ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ପନିପରିବା ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧୨ା୧୧: କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଶୀତଳଭଣ୍ଡାର ନାହିଁ। ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଜିଲାରେ ଆଳୁ ମିଶନ ଫେଲ ମାରିଛି। ସେହିପରି ପନିପରିବା ଜିଲାରେ ଚାଷ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟ ବାହାର ରାଜ୍ୟର ବିଷାକ୍ତ ପନିପରିବା ଖାଇବାକୁ ପଡୁଛି। ବେସରକାରୀ ଶୀତଳଭଣ୍ଡାର ନିର୍ମାଣ ପାଇଁ ସରକାରୀ ପ୍ରୋତ୍ସାହନ ସତ୍ତ୍ୱେ ଅତ୍ୟଧିକ ବିଦ୍ୟୁତ୍‌ ଦେୟର ଭରଣା କରିବା ଯୁବ ଉଦ୍ୟୋଗୀ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଯୁବ ଉଦ୍ୟୋଗୀ ସ୍ବରାଜ ସାମଲ, ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ କୁମାର ନାୟକ, ରାଜେଶ କୁମାର ବେହେରା ପ୍ରମୁଖ କହିଛନ୍ତି, କୃଷି ଅର୍ଥନୀତିର ପରିଚାଳନା ପାଇଁ ଶୀତଳ ଭଣ୍ଡାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର ବିଡମ୍ବନା ଯେ, ରାଜ୍ୟର ୩୧୪ ବ୍ଲକରେ ୧୨୯ଟି ଶୀତଳଭଣ୍ଡାର ଥିବା ବେଳେ ମାତ୍ର ୪୯ଟି କାର୍ଯ୍ୟକ୍ଷମ, ଯାହା ରାଜ୍ୟର କୃଷି ଅର୍ଥନୀତିକୁ ପ୍ରଭାବିତ କରିଛି। କେନ୍ଦ୍ରାପଡା ଜିଲାରେ ୧୯୮୫ ମସିହାରେ ଶ୍ୟାମସୁନ୍ଦରପୁରଠାରେ ଶିଳ୍ପପତି ରବି ସାହୁ ବ୍ୟାଙ୍କରୁ ଋଣ ଆଣି ଶୀତଳଭଣ୍ଡାର ନିର୍ମାଣ କରିଥିଲେ। ପ୍ରାୟ ୧୫ ବର୍ଷ ଚାଲିବା ପରେ ବିଦ୍ୟୁତ୍‌ ଦେୟ ପାଇଁ ୨୦ ବର୍ଷ ହେବ ଅଚଳ ହୋଇପଡିଛି। ଏହି ଶୀତଳଭଣ୍ଡାର ପାଇଁ ଜିଲାରେ ଆଳୁ ଚାଷ ବଢ଼ିଥିବାବେଳେ ବନ୍ଦ ପରେ ସଂରକ୍ଷଣ ଅଭାବରୁ କମି ଯାଇଛି। ସେହିପରି ଶୀତଳଭଣ୍ଡାର ନ ଥିବାରୁ ସ୍ଥାନୀୟ ଅଞ୍ଚଳର କୃଷି ଉପତ୍ାଦ ସଂରକ୍ଷଣ ହୋଇପାରୁନାହିଁ ା ବର୍ଷସାରା ପନିପରିବା ବାହାର ରାଜ୍ୟରୁ ଜିଲାର ଚାହିଦା ମେଣ୍ଟାଇବା ପାଇଁ ଅଣାଯାଉଛି। ଆଳୁ, ପିଆଜ, କଦଳୀ ବିଭିନ୍ନ ପନିପରିବା ସହ ଅଣ୍ଡା ଓ ମାଛ ବାହାର ରାଜ୍ୟରୁ ଆମଦାନୀ ହେଉଛି। ଆମଦାନୀ କୃଷି ଉପତ୍ାଦ ବିଷାକ୍ତ ହୋଇଥିଲେ ମଧ୍ୟ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି। ଶୀତଳଭଣ୍ଡାର ସ୍ଥାପନ ହେଲେ ଟମାଟୋ ସସ୍‌, ଆଳୁ ଚିପ୍‌ସ ପରି ଛୋଟ ଛୋଟ କୃଷି ଉଦ୍ୟୋଗ ସ୍ଥାପନ ହୋଇପାରିବ। ରାଜ୍ୟ ସରକାର ଶୀତଳଭଣ୍ଡାର ପାଇଁ ପ୍ରୋତ୍ସାହନ ରାଶି ଦେଉଥିଲେ ମଧ୍ୟ ଅତ୍ୟଧିକ ବିଦ୍ୟୁତ୍‌ ବିଲ୍‌ ଏଥିରେ ବାଧକ ସାଜିଛି। କୃଷକମାନଙ୍କ ଉତ୍ପାଦର ମୂଲ୍ୟ ମିଳିବା ପାଇଁ ଶୀତଳଭଣ୍ଡାର ଆବଶ୍ୟକ। ତେବେ ବିଦ୍ୟୁତ୍‌ ଦେୟରେ ପରିବର୍ତ୍ତନ ହେଲେ ଏଥିପାଇଁ ପ୍ରୋତ୍ସାହିତ କରିବ। ସେହିପରି ସିଙ୍ଗଲ ୱିଇଣ୍ଡୋ କ୍ଲିୟରାନ୍ସରେ ବ୍ୟାଙ୍କରୁ ଶିଳ୍ପୋଦ୍ୟୋଗୀଙ୍କୁ ଋଣ ମିଳିଲେ ଶୀତଳଭଣ୍ଡାର ସ୍ଥାପନ ସହ ଜିଲାର କୃଷି ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦେବଦାସ ଦତ୍ତଙ୍କୁ ପଚାରିବାରେ ବେସରକାରୀ ଶିଳ୍ପଦ୍ୟୋଗୀଙ୍କ ଶୀତଳଭଣ୍ଡାର ନିର୍ମାଣ ପାଇଁ ୫୫ ପ୍ରତିଶତ ଅର୍ଥ ପ୍ରାୟ ୨ କୋଟି ୨୦ ଲକ୍ଷ ଟଙ୍କାର ରିହାତି ବ୍ୟବସ୍ଥା ଅଛି। ଏହି ଯୋଜନାରେ ଜିଲାର ୨ ଶିଳ୍ପୋଦ୍ୟୋଗୀଙ୍କୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ଗରଦପୁରର ବ୍ୟୋମକେଶ ରାଉତଙ୍କ ଶୀତଳଭଣ୍ଡାର ନିର୍ମାଣାଧୀନ ଅଛି। ସେହିପରି ଛତାରେ ଅନ୍ୟ ଏକ ଶୀତଳଭଣ୍ଡାର ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି। ପଞ୍ଚାୟତସ୍ତରରେ କ୍ଷୁଦ୍ର ଶୀତଳୀକରଣ ଗୃହ ପାଇଁ ଏବେ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri