ଚାଷୀଙ୍କ ଅଜାଣତରେ ଉଠିଛି କାଳିଆ, ପିଏମ୍‌ କିଷାନ ଅର୍ଥ

ନବରଙ୍ଗପୁର/କୋଡିଙ୍ଗା, ୨୮।୧୦(ବି.ପ୍ର./ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ରହିଛି। ଏହାର ତଦାରଖ କରିବା ପାଇଁ ପଞ୍ଚାୟତରୁ ଜିଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ପଦାଧିକାରୀ ଓ ସଚିବ ଅଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ଗାଁ ଗାଁରେ ପଦଯାତ୍ର କରି ସରକାରୀ ଯୋଜନାର ସଚେତନ କରାଉଛନ୍ତି। ବିରୋଧି ଦଳଗୁଡିକ ସରକାରଙ୍କୁ ଟାର୍ଗେଟ କରି ଯୋଜନାର ବିଫଳତା ନେଇ ହୁଙ୍କାର ଛାଡୁଛନ୍ତି। ତେବେ ନବରଙ୍ଗପୁର ଜିଲାରେ ବିରୋଧି ଦଳଗୁଡିକ ଦୁର୍ବଳ ଥିବାରୁ ନିଷ୍ପେଷିତ, ଅସହାୟ, ନିର୍ଯ୍ୟାତିତ ଓ ଠକାମିର ଶିକାର ହୋଇଥିବା ଲୋକଙ୍କ ପାଇଁ କଣ୍ଠ ଦବି ଯାଇଛି। ସରକାରୀ ଯୋଜନାର ଅର୍ଥ ହଡପ ହୋଇ ଯାଉଥିଲେ ମଧ୍ୟ ଶାସକ ଦଳର ନେତାଙ୍କ ଦୃଷ୍ଟି ନ ପଡିବା, କେବଳ ଯୋଜନା ଗୁଡିକ ପଦଯାତ୍ରରେ ବଖାଣିବା ଏବେ ବିଡମ୍ବନାର ବିଷୟ ପାଲଟିଛି।
ନବରଙ୍ଗପୁର ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଜିଲାର କୋଷାଗୁମୁଡା ବ୍ଲକ ଅଧୀନ ଉପାନ୍ତ ଏକରି ପଞ୍ଚାୟତର ସଦର, ଅଲେଖଗୁଡା, ନୁନ୍‌ ପାଣି, ପୁଜାରୀଗୁଡା ସମେତ ୭ ଖଣ୍ଡ ଗାଁର ୨ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଟଙ୍କା ୨୦୧୯ ପରଠାରୁ ସେମାନଙ୍କ ଅଜାଣତରେ ଜଣେ ଯୋଗାଣ ସହାୟକ ଚଞ୍ଚକତା କରି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପଡିକାର୍ଡଗୁଡିକରେ ଆଧାର ସଂଯୋଗୀକରଣ ହେବ ବୋଲି ହିତାଧିକାରୀଙ୍କ ଆଧାର ଓ ଭୋଟ ପରିଚୟପତ୍ର ମାଗି ନେଇଥିଲେ। ପରେ ହିତାଧିକାରାରୀଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକରେ କେୱାସି ଅପ୍‌ଡେଟ୍‌ କରି ଚଞ୍ଚକତା କରିଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୯ ବେଳକୁ ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ସହାୟତା ରାଶି ଦୁଇ କିସ୍ତିରେ ୬ ହଜାର ଟଙ୍କା ଓ ପିଏମ କିଷାନ ଯୋଜନାରୁ ଦୁଇ କିସ୍ତିରେ ୪ହଜାର ଟଙ୍କା ଆସୁଥିଲା। ପରବର୍ତ୍ତୀ ସମୟରେ ଅନୁଦାନ ରାଶି ନ ପାଇ ଅଲେଖଗୁଡା ଗାଁର ଚାଷୀମାନେ କୃଷି ବିଭାଗକୁ ଯାଇ ପଚାରିଥିଲେ। ସେମାନଙ୍କ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିବା ଅଧିକାରୀ ଜଣଙ୍କ କହିଥିବା ସହ ତାହାର ଏକ ନକଲ ମଧ୍ୟ ଦେଇଥିଲେ। ଚଞ୍ଚକତା କରି ସେମାନଙ୍କ ନାମରେ ଆଉ ଗୋଟିଏ ଲେଖାଏ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଜାଣିବାକୁ ପାଇଥିଲେ। ଏହାପରେ ଚାଷୀ ବୁଦ୍ରୀ ଭତରା, ମଙ୍ଗଳଦେଇ ଭତରା, ସନମତି ଭତରା, ସନାଇ ଭତରାଙ୍କ ସମେତ ଅନ୍ୟ ମହିଳା ଚାଷୀମାନେ କୋଡିଙ୍ଗା ଥାନାରେ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। କେତେକ ହିତାଧିକାରୀଙ୍କ ଏଟିଏମ୍‌ ଓ କିଓସ୍କ ବ୍ୟାଙ୍କରେ ଟିପ ଚିହ୍ନ ବ୍ୟବହାର କରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଚାଷୀମାନେ କାଳିଆ ଟଙ୍କା ଖାତାକୁ ଆସି ନ ଥିବା ନେଇ ୩ବର୍ଷ ମଧ୍ୟରେ ଅନେକ ଥର ଯାଇ ପଚାରିଛନ୍ତି। ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ନେଇ ଆକାଉଣ୍ଟ ଯାଞ୍ଚ ଟଙ୍କା ଉଠାଇ ଜଣେ ବ୍ୟକ୍ତି ହଡପ କରିଛନ୍ତି। ଚାଷୀଙ୍କ ଟଙ୍କା ଉଠାଇବା ପାଇଁ ଯେଉଁ ଚଞ୍ଚକତା ହୋଇଛି ସେଥିରେ ଆଉ କିଛି ଗୋଷ୍ଠୀ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପକ୍ଷେ ସଠିକ ଆକାଉଣ୍ଟରେ ଟଙ୍କା ଥିଲେ ମଧ୍ୟ ଆକାଉଣ୍ଟରେ ଯାଞ୍ଚ ନାଁରେ ଉଠାଇ ହଡପ ହୋଇଥିବା ଜଣାପଡିଛି ା ଏନେଇ କୋଷାଗୁମୁଡା ବିଡିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଚାଷୀମାନେ ମୌଖିକ ଅଭିଯୋଗ କରିଥିଲେ। ତଥାପି କୃଷି ବିଭାଗ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରି ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri