ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା

ଚଣ୍ଡିଖୋଲ,୨୮ା୧୦ (ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ଏବଂ ବିକାଶ କ୍ଷେତ୍ରରେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରୁଛି। ତେବେ ଯାଜପୁର ଜିଲା ବଡ଼ଚଣା ବ୍ଲକଟି ଏକ ବୃହତ ବ୍ଲକ ହୋଇଥିବାରୁ ଏଠାରେ ଦୁଇଟି ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ରହିଛି। ଗୋଟିଏ ବଡ଼ଚଣା-୧ ହୋଇଥିବା ବେଳେ ଅନ୍ୟଟି ବଡ଼ଚଣା-୨(ଗ୍ରାମୀଣ)ଭାବେ କାର୍ଯ୍ୟ କରୁଛି। ବଡ଼ଚଣା-୧ର କାର୍ଯ୍ୟାଳୟ ବଡ଼ଚଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ରହିଛି। ଏହା ଅଧୀନରେ ୨୩ଟି ପଞ୍ଚାୟତ ଥିବା ବେଳେ ଏହାକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତେବେ ବଡ଼ଚଣା-୧ ଅଧୀନରେ ସମନ୍ବିତ ଶିଶୁ ବିକାଶ ଯୋଜନା ଦିଗହରା ହୋଇଥିବା ଅଭିଯୋଗ ହୋଇଛି। କାରଣ ଏହା ଅଧୀନରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖାଦେଇଛି, ଯାହାକୁ ନେଇ ଗତ ୧୮ତାରିଖରେ ଅଙ୍ଗନଓ୍ବାଡି କର୍ମୀମାନେ ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଠାରେ ଗ୍ୟାସ କିଣା, ଶିଶୁଙ୍କ ପୋଷାକ କିଣା ଓ ଖେଳନା କ୍ରୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥି ପାଇଁ ଏହି ସିଡିପିଓ କାର୍ଯ୍ୟାଳୟ ଅଧୀନରେ ଥିବା ୧୭୭ଟି କେନ୍ଦ୍ରରେ ଅବ୍ୟବସ୍ଥା ଲାଗିରହିଥିବା ଜଣାପଡ଼ିଥିଲା।
ସୂଚନା ଥାଉକି, ୨୦୨୧ ଓ ୨୦୨୨ରେ ପ୍ରତ୍ୟେକ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଖେଳନା ପାଇଁ ୨,୫୦୦ ଟଙ୍କା ଓ ମେଡିସିନ୍‌ କିଟ୍‌ କିଣା ପାଇଁ ୧୫୦୦ ଟଙ୍କା ଆସିଥିଲା ବେଳେ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ବି ତାହା କିଣାଯାଇ ପାରିନାହିଁ। ଏପରିକି ଯେଉଁ ଅଙ୍ଗନଓ୍ବାଡି କେନ୍ଦ୍ର ବିଦ୍ୟାଳୟ ପରିସରରେ ଚାଲୁଛି ସେଠାକୁ ପିଲାଙ୍କ ଖେଳ ଓ ଭିତ୍ତିଭୂମି ପାଇଁ ୮,୫୦୦ ଟଙ୍କା ଗତ ବର୍ଷ ଡିସେମ୍ବରରୁ ଆସିଥିଲେ ମଧ୍ୟ ତାହା କାର୍ଯ୍ୟାକାରୀ ହୋଇପାରିନାହିଁ। ଏହି କାର୍ଯ୍ୟାଳୟରେ ୫ ସୁପରଭାଇଜର ଥିବାବେଳେ ଜଣେ ଜଣେ ସୁପରଭାଇଜର ଦୁଇ ଦୁଇଟି ସେକ୍ଟର ଦାୟିତ୍ୱରେ ରହିଛନ୍ତି। ଏପରିକି ଜଣେ ସୁପର ଭାଇଜର ଦୀର୍ଘ ୧୪ବର୍ଷ ହେଲା ଏଠାରେ ରହିଥିଲା ବେଳେ କୌଣସି କେନ୍ଦ୍ରକୁ ଦିନେବି ପରିଦର୍ଶନ କରିବାକୁ ଯାଇନାହାନ୍ତି। ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସେମାନଙ୍କ ଖାତାପତ୍ର ଧରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦେଉଛନ୍ତି। ପ୍ରତ୍ୟେକ କେନ୍ଦ୍ରକୁ ରୋଷେଇ ପାଇଁ ଗ୍ୟାସ ଓ ଚୁଲା କିଣା ବାବଦକୁ ୭୫୦୦ ଟଙ୍କା ଆସିଥିଲା ବେଳେ ଏହାକୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀମାନେ କିଣିବାକୁ ନିୟମ ଥିଲାବେଳେ କୁନ୍ଦଳ ଓ ପାରିଆ ସେକ୍ଟର ଦାୟିତ୍ୱରେ ଥିବା ସୁପରଭାଇଜର ସେମାନଙ୍କୁ ନିର୍ଦ୍ଦିଷ୍ଟ ଏକ ଏଜନ୍ସି ନିକଟରୁ କିଣିବା ପାଇଁ ବାଧ୍ୟ କରିଥିଲେ। ଏପରି କି ସେମାନଙ୍କ ନିକଟରୁ ପଇସା ଆଣି ନିଜେ ଗ୍ୟାସ ଓ ଚୁଲା କ୍ରୟ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ୬ମାସରୁ ୩ବର୍ଷର ଶିଶୁକୁ ଗୋଟିଏ ଛତୁଆ ପ୍ୟାକେଟ୍‌ ଓ ହାଲୁଆ ପ୍ୟାକେଟ୍‌ ଦିଆଯିବା ନିୟମ ରହିଛି। ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ମାସକୁ ୪କେଜି ୫୦୦ ଗ୍ରାମର ଛତୁଆ ଓ ବାଦାମ ଲଡୁ ଦିଆଯିବା କଥା। ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁମାନଙ୍କୁ ସକାଳ ଜଳଖିଆ ସହିତ ସପ୍ତାହରେ ୫ଦିନ ଭାତ ଓ ଅଣ୍ଡା ତରକାରି ଦିଆଯିବା ନିୟମ ରହିଛି। ମାତ୍ର ଏହି ସିଡିପିଓ କାର୍ଯ୍ୟାଳୟ ଅଧୀନରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କେବଳ ସୋମବାର ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସୁଥିବା ଶିଶୁଙ୍କୁ ଭାତ ଡାଲମା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ଅନ୍ୟ ୫ଦିନ ଅଣ୍ଡାତରକାରି ଓ ଭାତ ଦିଆଯିବ ବୋଲି ତତ୍କାଳୀନ ଯାଜପୁର ଜିଲାପାଳ ସମସ୍ତ ସିଡିପିଓ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ବଡ଼ଚଣା-୧କାର୍ଯ୍ୟାଳୟ ଉଲଂଘନ କରୁଥିବା ଅଭିଯୋଗ ହୋଇଛି। ତେଣୁ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଏନେଇ ବଡ଼ଚଣା-୧ର ସିଡିପିଓ ଭଗବତୀ ଗୁରୁଙ୍କୁ ପଚାରିବାରେ ସେ କୁହନ୍ତି, ଏ ପର୍ଯ୍ୟନ୍ତ ଖେଳନା ଓ ମେଡିସିନ୍‌ କିଟ୍‌ ବହୁତ କେନ୍ଦ୍ର କିଣି ନାହାନ୍ତି। ସେମାନଙ୍କୁ କୈଫିୟତ ମଗାଯାଇଛି। କିନ୍ତୁ ପୋଷାକ ସମସ୍ତ କେନ୍ଦ୍ରରେ ପହଞ୍ଚତ୍ ସାରିଛି। ଯଦି କେଉଁଠି ଅବ୍ୟବସ୍ଥା ହୋଇଥାଏ ତା’ର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri