ନଦୀରେ ବନ୍ଧ ବାନ୍ଧି ଜମିକୁ ପାଣି ମଡ଼ାଇଲେ ଚାଷୀ

ପଦ୍ମପୁର, ୧୨।୧୧(ଡି.ଏନ.ଏ.):  ଚଳିତବର୍ଷ ଧାନ ବିହନର ଅଭାବୀ ବିକ୍ରି, ବିହନ ଗଜା ନ ହେବା ସହ ବନ୍ୟାଜଳ ତଳିରେ ମାଡ଼ିଯିବା ଆଦି ସମସ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଧାନଚାଷୀ। ବହୁ ଘାତ ପ୍ରତିଘାତକୁ ସାମ୍ନା କରି ବର୍ଷକର ଦାନା ଓ ସାହୁକାର, ବ୍ୟାଙ୍କର କରଜ ପୈଠ କରିବା ପାଇଁ ଆଶା ବାନ୍ଧି ଚାଷ କରିଥିଲେ। ହେଲେ ଧାନ ଅମଳ ହେବା ସମୟରେ ଅଭାବୀ ବର୍ଷା ଦାଉ ସାଧିଲା। କିଛି ସଅଳ କିସମର ଧାନ ବିନା ପାଣିରେ ପାଚିବା ଅବସ୍ଥାରେ। ବିଳମ୍ବରେ ଚାଷ ହୋଇଥିବା ଧାନବିଲରେ ଥୋଡ଼ ମଞ୍ଜ ବାହାରିବା ବେଳେ ଜମି ଫାଟି ଅଁା କଲାଣି। ଜଳକୁ ଅଟକାଇବା ପାଇଁ ଥିବା ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଗେଟ୍‌ ଭାଙ୍ଗିରୁଜି ଯିବା ସହ ପାଣି ଅଟକାଇବାରେ ସହାୟକ ହେଉନାହିଁ। ଫଳରେ ଉପର ମୁଣ୍ଡରୁ ଆସୁଥିବା ଜଳ ଚାଷୀଙ୍କ ବିଲକୁ ଯିବା ପରିବର୍ତ୍ତେ ନଦୀକୁ ବହିଯାଉଛି। ଜଳସେଚନ କିମ୍ବା କୃଷି ବିଭାଗର ଏଥିପାଇଁ ତତ୍ପରତା ନାହିଁ। ଧାନ ଗଛ ମରିଯିବା ଭୟରେ ଚାଷୀମାନେ ନଦୀରେ ବାଉଁଶ ବନ୍ଧ ଓ ଜେସିବି ଲଗାଇ ମାଟି ପକାଇ ପାଲ ବାନ୍ଧି ପାଣିକୁ ଅଟକାଇବା ସହ ଚାଷଜମିରେ ମଡ଼ାଇଛନ୍ତି। ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତରେ ଏଭଳି ଦେଖିବାକୁ ମିଳିଛି।
ବ୍ଲକର ୩୨ହଜାର ହେକ୍ଟର ଧାନ ଚାଷ ଜମି ଥିବାବେଳେ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଚାଷ ହୋଇଛି। ସେଥିରୁ ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଧାନ ହେବା ପାଇଁ ପାଣି ଆବଶ୍ୟକ ହେଲେ ବ୍ଲକର ଥିବା ଉଠା ଜଳସେଚନର ଅର୍ଦ୍ଧାଧିକ ପଏଣ୍ଟ ବିଭିନ୍ନ କାରଣରୁ ଅଚଳ ହୋଇପଡ଼ିଥିବା ବେଳେ ନଦୀ ଓ ହଦଗଡ଼ ଡ୍ୟାମ୍‌ ଭରସା। ହଦଗଡ଼ ଡ୍ୟାମ୍‌ ରାଣୀତାଲ ଦେଇ ଭଦ୍ରକ ସଦର ବ୍ଲକର ବ୍ରହ୍ମପୁର, ଗୋରାମାଟି, ସାହାଡ଼ା, ଏରେଇଁ, କୋଡ଼ବରୁଅଁା, ଏରଡ଼ା ଦେଇ ବାସୁଦେବପୁର ବ୍ଲକର ସୁଗୋ, ପଦ୍ମପୁର, ଏଡ଼ତାଳ, ଲୁଙ୍ଗା ଓ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଜଳ ଯୋଗାଇଥାଏ। ପଦ୍ମପୁର ପଞ୍ଚାୟତର ଦଧିବାମନପୁରଠାରେ କଞ୍ଚୁଡ଼ି ଓ ହଦଗଡ଼ ଡ୍ୟାମ୍‌ର ଜଳ ମନ୍ତେଇ ନଦୀରେ ମିଶିଥାଏ। ମଧୁର ପାଣି ହୋଇଥିବାରୁ ମନ୍ତେଇ ନଦୀରେ ମିଶି ଏହି ଜଳ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତର ଚାଷୀମାନଙ୍କର ଜଳର ଉତ୍ସ ପାଲଟିଥାଏ। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଏହି ଜଳକୁ ଅଟକାଇବା ପାଇଁ ପଦ୍ମପୁର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ ଅଚଳ ହୋଇପଡ଼ିଛି। ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏକାଠି ହୋଇ ନିଜ ଖର୍ଚ୍ଚରେ ଗତ ୩ ଦିନ ଧରି ଆବଶ୍ୟକ ଉପକରଣ ଯୋଗାଡ଼ କରି କଞ୍ଚୁଡ଼ି ନଦୀରେ ବନ୍ଧ ବାନ୍ଧିଛନ୍ତି। ଫଳରେ ତଳୁଆ ଅଞ୍ଚଳର କିଛି ଚାଷଜମିକୁ ଜଳ ଯୋଗାଇବା ସମ୍ଭବ ହୋଇଥିବା ବେଳେ ଉପରମୁଣ୍ଡରେ ଥିବା ଧାନଜମିକୁ ପାଣି ଯାଇପାରୁ ନାହିଁ। ଏଥିପାଇଁ ଚାଷୀମାନେ ହଜାରରୁ ଊର୍ଦ୍ଧ୍ୱ ଫୁଟ୍‌ର ପ୍ଲାଷ୍ଟିକ ପାଇପ୍‌ ଯୋଗାଡ଼ କରି ପମ୍ପସେଟ ସାହାଯ୍ୟରେ ପାଣି ନେଉଛନ୍ତି। ସ୍ଥାନୀୟ ଚାଷୀ ଦେବେନ୍ଦ୍ର ନାୟକ, ସୁବାସ ନାୟକ, ବୃନ୍ଦାବନ ସେଠୀ, ବିଭୁରଞ୍ଜନ ନାୟକ, ଭାଗୀରଥି ବେହେରା, ଅଚ୍ୟୁତାନନ୍ଦ ଦଳେଇ, ପୀତାମ୍ବର ନାୟକ, ପ୍ରଶାନ୍ତ ନାୟକ, ନାରାୟଣ ନାୟକଙ୍କ ସମେତ ଶତାଧିକ ଚାଷୀ ଏଥିରେ ସହଯୋଗ କରିଛନ୍ତି। ଏନେଇ ପଦ୍ମପୁର ସରପଞ୍ଚ ରାଜେନ୍ଦ୍ର ନାରାୟଣ ନାୟକ କହିଛନ୍ତି, ଗତବର୍ଷ ଚାଷୀମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ଲୁଇସ୍‌ ଗେଟ୍‌କୁ ମରାମତି କରି ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଅଚଳ ସ୍ଲୁଇସ୍‌ ଗେଟ୍‌ ପୁନଃ ମରାମତି ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ…

୩ କୋଟିରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗ, ଡିଜିଟାଲ୍ ଟ୍ରାକିଂରେ ଧରାପଡ଼ିଲେ ଫେରାର ରାଜସ୍ୱ ସହାୟକ

କଟକ,୧୨।୧୧(ପ୍ରଭୁକଲ୍ୟାଣ ପାଲ୍): HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର…

ଟିମ ଇଣ୍ଡିଆ ପାଇଁ ବଡ଼ ଖୁସିଖବର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଫିଟ୍‌ ଘୋଷିତ ହେଲେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ…

ଝିଅ ଜନ୍ମର ୨୪ ଘଣ୍ଟା ନପୂରୁଣୁ ବାପାଙ୍କୁ ମିଳିଲା ୧.୫ କୋଟି, ଝିଅର ନାଁ ରଖିଲେ….

ନୂଆଦିଲ୍ଲୀ,୧୨।୧୧: କୁହାଯାଏ, ଝିଅ ଘରର ଲକ୍ଷ୍ମୀ । ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛି ପଞ୍ଜାବର ଏକ ଘଟଣା । ଝିଅ ଜନ୍ମ ହେବାର ମାତ୍ର ୨୪…

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?