ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡି ଥିଲେ। ଏଠାରେ ମଧ୍ୟ କାମ ନ ମିଳିବାରୁ ଲୋକେ ଅତି ଦୟନୀୟ ଭାବେ ରହୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଇଥିଲେ। ତେବେ ସରକାରଙ୍କର ଏହି ଯୋଜନାରେ ଲୋକେ ଉପକୃତ ହେବେ ବୋଲି ଯେଉଁ ଆଶା କରାଯାଇଥିଲା, ତାହା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଫଳ ହୋଇଥିବା ଅଭିଯୋଗ ହେଉଛି। ମୁକ୍ତା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପର ଚିହ୍ନବର୍ଣ୍ଣ ଏବେ ହଜିଗଲାଣି। ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଥିବା ଅଭିଯୋଗ ହେଉଛି।
ମୁକ୍ତା ଯୋଜନାରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଅର୍ଥ ବ୍ୟୟ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ ନେଇ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ପ୍ରାୟ ୧୫୦ରୁ ଊଦ୍ଧର୍‌ବ ଜଳ ଅମଳ ପ୍ରକଳ୍ପ (ଡବ୍ଲୁଏଚଏସ୍‌) ନିର୍ମାଣ ଅତି ତରବରିଆ ଭାବେ କରାଯାଇଥିଲା। ଏଥିପାଇଁ ୭୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ ଜଳ ଅମଳ ପ୍ରକଳ୍ପ ପାଇଁ ୮୦ ହଜାରରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ସେହି ଜଳ ଅମଳ ପ୍ରକଳ୍ପଗୁଡିକ ଏବେ ହଜି ଯାଇଥିବା ଦେଖିବାକୁ ମିଳିଛି। ଏହି ପ୍ରକଳ୍ପଗୁଡିକର ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ ଫଳକ ଅଛି, ଲେଖା ଲିଭି ଗଲାଣି। ଜଳ ଅମଳ ପ୍ରକଳ୍ପଗୁଡିକ ପଡି ରହିଛି। କାରଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଅନ୍ୟମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ଟଙ୍କା ବିଭାଗୀୟ ଅଧିକାରୀଙ୍କ ସହ ମିଶି ହଡପ କରିଥିବା ଅଭିଯୋଗ ହେଉଛି। ୨୦୧୮ ସେପ୍ଟେମ୍ବରରୁ ପରିଷଦ ଭାଙ୍ଗି ଯାଇଥିବାରୁ ୱାର୍ଡରେ କାଉନସିଲର ନ ଥିଲେ। ଫଳରେ ବିଭାଗୀୟ ଅଧିକାରୀମାନେ ଅତି ତରବରିଆ ଭାବେ ମନଇଚ୍ଛା ଯେଉଁଠି ପାରିଲେ ସେଠି ଏହି ପ୍ରକଳ୍ପକୁ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି କୁହାଯାଇଛି। ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପୂର୍ବରୁ ୨୦ରୁ ୩୦ ଫୁଟ ଗଭୀରରେ ପାଣି ମିଳୁଥିବା ସ୍ଥାନରେ ଏବେ ୬୦ ଫୁଟ ଖୋଳିବାକୁ ପଡୁଛି। ଆଗାମୀ ଦିନରେ ଏହା ସହର ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ତେବେ ମୁକ୍ତା ଯୋଜନାରେ ସହରର କାନ୍ଥରେ ରଙ୍ଗ ଦେବା ବା ଚିତ୍ରକଳା କରିବା, ମିନି ପାର୍କ ନିର୍ମାଣ, ମିଶନ ଶକ୍ତି ଗୃହ ନିର୍ମାଣ, ବର୍ଷା ଜଳ ସଂରକ୍ଷଣ, ବିଭିନ୍ନ ସ୍ଥାନରେ ପରିଶ୍ରାଗା, ବଡ ପୋଖରୀ ନିର୍ମାଣ ସହ ପାର୍କର ବ୍ୟବସ୍ଥା, ଜିମ୍‌ କରିବା ଭଳି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବିଭାଗ ପୋଖରୀ ବାବଦକୁ ୧୫ ଲକ୍ଷ ଓ ବର୍ଷା ଜଳ ସଂରକ୍ଷଣ ବାବଦକୁ ୭୪ ଲକ୍ଷ ଖର୍ଚ୍ଚର ହିସାବ ଦେଇଥିବା ବେଳେ ଅନ୍ୟ କୌଣସି ହିସାବ ଦେଇ ପାରି ନ ଥିଲେ। ମୁକ୍ତା ଯୋଜନାରେ ଆସିଥିବା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହାର କୌଣସି ଫାଇଦା ଲୋକେ ପାଇ ପାରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଜାଗାରେ ବର୍ଷା ଜଳ ସଂରକ୍ଷଣ ପାଇଁ ସୋକ୍‌ ପିଟ ନିର୍ମାଣ କରାଯାଇଛି ସେଠାରେ ଆଗରୁ ଗାଢଥିବା ବେଳେ ଏବେ ତାହା ମାଟିରେ ମିଶିଯାଇଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାକୁ ପୌରା ଅଧିକାରୀ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କୁ ପଚାରିବାରୁ ମୁକ୍ତା ଯୋଜନା କାର୍ଯ୍ୟକ୍ଷମ ଅଛି, ଯାହା ଖରାପ ହେଉଛି ପୁଣି କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?