୧୮ ଖଣ୍ଡ ଗାଁ ଲୋକଙ୍କ ମୁଖ୍ୟରାସ୍ତା ନାଗାବଳୀ

ରାୟଗଡ଼ା ଅଫିସ,୨୮ା୧୦: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ ୧୮ ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ମୁଖ୍ୟରାସ୍ତା ପାଲଟିଛି ନାଗାବଳୀ ନଦୀ। ଗ୍ରାମବାସୀ ନଦୀ ଅପରପାର୍ଶ୍ୱରେ ବସବାସ କରୁଥିବାରୁ ଲୋକଙ୍କ ଯାତାୟାତରେ ସୁବିଧା ପାଇଁ ନଦୀ ଉପରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ୩ ବର୍ଷ ତଳେ ଆରମ୍ଭ ହୋଇଛି। ହେଲେ ପୋଲକାମ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରୁନି। ଫଳରେ ଦୈନନ୍ଦିନ କାର୍ଯ୍ୟ ଏବଂ ଜରୁରୀ ସେବା ପାଇଁ ଗ୍ରାମବାସୀ ବିପଜ୍ଜନକ ଅବସ୍ଥାରେ ଭରାନଦୀ ପାରିହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ରୋଗୀ ଏବଂ ଗର୍ଭବତୀଙ୍କୁ ଡାକ୍ତରଖାନା ନେବା ପାଇଁ ଷ୍ଟ୍ରେଚର ଏବଂ ଭାରରେ ବୋହି ନଦୀପାର ହେବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ବୁଧବାର ରାୟଗଡ଼ା ସଦର ବ୍ଲକ ଶେଷଖାଲ ପଞ୍ଚାୟତ ଅର୍ନ୍ତଗତ ଖିଲିମିସଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ଗାଁର ପ୍ରଦୀପ କଲକା(୫୬)ଜ୍ୱରରେ ପୀଡ଼ିତ ଥିବାବେଳେ ଜ୍ୱର ନ କମିବାରୁ ସମ୍ପର୍କୀୟମାନେ ତାଙ୍କୁ ଜେମାଦେଇପେଣ୍ଠ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଗାଁକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡ଼ି ଯିବାକୁ ରାସ୍ତା କିମ୍ବା ପୋଲ ନ ଥିବାରୁ ପ୍ରଦୀପଙ୍କୁ ଷ୍ଟ୍ରେଚରରେ ବୋହି ନଦୀ ପାରହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ନାଗାବଳୀ ଅପରପାର୍ଶ୍ୱରେ ରହିଥିବା ଖିଲମିସଗୁଡ଼ା, ରାଣାଗୁଡ଼ା, କେରାଣ୍ଡି, ଲୁମ୍ବେସୁ, କାଷଡ଼ା, ତରାମ୍‌, ପାଲମପୁଲିସ, ଚମ୍ପି ଏବଂ ଦୁର୍ଗାପାଡ଼ୁ ସମେତ ୧୮ ଗ୍ରାମର ଲୋକେ ଯାତାୟାତ ନିମନ୍ତେ ବର୍ଷ ବର୍ଷ ଧରି ସମସ୍ୟା ଭୋଗୁଛନ୍ତି। ଏହାର ସମାଧାନ ନିମନ୍ତେ ୧୧ କୋଟି ୫୩ ଲକ୍ଷ ୫୦ ହଜାର ୨୧୨ଟଙ୍କା ବ୍ୟୟ ଅଟକଳରେ ୨୦୧୯ ମାର୍ଚ୍ଚ ୮ ରେ ନଦୀ ଉପରେ ବିଜୁସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ୨୦୨୧ ମାର୍ଚ୍ଚ ୭ ମଧ୍ୟରେ କାମ ଶେଷ ପାଇଁ ସମୟସୀମା ଧାର୍ଯ୍ୟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ କାମ ଅଧାପନତରିଆ ଅବସ୍ଥାରେ ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଏ ନେଇ ରାୟଗଡ଼ା ବିଡିଓ ଲକ୍ଷ୍ମୀ ନାରାୟଣ ସାବତଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ପୋଲ ନିର୍ମାଣ କାମ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଛି। ବର୍ଷା ଯୋଗୁ କାମ ଅଟକି ଥାଇପାରେ ବୋଲି ସେ କହିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, କାମ ନେଇଥିବା ଠିକଦାର ସ୍ଲାବ୍‌ କାମ ଅଧାପନ୍ତରିଆ ଛାଡ଼ି ଦେଇଛନ୍ତି। ବାରମ୍ବାର ତାଗିଦ ପରେ ମଧ୍ୟ ସେ ଶୁଣୁନାହଁାନ୍ତି। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପୋଲକାମ ସରିଲେ ୧୮ ଖଣ୍ଡ ଗ୍ରାମର ଲୋକେ ନୂଆ ଜୀବନ ପାଇବେ ବୋଲି ଶେଷଖାଲ ପଞ୍ଚାୟତର ସମିତି ସଭ୍ୟ କ୍ରିଷ୍ଣା କଲାକା, ମାନୁ କଣ୍ଡାଗରି ଏବଂ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପୋଲ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ ନ କଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?