅନ୍ୟପକ୍ଷେ ସ୍ଲରି ପାଇପ୍‌ଲାଇନ୍‌ ଦ୍ୱାରା ଖଣିଜ ପରିବହନ ହେତୁ ସୁନ୍ଦରଗଡ଼ ଜିଲା କୋଇଡ଼ା, କେନ୍ଦୁଝର ଜିଲାର ଗୁଆଲି, ଭଦ୍ରାସାହି, ବଡ଼ବିଲ, ଯୋଡ଼ା, ବିଲେଇପଦା, ଜୁରୁଡ଼ି, ବାମେବାରି, କେନ୍ଦୁଝର, ଯାଜପୁରର ଚଣ୍ଡିଖୋଲ, ପାରାଦୀପ, ଜଗତସିଂପୁର ପ୍ରଭୃତି ଅଞ୍ଚଳର ଟ୍ରକ୍‌ ମାଲିକମାନେ ପ୍ରଭାବିତ ହେଉଛନ୍ତି। ଏଣୁ ଟ୍ରକ୍‌ ମାଲିକ ସଂଘ ମଧ୍ୟ ଏହାର ତୀବ୍ର ବିରୋଧ କରୁଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଏନ୍‌ଜିଟିଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନିକ ଅଧିକାରୀଙ୍କ ଟିମ୍‌ ଅନୁଧ୍ୟାନ କରିଛନ୍ତି। ଯୋଡ଼ା ସୁନାନଦୀରେ ମେଶିିନ ଲଗାଇ ନଦୀ ଗର୍ଭକୁ ଖୋଳି ପାଇପ ଲାଇନ୍‌ ନେବା ସ୍ଥାନଟିକୁ ପ୍ରତିନିଧିମାନେ ପରିଦର୍ଶନ କରିବା ପରେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ଟିମ୍‌ରେ କେନ୍ଦୁଝର ଜିଲା ଅତିରିକ୍ତ ଜିଲାପାଳ ଚନ୍ଦ୍ରମଣୀ ମହାଲଙ୍କ ନେତୃତ୍ୱରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅଧିକାରୀ ସନ୍ଦୀପ ସିଂ, ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡ(କୋଲକାତା)ର ବୈଜ୍ଞାନିକ ଜି.ପି. ସିଂ, ଜଳ ସମ୍ପଦ ଅଧିକାରୀ ପ୍ରଣବ ନାୟକ, ଜିଲା ପ୍ରଦୂଷଣ ବିଭାଗ ଅଧିକାରୀ ପ୍ରଶାନ୍ତ କରଙ୍କ ସମେତ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାତୁଲୀ ୟୁଥ୍ କ୍ଲବ୍ କ୍ରିକେଟ ଟୁର୍ନାମେଣ୍ଟ: ସେମିଫାଇନାଲରେ ଅଙ୍ଗାରଗାଁର ଦମଦାର ବିଜୟ, ଫାଇନାଲରେ…

ଗଞ୍ଜାମ,୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧୀନସ୍ଥ ସାତୁଲୀ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଦିନ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri