Advertisement

ହଳଦୀପତ୍ରର ଚାହିଦା, ମିଳୁନି ଠିକ୍‌ ଦର

ଦାରିଙ୍ଗବାଡି,୧୨ା୧୧(ଡି.ଏନ.ଏ): ଆସନ୍ତା ବୁଧବାର ପାଳନ ହେବ ପ୍ରଥମାଷ୍ଟମୀ। ଏହି ପର୍ବ ଓଡ଼ିଶାରେ ବଡ ଧୂମଧାମରେ ପାଳନ ହେଉଥିବା ବେଳେ ବିଶେଷ କରି ଭୁବନେଶ୍ୱର, କଟକ, ବାଲେଶ୍ୱର ସମେତ ବିଭିନ୍ନ ଜିଲାରେ ପାଳନ କରାଯାଉଛି। ତେବେ ଏହି ପର୍ବ ପାଳନ ଅବସରରେ ପିଠା ପ୍ରସ୍ତୁତ ପାଇଁ ହଳଦୀ ପତ୍ରର ଆବଶ୍ୟକ ରହିଛି। ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ଦେହ ପାଇଁ ଅତି ସ୍ବାସ୍ଥ୍ୟକର ହୋଇଥିବା ବେଳେ କନ୍ଧମାଳ ହଳଦୀରେ କୁରକୁମିନ ରହିଛି, ଯାହାକି କ୍ୟାନ୍‌ସର ଭଳି ରୋଗକୁ ମଧ୍ୟ ପ୍ରତିହତ କରିବାର ଦକ୍ଷତା ରହିଛି ବୋଲି କୁହାଯାଏ। ତେବେ ହଳଦୀପତ୍ର ଅତି ଶସ୍ତା ଦରରେ ଚାଷୀ ବିକ୍ରି କରୁଛନ୍ତି ଏହି ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ। ଦାରିଙ୍ଗବାଡି, ରାଇକିଆ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସେ ଏକା ଦର ରହୁଛି। ୧ଶହ ପତ୍ରକୁ ଏକ ବିଡା ବନ୍ଧା ଯାଉଛି ଏବଂ ଏହି ପତ୍ରକୁ ଦଲାଲମାନେ ମାତ୍ର ୧୫ରୁ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାକୁ ଦଲାଲମାନେ ବାହାର ଜିଲାକୁ ନେଇ ଚଢ଼ା ଦରରେ ବିକ୍ରି କରି ଲାଭବାନ ହେଉଥିବା ବେଳେ କନ୍ଧମାଳ ଚାଷୀ ନିଜ ଜମିରେ ପରିଶ୍ରମ କରି ମଧ୍ୟ ଦିନକୁ ମାତ୍ର ୨ ଶହ ରୁ ୩ ଶହ ଟଙ୍କା ରୋଜଗାର କରୁଛନ୍ତି। ସରକାର ଏହାର ଦର ଧାର୍ଯ୍ୟ କରିବା ଜରୁରୀ ବୋଲି କିଛି ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ୨ ଭାଇ

କୋକସରା, ୭।୭(ଡି.ଏନ.ଏ.) ସମୟ ବଦଳିଛି। ତା’ସହିତ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନ ଶୈଳୀ। ହେଲେ ଅନ୍ଧବିଶ୍ୱାସରୁ ଆଜି ବି ମଣିଷ ବାହାରି ପାରିନାହିଁ। ତା’ର...

ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬ା୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି।...

ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି

ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ...

ଅଧାରେ ଅଟକିଛି ୨୨ ଏନ୍‌ଏଚ୍‌ କାମ

ଯାଜପୁର ଅଫିସ,୪।୧୨: କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନରେ ବିଳମ୍ବ କାରଣରୁ ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣରେ ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା...

ବିନା ଭକ୍ତରେ ପାଳନ ହେଲା ସ୍ନାନଯାତ୍ରା

ଜି.ଉଦୟଗିରି,୫ା୬(ଡି.ଏନ.ଏ.)- ଜି.ଉଦୟଗିରି ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି। ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଓ ପୂଜକ ଅଚ୍ୟୁତ ପଣ୍ଡାଙ୍କ...

ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଦେବଗଡ଼,୧୯ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଶୁକ୍ରବାର ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ଏକ ମହୁଲ ଗଛରେ ରଶି ଲଗାଇ ଏହି ପ୍ରେମୀଯୁଗଳ...

ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ...

ବିବାହ କରିବାକୁ ରାଜି: ବିଜୟ ଶଙ୍କର

ଜଗତ୍‌ସିଂହପୁର ଅଫିସ, ୨୦ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଓ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀ ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର...

Advertisement
Archives

Model This Week