ବିଦେଶରେ ଚାକିରି ଦେବାକୁ କହି ଏଜେଣ୍ଟ ଠକି ନେଲେ ଟଙ୍କା

ଆଳି,୨୮ା୧୦(ଡି.ଏନ.ଏ.): ବିଦେଶରେ ଚାକିରି କରାଇ ଦେବାକୁ କହି ୩୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଏଜେଣ୍ଟ ଫେରାର ହୋଇଯିବା ପରେ ଯୁବକମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକେଇରେ ଶିକାର ହୋଇଥିବା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଉଲାଙ୍ଗ ବିକ୍ରମ କେଶରୀ ପାତ୍ର, ଧୀରେନ୍ଦ୍ର ପାତ୍ର, କେନ୍ଦ୍ରାପଡ଼ାର ସୁଶାନ୍ତ ମଲିକ, ରାଜନଗର ମହୁଲିଆର ପ୍ରମୋଦ ସାହୁ, ଆଳି ନରେନ୍ଦ୍ରପୁରର ମନୋଜ ମଲିକ, ମନୋରଞ୍ଜନ ପଲାଇ, ସନ୍ଦୀପ ମଲିକ, ସିଦ୍ଧାର୍ଥ ମଲିକ, ବିଶ୍ୱ ରଞ୍ଜନ ମହାନ୍ତି, ବୀରଭଦ୍ର ନାୟକଙ୍କ ସମେତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ଚାନ୍ଦବାଲି ଅଞ୍ଚଳର ଯୁବକ ମାନେ ଆଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଆଳି ଥାନା ଅନ୍ତର୍ଗତ ବେଲସରପୁର ଗଁାର ଅମୂଲ୍ୟ ମଲିକ ଉପରୋକ୍ତ ଯୁବକମାନଙ୍କୁ ତାଙ୍କ ଘର ନିକଟକୁ ଡାକି ଓମାନ ଓ କୁଏତ ଯିବା ନିମନ୍ତେ ପ୍ରବର୍ତ୍ତାଇ ଅଗଷ୍ଟ ୨ ରେ ଜଣ ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ନେବାକୁ କଥାବାର୍ତ୍ତା କରିଥିଲେ। ନଗଦ ଟଙ୍କା ଓ ଫୋନ ପେ ମାଧ୍ୟମରେ ଅମୂଲ୍ୟ ଜଣ ପିଛା ୧ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଅମୂଲ୍ୟ ସେମାନଙ୍କ ନିକଟରୁ ଟଙ୍କା ନେବା ପରେ ବମ୍ବେ ପଳାଇ ଯାଇ ଦିଲ୍ଲୀ ଡାକିଥିଲେ। ଦିଲ୍ଲୀରେ ସେ ଅଫିସରଙ୍କୁ ନେଇ ତାଙ୍କ ନିକଟରେ ପହଞ୍ଚତ୍ବେ ବୋଲି କହିଥିଲେ। ଏହି ଯୁବକମାନେ ଏକତ୍ରିତ ହୋଇ ଦିଲ୍ଲୀରେ ଅଗଷ୍ଟ ୨୫ରେ ପହଞ୍ଚତ୍ବା ପରେ ଅମୂଲ୍ୟଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା। ଅମୂଲ୍ୟ ଫୋନ ସୁଇଚ ଅଫ କରି ରଖିଥିଲେ। ଅପରପକ୍ଷରେ ଅମୂଲ୍ୟ ସେମାନଙ୍କୁ ୨୮ ତାରିଖରେ ବିମାନ ଅଛି ଯିବାକୁ କହିଥିଲେ। ୧୦ ଦିନ ସେମାନେ ଅମୂଲ୍ୟକୁ ଅପେକ୍ଷା କରି ନିରାଶ ହେବା ପରେ ନିଜ ନିଜ ଘରକୁ ଫେରି ଆସିଛନ୍ତି। ଯୁବକମାନେ ଘରକୁ ଫେରିବା ପରେ ଅମୂଲ୍ୟଙ୍କ ଘରେ ପହଞ୍ଚତ୍ ଏ ବିଷୟରେ ପଚାରିଥିଲେ। ପୁଣି ସେମାନେ ଅମୂଲ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଅମୂଲ୍ୟ ସେମାନଙ୍କୁ ଆଉ ୫୦ ହଜାର ଟଙ୍କା ଦେବା ପରେ ପାସ୍‌ ପୋର୍ଟ ପଠାଇବେ ବୋଲି କହିଥିଲେ। ଅମୂଲ୍ୟଙ୍କ କଥା ଅନୁସାରେ ତାଙ୍କ ବାପାଙ୍କୁ ଯୁବକମାନେ ଚଳିତ ମାସ ୧୫ ତାରିଖରେ ଜଣ ପିଛା ୫୦ ହଜାର ଟଙ୍କା ଲେଖାଏ ଦେଇଥିଲେ। ୫୦ ହଜାର ଟଙ୍କା ପଠାଇବା ପରେ ଏହି ଯୁବକମାନଙ୍କୁ ଅମୂଲ୍ୟ ପାସପୋର୍ଟ ପଠାଇଥିଲେ। ମାତ୍ର ସେଗୁଡିକୁ ଅଧା ଚିରି ଯାଇଥିଲା। ସେମାନଙ୍କ ସନ୍ଦେହ ହେବାରୁ ଏ ସମ୍ପର୍କରେ ସେମାନେ ପାସପୋର୍ଟ ଅଫିସ ସହି ଯୋଗାଯୋଗ କରିଥିଲେ। ସେମାନଙ୍କୁ ମିଳିଥିବା ପାସପୋର୍ଟ ଅଚଳ ବୋଲି ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ସେମାନଙ୍କ ଟଙ୍କା ଫେରାଇ ଦେବାକୁ ଅମୂଲ୍ୟ ଘରକୁ ଯିବାରୁ ତାଙ୍କ ସ୍ତ୍ରୀ, ବାପା ପରିବାର ଲୋକ ସେମାନଙ୍କୁ ଗାଳି ଗୁଲଜ କରିବା ସହ ମାରିବାକୁ ଉଦ୍ୟମ କରିଥିଲେ। ଏ ନେଇ ସେମାନେ ଗତ ୨୫ ତାରିଖରେ ଅମୂଲ୍ୟଙ୍କ ନାମରେ ଆଳି ଥାନାରେ ଏକ ଅଭିଯୋଗ ଦେଇଥିଲେ। ଆଳି ପୋଲିସ ଅମୂଲ୍ୟଙ୍କ ନିକଟକୁ ଖବର ଦେବାରୁ ସେ ଥାନାକୁ ଆସି ଯୁବକମାନଙ୍କୁ ନଭେମ୍ବର ୩ରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ବାପାଙ୍କୁ ଦେଇଥିବା ୫୦ ହଜାର ଟଙ୍କା ଗୁରୁବାର ଦେବାକୁ ଥିବାବେଳେ ସେମାନେ ତାଙ୍କ ଘର ନିକଟରେ ପହଞ୍ଚତ୍ବା ବେଳକୁ ଅମୂଲ୍ୟ ଘରେ ନ ଥିବା ବେଳେ ତାଙ୍କ ସ୍ତ୍ରୀ ଓ ବାପା ସେମାନଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସେମାନେ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆଳି ଥାନା ଅଧିକାରୀ ଦିଲୀପ ସାହୁଙ୍କୁ ଏ ନେଇ ପଚାରିବାରୁ ଅଭିଯୋଗ ମିଳିବା ପରେ ନଂ. ୪୩୧/୨୨ରେ ମାମଲା ରୁଜୁ କାରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?