ଆମ ଜିଲା ଖବର

ନଦୀରୁ ମିଳିଲା ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୦।୧୦: ରାଉରକେଲା ଛେଣ୍ଡ୍‌ ଥାନା ଅଧୀନ ପ୍ରଧାନପାଲି ନିକଟ କୋଏଲ ନଦୀରୁ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହକୁ ଆରଜିଏଚ୍‌ ମର୍ଗରେ ରଖି ଘଟଣାର ତଦନ୍ତ କରୁଛି। ସୋମବାର କୋଏଲ ନଦୀରେ ଜଣେ ମହିଳାଙ୍କ ମୃତଦେହ…

କୁମାରପୂର୍ଣ୍ଣିମାରେ ୩୨ ଗିରଫ, ୭୧ହଜାର ଟଙ୍କା ଜବତ

ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ କୁମାରପୂର୍ଣ୍ଣିମା ରାତିରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଚଢାଉ ବେଳେ ପୋଲିସ ଜୁଆଖେଳରେ ସମ୍ପୃକ୍ତ ଥିବା ୩୨ଜଣଙ୍କୁ ଗିରଫ କରିଛି। ଏପରି କି ପୋଲିସ…

ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ହତ୍ୟାକାଣ୍ଡ

ଯୋଡ଼ା,୧୦ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା କଚା ସାହିଠାରେ ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ଠେଙ୍ଗା ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଗ୍ରାମର ରମେଶଚନ୍ଦ୍ର ପାତ୍ର। ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ…

ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ଆସିକା,୧୦।୧୦(ଡି.ଏନ୍‌.ଏ.): ଆସିକା ଏନ୍‌ଏସି ଅଶୋକା ସିନେମା ଛକ ନିକଟରେ ରବିବାର ଏକ ଭଡା ଘରେ ରହୁଥିବା ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ହତ୍ୟାକାରୀ ସ୍ବାମୀ ସୀମାଞ୍ଚଳ ମିଶ୍ରଙ୍କୁ ଧରାକୋଟ ନିକଟସ୍ଥ ମୁଣ୍ଡମରାଇରୁ ଧରି ଥାନାରେ ଅଟକ ରଖିଥିଲା।…

ରାସ୍ତା ମରାମତି ନ ହେଲେ ଧାରଣା

ଭଦ୍ରକ ଅଫିସ, ୧୦ା୧୦: ଭଦ୍ରକ ସଦର ବ୍ଲକର ଚାରିତିରା-କାଜିପୋଖରୀ ଓ ବରପଦା ପଖିଆଗୁଡ଼ି ହନୁମାନ ଛକଠାରୁ ମିଟୁଆଣି ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାର ମରାମତି ଦାବିରେ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକରେ ଧାରଣା ଦେବାକୁ ସମ୍ପୃକ୍ତ ଗ୍ରାମବାସୀମାନେ…

ବାହାଘରର ୩ ମାସରେ ନବବଧୂଙ୍କୁ ନିର୍ଯାତନା, ଥାନାରେ ପହଞ୍ଚିଲା ମାମଲା

ବ୍ରହ୍ମପୁର ଅଫିସ,୧୦ା୧୦: ଅଧିକ ଯୌତୁକ ଦାବି କରି ଜଣେ ନବବଧୂଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୧୮୩/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜୁଲାଇ ୩ରେ ବ୍ରହ୍ମପୁରର…

ଧାମନଗର ଉପନିର୍ବାଚନ: ୧୩୪ ବୁଥ୍‌ର ନାମ ପରିବର୍ତ୍ତନ

ଭଦ୍ରକ ଅଫିସ, ୧୦ା୧୦: ଧାମନଗର ଉପ ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ରାଜ୍ୟସ୍ତରୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର…

ପାର୍ବଣରେ ବନ୍ଧା ହେଲେଣି ୮୮୨ ଜୁଆଡି

ଛତ୍ରପୁର,୧୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପୂଜା ପାର୍ବଣ ଋତୁ ଆସିଲେ ଜୁଆଖେଳ ଆସର ଜମିଥାଏ। ଦଶହରା ପୂର୍ବରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଓ କାଜୀପୂଜା ପର୍ଯ୍ୟନ୍ତ ଏହି ଖେଳ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥାଏ । ଉଭୟ ପୁରୁଷ, ମହିଳା, ଯୁବକ…

ଭତ୍ତା, ରାଶନ ପାଇଁ ବୃଦ୍ଧ ମା’ବାପାଙ୍କୁ ବାନ୍ଧି ନିର୍ଯାତନା

ବାଲେଶ୍ୱର ଅଫିସ, ୧୦।୧୦-ଭତ୍ତା, ରାଶନ କାର୍ଡ ପାଇଁ ଏକ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ପୁଅ ଘରେ ବାନ୍ଧି ୮ ମାସ ହେଲା ନିର୍ଯାତନା ଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୋମବାର ଜିଲାପାଳଙ୍କଠାରେ ଅଭିଯୋଗ ହେବା ପରେ ଘଟଣା ପଦାକୁ…

ଧକ୍କା ଦେଲା ସରକାରୀ ଗାଡ଼ି: ୫ ଗୁରୁତର

ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛକୁ ପଛ ଧକ୍କା ଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ…

ଶ୍ରମିକଙ୍କ ଗୋଡ଼ ହାତ କଟା ଘଟଣା: ଥାନାରେ ରୁଜୁ ହେଲା ମାମଲା

ଆର୍‌.ଉଦୟଗିରି,୧୦।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଏକ ମାମଲା ରୁଜୁ କରିଛି। ଶାଙ୍କଙ୍କ ସ୍ତ୍ରୀ ସୁଶୀଳା ମୁର୍ମୁଙ୍କ ଏତଲାକୁ ଭିତ୍ତିକରି ଅଡ଼ବା ପୋଲିସ…

ଭାଉଜଙ୍କୁ ହତ୍ୟା କଲେ ଦିଅର

ଖୋର୍ଦ୍ଧା ଅଫିସ,୧୦ା୧୦: ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଦିଅର ହାତରେ ଭାଉଜଙ୍କ ଜୀବନ ଯାଇଛି। ତେବେ ଆକ୍ରମଣକାରୀ ଫେରାର ଅଛନ୍ତି। ମୃତକ ହେଲେ ମିନାକ୍ଷୀ ରାଉତରାୟ। ପୋଲିସ ଘଟଣାର ତଦନ୍ତ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?