ଆମ ଜିଲା ଖବର

ନିରାଡ଼ମ୍ବରରେ ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ବାପା ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ଭରିଥିବା ଦେଖିବାକୁ ମିଳିଛି।…

ପୁଇଁତୋଳାରେ ଲକ୍ଷ୍ମୀପୂଜା: ବୁଧବାର ମା’ଙ୍କ ଭସାଣି

ଗଞ୍ଜାମ,୧୧।୧୦(ଡି.ଏନ୍‌.ଏ.): ଚଳିତବର୍ଷ ପ୍ରଥମ ଥର ପାଇଁ ପୁଇଁତୋଳା ସାନସାହିରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମା’ଲକ୍ଷ୍ମୀଙ୍କ ପୂଜା ଧୁମ୍‌ଧାମରେ ପାଳିତ ହେଉଛି। ଏଥିପାଇଁ ରବିବାର କଳସ ଯାତ୍ରା ହୋଇଥିଲା । ସାହିର ୫୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ…

ବର୍ଷାରେ ଭୁଶୁଡ଼ିଲା କାନ୍ଥ

ପାରଳାଖେମୁଣ୍ଡି,୧୧ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଅଞ୍ଚଳରେ ଲଗାଣ ବର୍ଷାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୁସୁମପଲ୍ଲୀ ଗାଁର ଲିଙ୍ଗରାଜ ନାୟକ ତାଙ୍କ ପରିବାର ସହ ଘରେ ଶୋଇଥିବା…

ରାଜପଥରେ ଗାଡ଼ି ଧକ୍କାରେ ୨ଗାଈ ମୃତ, ୫ ଗୁରୁତର

ଗଞ୍ଜାମ,୧୧।୧୦: ଗଞ୍ଜାମ ଏନ୍‌ଏସି ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଭୋରୁ ଗାଈଗୁଡ଼ିକ ଗୁରୁତର…

ବାଲ୍ୟ ବିବାହରେ ୪ର୍ଥ ସ୍ଥାନରେ ରାୟଗଡ଼ା ଜିଲା

ରାୟଗଡ଼ା ଅଫିସ,୧୧ା୧୦:ଅକ୍ଟୋବର ୧୧ରେ ପାଳନ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଲିଙ୍ଗଗତ ସମାନତା ଆଣିବା ଏବଂ ବାଳିକାମାନଙ୍କ ଅଧିକାରକୁ ସ୍ବୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ବାଳିକାଙ୍କ ଆଖିଦୃଶିଆ ବିକାଶ…

ଚିକିତ୍ସାରେ ଅବହେଳାରୁ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ଗଜପତି,୧୧।୧୦: ଗଜପତି ଜିଲା ପାରଳାଖେମୁଣ୍ଡି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏନେଇ ହସ୍ପିଟାଲରେ ପରିସରରେ ଉତ୍ତେଜନା ପରିସ୍ଥତି ସୃଷ୍ଟି ହୋଇଛି। ଡାକ୍ତର ନ ଥିବାରୁ ନର୍ସଙ୍କ ଦ୍ବାରା ଶିଶୁଙ୍କୁ ଚିକିତ୍ସା କରାଯାଇଥିଲା। ଫଳରେ…

ପରମ୍ପରା, ଭାଇଚାରା ବଜାୟ ରଖିବାକୁ ଗୁରୁତ୍ୱ

ସୋନପୁର,୧୧।୧୦(ନି.ପ୍ର): ସୁବର୍ଣ୍ଣପୁର ଜିଲା କୈବର୍ତ୍ତ ସମାଜ ପକ୍ଷରୁ କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦା ଅବସରରେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ବାର୍ଷିକ ମହାପୂଜା ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଜୁଗାର ଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ମହିଳା ଓ ପୁରୁଷ ଏଥିରେ…

ନ୍ୟାୟ ଦାବିରେ ଥାନା ଘେରାଉ

ସାତମାଇଲ, ୧୧।୧୦(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ମୁକ୍ତାପୁର ଅଞ୍ଚଳର ଅଜିତ ମହାପାତ୍ର (୨୪)ଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ଖୋଲୁନାହିଁ। ପୁଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ…

ଚମକ ଭରିଛି ଚାନ୍ଦିମେଢ଼

ଢେଙ୍କାନାଳ ଅଫିସ, ୧୧।୧୦ (ରତନ ନାୟାର): ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ପବିତ୍ର କୁମାରପୂର୍ଣ୍ଣିମା ରାତିରେ ଧରାବତରଣ କରିଛନ୍ତି ଧନଦାତ୍ରୀ। ବେଦମନ୍ତ୍ର ଧ୍ୱନିରେ ମଣ୍ଡପରେ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆକର୍ଷଣ ସାଜିଛି ମା’ଙ୍କ ସୁବର୍ଣ୍ଣ ଆଭୂଷଣ।…

ମେଶିନ କରିବ ସହର ସଫେଇ

ଅନୁଗୋଳ ଅଫିସ, ୧୧ା୧୦: ଅନୁଗୋଳ ସହର ପ୍ରଦୂଷଣ ବଳୟ ଭିତରେ ରହୁଛି। ବିଭିନ୍ନ ସମୟରେ ଏହି ପ୍ରଦୂଷଣ ପାଇଁ ସହରୀ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ତେଣୁ ଅନୁଗୋଳ ସହର ସଫେଇ ପାଇଁ ଝାଡ଼ୁ ମାରୁଥିବା ଗାଡ଼ି ଅଣାଯାଇଛି। ସୋମବାର ପୂର୍ବାହ୍ନରେ ଗାଡ଼ିର…

‘ନୃତ୍ୟସଙ୍ଗୀତରେ ରହିଛନ୍ତି ଭଗବାନ’

ଢେଙ୍କାନାଳ ଅଫିସ, ୧୧।୧୦: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ ସଙ୍ଗୀତ ମହାବିଦ୍ୟାଳୟ’ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ୩୭ତମ କୁମାରୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଲେ, ଯେତେବେଳେ ଛୋଟ…

କୋଭିଡ୍‌ ପରେ ମାନସିକ ସମସ୍ୟା ବଢ଼ିଛି

ବ୍ରହ୍ମପୁର ଅଫିସ,୧୧ା୧୦: ଗଞ୍ଜାମ ଜିଲା ସମନ୍ବିତ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର, ଗଞ୍ଜାମ ଆନୁକୂଲ୍ୟରେ ସୋମବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି। ଏହି ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଡାକ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?