ଆଦିବାସୀ, ବନବାସୀଙ୍କୁ ମିଳିବ ଜଙ୍ଗଲ ଜମି ଅଧିକାର

ଛତ୍ରପୁର,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜଙ୍ଗଲ ଜମି ଅଧିକାର ଜିଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ ପରିବାରଗୁଡିକୁ ଜଙ୍ଗଲ ଜମିର ଅଧିକାର ଦେବା ନେଇ ସରକାରୀ ବ୍ୟବସ୍ଥା ରହିଛି। ଜିଲାର ପାତ୍ରପୁର, ସୋରଡା, ଧରାକୋଟ, ଖଲ୍ଲିକୋଟ, ଜଗନ୍ନାଥପ୍ରସାଦ ଓ ସାନଖେମୁଣ୍ଡି ଅଞ୍ଚଳରେ ବହୁ ଜଙ୍ଗଲ ଜମି ରହିଛି । ଏବେ ସୁଦ୍ଧା ଜିଲାର ୬,୩୪୧ ଆଦିବାସୀ ପରିବାର ଜଙ୍ଗଲ ଜମିର ଅଧିକାର ପାଇଛନ୍ତି । ଏବେ ପାତ୍ରପୁର ବ୍ଲକର ୧୧ଟି ଗାଁର ୧୬୭ ଆଦିବାସୀ ପରିବାରକୁ ଜଙ୍ଗଲ ଜମି ଅଧିକାର ଦେବା ପାଇଁ ସ୍ଥିର ହୋଇଛି। ଅନ୍ୟପକ୍ଷରେ ଶେରଗଡ ବ୍ଲକ କନ୍ଧନୂଆଗଡ ଗ୍ରାମର ୪୨ ଆଦିବାସୀ ପରିବାରକୁ ଦିଆଯାଇଥିବା ଜଙ୍ଗଲ ଜମି ଅଧିକାରରେ କିଛି ତ୍ରୁଟି ନେଇ ବୈଠକରେ ଆଲୋଚନା କରାଯିବା ସହ ପୁନଃ ଡିମାରକେସନ ହୋଇ ସେମାନଙ୍କ ଜମି ଅଧିକାରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ସୋରଡା, ଧରାକୋଟ, ପୋଲସରା, ବେଗୁନିଆପଡା, ଦିଗପହଣ୍ଡି ଓ ପାତ୍ରପୁର ବ୍ଲକର ୪୦ଟି ପଡା ଗ୍ରାମକୁ ରାଜସ୍ବ ଗ୍ରାମରେ ସାମିଲ କରିବା ପାଇଁ ସ୍ଥିର ହୋଇଛି। ତହସିଲ, ବନବିଭାଗ ଓ ଜିଲା ମଙ୍ଗଳ ବିଭାଗର ତର୍ଜମା ପରେ ଏଥିଲାଗି ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଜଙ୍ଗଲ ଜମି ଅଧିକାର ଆଇନ ସମ୍ବନ୍ଧୀୟ ନୂଆ ଗାଇଡ ଲାଇନ ଲାଗୁ କରିଛନ୍ତି। ଏହାକୁ ଆଧାର କରି ବନ ବିଭାଗ ଘୁମୁସର ଓ ସାଉଥ ଡିମାରକେସନ ଓ ରେକର୍ଡ ସଂଶୋଧନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଡିସେମ୍ବର ୧୫ ସୁଦ୍ଧା ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପାତ୍ରପୁର ବ୍ଲକ ତୁମ୍ବା, ବୁରାତଲ ଏବଂ ଆଙ୍କୁଲି ପଞ୍ଚାୟତର ପାହାଡ ଉପରେ ଥିବା ଆଦିବାସୀ ଗାଁଗୁଡିକୁ ଅଗ୍ରାଧିକାର ଭିତ୍ତିରେ କ୍ୟାମ୍ପ ମୋଡରେ ଜିଲା କାର୍ଯ୍ୟାଳୟରୁ ରାଜସ୍ବ ନିରୀକ୍ଷକ ଓ ଅମିନମାନଙ୍କୁ ପଠାଯାଇ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ଜିଲାପାଳ କହିଛନ୍ତି।
ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଓ ଦଖଲରେ ରହିଥିବା ଆଦିବାସୀ ଏବଂ ଅନ୍ୟାନ୍ୟ ବର୍ଗ (ପାରମ୍ପରିକ ବନବାସୀ) ଲୋକଙ୍କୁ ଜମିର ଅଧିକାର ଦେବା ଲାଗି ରାଜ୍ୟ ସରକାର ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ କାର୍ଯ୍ୟକାରୀ କରିଛନ୍ତି । ୨୦୦୫ ଡିସେମ୍ବର ୧୩ ତାରିଖ ପୂର୍ବରୁ ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଆଦିବାସୀଙ୍କୁ ଏହାର ଅଧିକାର ମିଳିପାରିବ। କିନ୍ତୁ ଅନ୍ୟ ପାରମ୍ପରିକ ବନବାସୀ ୩ ପୁରୁଷ ତଥା ୭୫ ବର୍ଷ ଧରି ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଏବଂ ପ୍ରମାଣ ଦାଖଲ କଲେ ଜଙ୍ଗଲ ଜମି ଅଧିକାର ମିଳିବା ନିୟମ ରହିଛି। ଏଥିପାଇଁ ତହସିଲରେ ହିତାଧିକାରୀ ଆବେଦନ କରିବେ। ଗ୍ରାମ୍ୟସ୍ତରୀୟ ଜଙ୍ଗଲ ଅଧିକାର କମିଟି ନିକଟରେ ଉକ୍ତ ଆବେଦନ ଉପସ୍ଥାପନ କରାଯାଇ ତର୍ଜମା ହେବ। ପରେ ରାଜସ୍ବ ଓ ଜଙ୍ଗଲ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ ହୋଇ ଗ୍ରାମସଭାକୁ ଯିବ । ସେଠାରେ ଚୂଡାନ୍ତ ହେବା ପରେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଉପଖସ୍ତରୀୟ କମିଟିରେ ଉପସ୍ଥାପନ ହେବ। ପରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟ ବୈଠକରେ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ। ବୈଠକରେ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ,ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କଲର୍କି, , ଜିଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଅତିରିକ୍ତ ମଙ୍ଗଳ ଅଧିକାରୀ ଅମୀୟ କୁମାର ମିଶ୍ର, ଅନ୍ତର୍ଯାମୀ କଅଁର, ପାତ୍ରପୁର ବ୍ଲକର ଜିଲା ପରିଷଦ ସଭ୍ୟା ପିଙ୍କି ବଡ଼ମୁଣ୍ଡି ଓ ଯଶୋଦା ଶବର, ସୋରଡା ଜିଲା ପରିଷଦ ସଭ୍ୟ ରାମ ଶବରଙ୍କ ସମେତ ଅନ୍ୟାନ୍ୟ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri