ବିଦେଶରେ ଚାକିରି ଦେବାକୁ କହି ଏଜେଣ୍ଟ ଠକି ନେଲେ ଟଙ୍କା

ଆଳି,୨୮ା୧୦(ଡି.ଏନ.ଏ.): ବିଦେଶରେ ଚାକିରି କରାଇ ଦେବାକୁ କହି ୩୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଏଜେଣ୍ଟ ଫେରାର ହୋଇଯିବା ପରେ ଯୁବକମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକେଇରେ ଶିକାର ହୋଇଥିବା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଉଲାଙ୍ଗ ବିକ୍ରମ କେଶରୀ ପାତ୍ର, ଧୀରେନ୍ଦ୍ର ପାତ୍ର, କେନ୍ଦ୍ରାପଡ଼ାର ସୁଶାନ୍ତ ମଲିକ, ରାଜନଗର ମହୁଲିଆର ପ୍ରମୋଦ ସାହୁ, ଆଳି ନରେନ୍ଦ୍ରପୁରର ମନୋଜ ମଲିକ, ମନୋରଞ୍ଜନ ପଲାଇ, ସନ୍ଦୀପ ମଲିକ, ସିଦ୍ଧାର୍ଥ ମଲିକ, ବିଶ୍ୱ ରଞ୍ଜନ ମହାନ୍ତି, ବୀରଭଦ୍ର ନାୟକଙ୍କ ସମେତ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ଚାନ୍ଦବାଲି ଅଞ୍ଚଳର ଯୁବକ ମାନେ ଆଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଆଳି ଥାନା ଅନ୍ତର୍ଗତ ବେଲସରପୁର ଗଁାର ଅମୂଲ୍ୟ ମଲିକ ଉପରୋକ୍ତ ଯୁବକମାନଙ୍କୁ ତାଙ୍କ ଘର ନିକଟକୁ ଡାକି ଓମାନ ଓ କୁଏତ ଯିବା ନିମନ୍ତେ ପ୍ରବର୍ତ୍ତାଇ ଅଗଷ୍ଟ ୨ ରେ ଜଣ ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ନେବାକୁ କଥାବାର୍ତ୍ତା କରିଥିଲେ। ନଗଦ ଟଙ୍କା ଓ ଫୋନ ପେ ମାଧ୍ୟମରେ ଅମୂଲ୍ୟ ଜଣ ପିଛା ୧ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଅମୂଲ୍ୟ ସେମାନଙ୍କ ନିକଟରୁ ଟଙ୍କା ନେବା ପରେ ବମ୍ବେ ପଳାଇ ଯାଇ ଦିଲ୍ଲୀ ଡାକିଥିଲେ। ଦିଲ୍ଲୀରେ ସେ ଅଫିସରଙ୍କୁ ନେଇ ତାଙ୍କ ନିକଟରେ ପହଞ୍ଚତ୍ବେ ବୋଲି କହିଥିଲେ। ଏହି ଯୁବକମାନେ ଏକତ୍ରିତ ହୋଇ ଦିଲ୍ଲୀରେ ଅଗଷ୍ଟ ୨୫ରେ ପହଞ୍ଚତ୍ବା ପରେ ଅମୂଲ୍ୟଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା। ଅମୂଲ୍ୟ ଫୋନ ସୁଇଚ ଅଫ କରି ରଖିଥିଲେ। ଅପରପକ୍ଷରେ ଅମୂଲ୍ୟ ସେମାନଙ୍କୁ ୨୮ ତାରିଖରେ ବିମାନ ଅଛି ଯିବାକୁ କହିଥିଲେ। ୧୦ ଦିନ ସେମାନେ ଅମୂଲ୍ୟକୁ ଅପେକ୍ଷା କରି ନିରାଶ ହେବା ପରେ ନିଜ ନିଜ ଘରକୁ ଫେରି ଆସିଛନ୍ତି। ଯୁବକମାନେ ଘରକୁ ଫେରିବା ପରେ ଅମୂଲ୍ୟଙ୍କ ଘରେ ପହଞ୍ଚତ୍ ଏ ବିଷୟରେ ପଚାରିଥିଲେ। ପୁଣି ସେମାନେ ଅମୂଲ୍ୟଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଅମୂଲ୍ୟ ସେମାନଙ୍କୁ ଆଉ ୫୦ ହଜାର ଟଙ୍କା ଦେବା ପରେ ପାସ୍‌ ପୋର୍ଟ ପଠାଇବେ ବୋଲି କହିଥିଲେ। ଅମୂଲ୍ୟଙ୍କ କଥା ଅନୁସାରେ ତାଙ୍କ ବାପାଙ୍କୁ ଯୁବକମାନେ ଚଳିତ ମାସ ୧୫ ତାରିଖରେ ଜଣ ପିଛା ୫୦ ହଜାର ଟଙ୍କା ଲେଖାଏ ଦେଇଥିଲେ। ୫୦ ହଜାର ଟଙ୍କା ପଠାଇବା ପରେ ଏହି ଯୁବକମାନଙ୍କୁ ଅମୂଲ୍ୟ ପାସପୋର୍ଟ ପଠାଇଥିଲେ। ମାତ୍ର ସେଗୁଡିକୁ ଅଧା ଚିରି ଯାଇଥିଲା। ସେମାନଙ୍କ ସନ୍ଦେହ ହେବାରୁ ଏ ସମ୍ପର୍କରେ ସେମାନେ ପାସପୋର୍ଟ ଅଫିସ ସହି ଯୋଗାଯୋଗ କରିଥିଲେ। ସେମାନଙ୍କୁ ମିଳିଥିବା ପାସପୋର୍ଟ ଅଚଳ ବୋଲି ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ସେମାନଙ୍କ ଟଙ୍କା ଫେରାଇ ଦେବାକୁ ଅମୂଲ୍ୟ ଘରକୁ ଯିବାରୁ ତାଙ୍କ ସ୍ତ୍ରୀ, ବାପା ପରିବାର ଲୋକ ସେମାନଙ୍କୁ ଗାଳି ଗୁଲଜ କରିବା ସହ ମାରିବାକୁ ଉଦ୍ୟମ କରିଥିଲେ। ଏ ନେଇ ସେମାନେ ଗତ ୨୫ ତାରିଖରେ ଅମୂଲ୍ୟଙ୍କ ନାମରେ ଆଳି ଥାନାରେ ଏକ ଅଭିଯୋଗ ଦେଇଥିଲେ। ଆଳି ପୋଲିସ ଅମୂଲ୍ୟଙ୍କ ନିକଟକୁ ଖବର ଦେବାରୁ ସେ ଥାନାକୁ ଆସି ଯୁବକମାନଙ୍କୁ ନଭେମ୍ବର ୩ରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ବାପାଙ୍କୁ ଦେଇଥିବା ୫୦ ହଜାର ଟଙ୍କା ଗୁରୁବାର ଦେବାକୁ ଥିବାବେଳେ ସେମାନେ ତାଙ୍କ ଘର ନିକଟରେ ପହଞ୍ଚତ୍ବା ବେଳକୁ ଅମୂଲ୍ୟ ଘରେ ନ ଥିବା ବେଳେ ତାଙ୍କ ସ୍ତ୍ରୀ ଓ ବାପା ସେମାନଙ୍କ ସହ ଯୁକ୍ତିତର୍କ କରିବା ଦ୍ୱାରା ସେମାନେ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆଳି ଥାନା ଅଧିକାରୀ ଦିଲୀପ ସାହୁଙ୍କୁ ଏ ନେଇ ପଚାରିବାରୁ ଅଭିଯୋଗ ମିଳିବା ପରେ ନଂ. ୪୩୧/୨୨ରେ ମାମଲା ରୁଜୁ କାରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri