ଆମ ଜିଲା ଖବର

ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟି

କେନ୍ଦୁଝର, ୭/୧୦:ଖଣିଖାଦାନ ଭରା ଜିଲା କେନ୍ଦୁଝରରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି। ଜିଲାରେ ରକ୍ତହୀନତା ଓ ଅପପୁଷ୍ଟି ବୃଦ୍ଧି ପାଇବା ଭଳି ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ…

ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ ମିଳନ। ମଣିଷ ମାରି ନରହନ୍ତାର ଦୁର୍ନାମ ମୁଣ୍ଡାଇଥିବା ମା’ ହାତୀ ସହ ଅଣ୍ଡିରା ଛୁଆ…

ମାତିଛନ୍ତି ସାଇବର ଠକ

ମାଲକାନଗିରି,୬ା୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ସାଇବର ଠକମାନେ ମାତିଛନ୍ତି। ସେମାନେ ଅଭିନବ ଉପାୟରେ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି। କେତେକ ସାଇବର ଠକ ସୁନ୍ଦରୀ ଯୁବତୀମାନଙ୍କ ମାଧ୍ୟମରେ କେତେକ ଫଟୋ ଦେଖାଇ ସେମାନଙ୍କ ସହ ମିଶିବା ପାଇଁ କଥାବାର୍ତ୍ତା କରନ୍ତି।…

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର

ଖଲ୍ଲିକୋଟ,୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁର ଭଗବାନ ବାରିକଙ୍କ ଘର କାନ୍ଥ ଭୁଶୁଡ଼ି ପଡିଛି। ଫଳରେ ଭଗବାନଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…

ଗଜପତିରେ ୩ ଦିନରେ ୬୬୩.୮ମିମି ବର୍ଷା

ପାରଳାଖେମୁଣ୍ଡି,୬ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗଜପତି ଜିଲାର ପାରଳାଖେମୁଣ୍ଡି ସହରାଞ୍ଚଳ ସମେତ ୭ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି। ଜିଲାରେ ଗତ ୩ଦିନ ମଧ୍ୟରେ ମୋଟ ୬୬୩.୮ମିମି ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣାପଡିଛି। କାଶୀନଗର ବ୍ଲକରେ…

ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ,୫ ଆହତ ମୁହାଁମୁହିଁ

କୋରାପୁଟ,୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ…

ସରପଞ୍ଚଙ୍କୁ ଆକ୍ରମଣ,ଥାନାରେ ମାମଲା

ହିଞ୍ଜିଳିକାଟୁ, ୬।୧୦(ଡି.ଏନ.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ୍‌ ଅନ୍ତର୍ଗତ ତହଁର ସରପଞ୍ଚ ଶିବରାମ ମେହେଣାଙ୍କୁ କାଞ୍ଜିଆମା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କାଞ୍ଜିଆମା ଗ୍ରାମରେ କୋଠିଶାଳ ଯାତ୍ରାକୁ ସରପଞ୍ଚଙ୍କୁ ପୂଜା କମିଟି ନିମନ୍ତ୍ରଣ…

ମରଣଯନ୍ତା ପାଲଟିଛି ରାଜରାସ୍ତା

ଆର. ଉଦୟଗିରି,୬।୧୦(ବ୍ୟୁରୋ): ଗଜପତି,ଗଞ୍ଜାମ ଓ ରାୟଗଡା ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଯାତାୟାତରେ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ

ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ।…

ବର୍ଷା ଯୋଗୁ ସ୍ଥଗିତ ରହିଲା ଗୋଷାଣି ଯାତ୍ରା

ପୁରୀ ଅଫିସ,୬।୧୦: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପ୍ରବଳ ବର୍ଷା ପାଇଁ ଗୁରୁବାର ସ୍ଥଗିତ ରହିଛି। ସିଂହଦାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ବର୍ଷା ପାଇଁ ତାହା ସ୍ଥଗିତ…

ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାଙ୍କ ଜୀବନ

କବିସୂର୍ଯ୍ୟନଗର,୬ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମ ଖଦାଳ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଟିଏ ପରିବାରର ବାପା ଓ ପୁଅକୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଫଳରେ ବାପା ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ…

ଅଖଣ୍ଡ ଦୀପରୁ ବଜାରରେ ଅଗ୍ନିକାଣ୍ଡ

ବୁଗୁଡ଼ା,୬ା୧୦(ଡି.ଏନ୍‌.ଏ.): ବୁଗୁଡ଼ା ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ଦୋକାନ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସୀମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?