ଆଦିବାସୀ, ବନବାସୀଙ୍କୁ ମିଳିବ ଜଙ୍ଗଲ ଜମି ଅଧିକାର

ଛତ୍ରପୁର,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜଙ୍ଗଲ ଜମି ଅଧିକାର ଜିଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ ପରିବାରଗୁଡିକୁ ଜଙ୍ଗଲ ଜମିର ଅଧିକାର ଦେବା ନେଇ ସରକାରୀ ବ୍ୟବସ୍ଥା ରହିଛି। ଜିଲାର ପାତ୍ରପୁର, ସୋରଡା, ଧରାକୋଟ, ଖଲ୍ଲିକୋଟ, ଜଗନ୍ନାଥପ୍ରସାଦ ଓ ସାନଖେମୁଣ୍ଡି ଅଞ୍ଚଳରେ ବହୁ ଜଙ୍ଗଲ ଜମି ରହିଛି । ଏବେ ସୁଦ୍ଧା ଜିଲାର ୬,୩୪୧ ଆଦିବାସୀ ପରିବାର ଜଙ୍ଗଲ ଜମିର ଅଧିକାର ପାଇଛନ୍ତି । ଏବେ ପାତ୍ରପୁର ବ୍ଲକର ୧୧ଟି ଗାଁର ୧୬୭ ଆଦିବାସୀ ପରିବାରକୁ ଜଙ୍ଗଲ ଜମି ଅଧିକାର ଦେବା ପାଇଁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ଶେରଗଡ ବ୍ଲକ କନ୍ଧନୂଆଗଡ ଗ୍ରାମର ୪୨ ଆଦିବାସୀ ପରିବାରକୁ ଦିଆଯାଇଥିବା ଜଙ୍ଗଲ ଜମି ଅଧିକାରରେ କିଛି ତ୍ରୁଟି ନେଇ ବୈଠକରେ ଆଲୋଚନା କରାଯିବା ସହ ପୁନଃ ଡିମାରକେସନ ହୋଇ ସେମାନଙ୍କ ଜମି ଅଧିକାରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ସୋରଡା, ଧରାକୋଟ, ପୋଲସରା, ବେଗୁନିଆପଡା, ଦିଗପହଣ୍ଡି ଓ ପାତ୍ରପୁର ବ୍ଲକର ୪୦ଟି ପଡା ଗ୍ରାମକୁ ରାଜସ୍ବ ଗ୍ରାମରେ ସାମିଲ କରିବା ପାଇଁ ସ୍ଥିର ହୋଇଛି। ତହସିଲ, ବନବିଭାଗ ଓ ଜିଲା ମଙ୍ଗଳ ବିଭାଗର ତର୍ଜମା ପରେ ଏଥିଲାଗି ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଜଙ୍ଗଲ ଜମି ଅଧିକାର ଆଇନ ସମ୍ବନ୍ଧୀୟ ନୂଆ ଗାଇଡ ଲାଇନ ଲାଗୁ କରିଛନ୍ତି। ଏହାକୁ ଆଧାର କରି ବନ ବିଭାଗ ଘୁମୁସର ଓ ସାଉଥ ଡିମାରକେସନ ଓ ରେକର୍ଡ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଡିସେମ୍ବର ୧୫ ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପାତ୍ରପୁର ବ୍ଲକ ତୁମ୍ବା, ବୁରାତଲ ଏବଂ ଆଙ୍କୁଲି ପଞ୍ଚାୟତର ପାହାଡ ଉପରେ ଥିବା ଆଦିବାସୀ ଗାଁଗୁଡିକୁ ଅଗ୍ରାଧିକାର ଭିତ୍ତିରେ କ୍ୟାମ୍ପ ମୋଡରେ ଜିଲା କାର୍ଯ୍ୟାଳୟରୁ ରାଜସ୍ବ ନିରୀକ୍ଷକ ଓ ଅମିନମାନଙ୍କୁ ପଠାଯାଇ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ଜିଲାପାଳ କହିଛନ୍ତି।
ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଓ ଦଖଲରେ ରହିଥିବା ଆଦିବାସୀ ଏବଂ ଅନ୍ୟାନ୍ୟ ବର୍ଗ (ପାରମ୍ପରିକ ବନବାସୀ) ଲୋକଙ୍କୁ ଜମିର ଅଧିକାର ଦେବା ଲାଗି ରାଜ୍ୟ ସରକାର ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କାର୍ଯ୍ୟକାରୀ କରିଛନ୍ତି । ୨୦୦୫ ଡିସେମ୍ବର ୧୩ ତାରିଖ ପୂର୍ବରୁ ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଆଦିବାସୀଙ୍କୁ ଏହାର ଅଧିକାର ମିଳିପାରିବ। କିନ୍ତୁ ଅନ୍ୟ ପାରମ୍ପରିକ ବନବାସୀ ୩ ପୁରୁଷ ତଥା ୭୫ ବର୍ଷ ଧରି ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଏବଂ ପ୍ରମାଣ ଦାଖଲ କଲେ ଜଙ୍ଗଲ ଜମି ଅଧିକାର ମିଳିବା ନିୟମ ରହିଛି। ଏଥିପାଇଁ ତହସିଲରେ ହିତାଧିକାରୀ ଆବେଦନ କରିବେ। ଗ୍ରାମ୍ୟସ୍ତରୀୟ ଜଙ୍ଗଲ ଅଧିକାର କମିଟି ନିକଟରେ ଉକ୍ତ ଆବେଦନ ଉପସ୍ଥାପନ କରାଯାଇ ତର୍ଜମା ହେବ। ପରେ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ ହୋଇ ଗ୍ରାମସଭାକୁ ଯିବ । ସେଠାରେ ଚୂଡାନ୍ତ ହେବା ପରେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଉପଖସ୍ତରୀୟ କମିଟିରେ ଉପସ୍ଥାପନ ହେବ। ପରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟ ବୈଠକରେ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ। ବୈଠକରେ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ,ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କଲର୍କି, , ଜିଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଅତିରିକ୍ତ ମଙ୍ଗଳ ଅଧିକାରୀ ଅମୀୟ କୁମାର ମିଶ୍ର, ଅନ୍ତର୍ଯାମୀ କଅଁର, ପାତ୍ରପୁର ବ୍ଲକର ଜିଲା ପରିଷଦ ସଭ୍ୟା ପିଙ୍କି ବଡ଼ମୁଣ୍ଡି ଓ ଯଶୋଦା ଶବର, ସୋରଡା ଜିଲା ପରିଷଦ ସଭ୍ୟ ରାମ ଶବରଙ୍କ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?