ଚାଷୀଙ୍କ ଅଜାଣତରେ ଉଠିଛି କାଳିଆ, ପିଏମ୍‌ କିଷାନ ଅର୍ଥ

ନବରଙ୍ଗପୁର/କୋଡିଙ୍ଗା, ୨୮।୧୦(ବି.ପ୍ର./ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ରହିଛି। ଏହାର ତଦାରଖ କରିବା ପାଇଁ ପଞ୍ଚାୟତରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ପଦାଧିକାରୀ ଓ ସଚିବ ଅଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ଗାଁ ଗାଁରେ ପଦଯାତ୍ର କରି ସରକାରୀ ଯୋଜନାର ସଚେତନ କରାଉଛନ୍ତି। ବିରୋଧି ଦଳଗୁଡିକ ସରକାରଙ୍କୁ ଟାର୍ଗେଟ କରି ଯୋଜନାର ବିଫଳତା ନେଇ ହୁଙ୍କାର ଛାଡୁଛନ୍ତି। ତେବେ ନବରଙ୍ଗପୁର ଜିଲାରେ ବିରୋଧି ଦଳଗୁଡିକ ଦୁର୍ବଳ ଥିବାରୁ ନିଷ୍ପେଷିତ, ଅସହାୟ, ନିର୍ଯ୍ୟାତିତ ଓ ଠକାମିର ଶିକାର ହୋଇଥିବା ଲୋକଙ୍କ ପାଇଁ କଣ୍ଠ ଦବି ଯାଇଛି। ସରକାରୀ ଯୋଜନାର ଅର୍ଥ ହଡପ ହୋଇ ଯାଉଥିଲେ ମଧ୍ୟ ଶାସକ ଦଳର ନେତାଙ୍କ ଦୃଷ୍ଟି ନ ପଡିବା, କେବଳ ଯୋଜନା ଗୁଡିକ ପଦଯାତ୍ରରେ ବଖାଣିବା ଏବେ ବିଡମ୍ବନାର ବିଷୟ ପାଲଟିଛି।
ନବରଙ୍ଗପୁର ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଜିଲାର କୋଷାଗୁମୁଡା ବ୍ଲକ ଅଧୀନ ଉପାନ୍ତ ଏକରି ପଞ୍ଚାୟତର ସଦର, ଅଲେଖଗୁଡା, ନୁନ୍‌ ପାଣି, ପୁଜାରୀଗୁଡା ସମେତ ୭ ଖଣ୍ଡ ଗାଁର ୨ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଟଙ୍କା ୨୦୧୯ ପରଠାରୁ ସେମାନଙ୍କ ଅଜାଣତରେ ଜଣେ ଯୋଗାଣ ସହାୟକ ଚଞ୍ଚକତା କରି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପଡିକାର୍ଡଗୁଡିକରେ ଆଧାର ସଂଯୋଗୀକରଣ ହେବ ବୋଲି ହିତାଧିକାରୀଙ୍କ ଆଧାର ଓ ଭୋଟ ପରିଚୟପତ୍ର ମାଗି ନେଇଥିଲେ। ପରେ ହିତାଧିକାରାରୀଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକରେ କେୱାସି ଅପ୍‌ଡେଟ୍‌ କରି ଚଞ୍ଚକତା କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୯ ବେଳକୁ ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ସହାୟତା ରାଶି ଦୁଇ କିସ୍ତିରେ ୬ ହଜାର ଟଙ୍କା ଓ ପିଏମ କିଷାନ ଯୋଜନାରୁ ଦୁଇ କିସ୍ତିରେ ୪ହଜାର ଟଙ୍କା ଆସୁଥିଲା। ପରବର୍ତ୍ତୀ ସମୟରେ ଅନୁଦାନ ରାଶି ନ ପାଇ ଅଲେଖଗୁଡା ଗାଁର ଚାଷୀମାନେ କୃଷି ବିଭାଗକୁ ଯାଇ ପଚାରିଥିଲେ। ସେମାନଙ୍କ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଅଧିକାରୀ ଜଣଙ୍କ କହିଥିବା ସହ ତାହାର ଏକ ନକଲ ମଧ୍ୟ ଦେଇଥିଲେ। ଚଞ୍ଚକତା କରି ସେମାନଙ୍କ ନାମରେ ଆଉ ଗୋଟିଏ ଲେଖାଏ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଜାଣିବାକୁ ପାଇଥିଲେ। ଏହାପରେ ଚାଷୀ ବୁଦ୍ରୀ ଭତରା, ମଙ୍ଗଳଦେଇ ଭତରା, ସନମତି ଭତରା, ସନାଇ ଭତରାଙ୍କ ସମେତ ଅନ୍ୟ ମହିଳା ଚାଷୀମାନେ କୋଡିଙ୍ଗା ଥାନାରେ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କେତେକ ହିତାଧିକାରୀଙ୍କ ଏଟିଏମ୍‌ ଓ କିଓସ୍କ ବ୍ୟାଙ୍କରେ ଟିପ ଚିହ୍ନ ବ୍ୟବହାର କରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଚାଷୀମାନେ କାଳିଆ ଟଙ୍କା ଖାତାକୁ ଆସି ନ ଥିବା ନେଇ ୩ବର୍ଷ ମଧ୍ୟରେ ଅନେକ ଥର ଯାଇ ପଚାରିଛନ୍ତି। ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ନେଇ ଆକାଉଣ୍ଟ ଯାଞ୍ଚ ଟଙ୍କା ଉଠାଇ ଜଣେ ବ୍ୟକ୍ତି ହଡପ କରିଛନ୍ତି। ଚାଷୀଙ୍କ ଟଙ୍କା ଉଠାଇବା ପାଇଁ ଯେଉଁ ଚଞ୍ଚକତା ହୋଇଛି ସେଥିରେ ଆଉ କିଛି ଗୋଷ୍ଠୀ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପକ୍ଷେ ସଠିକ ଆକାଉଣ୍ଟରେ ଟଙ୍କା ଥିଲେ ମଧ୍ୟ ଆକାଉଣ୍ଟରେ ଯାଞ୍ଚ ନାଁରେ ଉଠାଇ ହଡପ ହୋଇଥିବା ଜଣାପଡିଛି ା ଏନେଇ କୋଷାଗୁମୁଡା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଚାଷୀମାନେ ମୌଖିକ ଅଭିଯୋଗ କରିଥିଲେ। ତଥାପି କୃଷି ବିଭାଗ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri