Advertisement

ଛାତ୍ରଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଯାଉଛି

ମୋରଡ଼ା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କୁ ଜଣେ ବ୍ୟକ୍ତି ନିଜ କାର୍ଯ୍ୟରେ ଲଗାଉଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ଚାଷ କାର୍ଯ୍ୟ ଓ ଘର ପାଇଁ ପାଣି ଆଣିବା କାର୍ଯ୍ୟରେ ଛାତ୍ରମାନଙ୍କୁ ଲଗାଯାଉଛି। ପିଲାମାନେ କଲମ ଧରିବା ବୟସରେ ହାତରେ କୋଦାଳ ଧରି ଚାଷ କାର୍ଯ୍ୟ କରୁଛନ୍ତି। ଏବାବଦରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସମ୍ପୃକ୍ତ ବ୍ୟକ୍ତିଜଣକ ବିଦ୍ୟାଳୟର କୌଣସି କର୍ମଚାରୀ ନୁହନ୍ତି। ସେ ବିଦ୍ୟାଳୟର ପ୍ରତିଷ୍ଠାତା। ପିଲାମାନେ ବିଦ୍ୟାଳୟ ପରିସରରେ ଥିବା ଏକ ମେସରେ ରହୁଛନ୍ତି। ପିଲାମାନଙ୍କୁ ଏପରି କାର୍ଯ୍ୟରେ ଲଗାଯିବା ତାଙ୍କ ଦୃଷ୍ଟିକୁ ଆସିନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ପିଲାମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ବ୍ୟକ୍ତିଜଣକ ଜଣେ ସରକାରୀ କର୍ମଚାରୀ ଓ ସେ ବିଦ୍ୟାଳୟ ପରିସରରେ ଏକ ଘରୋଇ ମେସ କରି ପିଲାମାନଙ୍କୁ ସେଠାରେ ରଖି ଏଭଳି କାର୍ଯ୍ୟ ଚଳାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁମାଗୁଡ଼ା ନିକଟରେ ହାତୀ ଶାବକର ମୃତ୍ୟୁ

ନୂଆଗାଁ, ୧୭।୧୦ (ଡି.ଏନ୍‌.ଏ.)- ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତୀବାରୀ ଦୁମାଗୁଡା ନିକଟସ୍ଥ ରାଣୀବଗିଚା ଜବତି ଜଙ୍ଗଲରେ ଗୁରୁବାର ଏକ ହାତୀ...

ଅମୃତ ମହୋତ୍ସବରେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା କାୟକଳ୍ପ ପୁରସ୍କାର

ଜମନକିରା,୧୬।୮: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ କେନାଢିପା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାୟକଳ୍ପ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡା. ବାସନ୍ତୀ...

ଯୁବକଙ୍କୁ ଗୁଳିମାଡ଼

ଢେଙ୍କାନାଳ ଅଫିସ,୧୪ା୧୧: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାକଡ଼ରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ  ରବି କୁମାର...

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି: ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪।୯(ନି.ପ୍ର.): ଅନୁଗୋଳ ଜିଲା ବିଏମ୍‌ସି, ଆଇଏନ୍‌ଟିୟୁସି, ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ କୋଇଲା ଉଦ୍ୟୋଗରୁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ମଙ୍ଗଳବାର...

ବୀରରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ: ଡୋର କାମ୍ପେନିଂରେ ଲାଗିପଡିଛନ୍ତି ପ୍ରାର୍ଥୀ

ସାକ୍ଷୀଗୋପାଳ, ୨୩।୧୧(ଡି.ଏନ୍‌.ଏ.): ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ଉପନିର୍ବାଚନକୁ ଆଉ ୫ ଦିନ ବାକିରହିଲା। ନିର୍ବାଚନ ପ୍ରଚାର ଅପେକ୍ଷା ଭୋଟର ମାନଙ୍କ ନିକଟତର ହେବାକୁ...

ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ...

କେନାଲ ସଫେଇରେ ଅନିୟମିତତା: ଜମିରେ ମାଡୁନି ପାଣି

ପଟ୍ଟାମୁଣ୍ଡାଇ, ୨୦ା୭(ସ୍ବ.ପ୍ର.): ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିନିମନ୍ତେ ସରକାର ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି।...

ବାରିପଦାର ଆକର୍ଷଣ: ମୟୂରଭଞ୍ଜ ରାଜପ୍ରାସାଦ

ବାରିପଦା ଅଫିସ, ୮।୯: ସ୍ବାଧୀନତା ପୂର୍ବରୁ ଗଡ଼ଜାତ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ରାଜାମାନେ ପ୍ରଜାଙ୍କ ସ୍ବାର୍ଥ ସକାଶେ ଅନେକ କାର୍ଯ୍ୟ କରି ଯଶକୀର୍ତ୍ତି ଅର୍ଜନ କରିଛନ୍ତି।...

Advertisement
Archives

Model This Week