ଦାବି ପୂରଣ ନ ହେଲେ ଆନ୍ଦୋଳନ

ବାଲେଶ୍ୱର ଅଫିସ,୧୬।୧୧: ଓଡ଼ିଶା ଅମଲା ସଂଘର ବାଲେଶ୍ୱର ଶାଖା ପକ୍ଷରୁ କନିଷ୍ଠ ସହାୟକମାନଙ୍କ ଯୋଗ୍ୟତା ଭିତ୍ତିକ ଦରମା ଓ ଗ୍ରେଡ୍‌ ପେ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଜରିଆରେ ମଙ୍ଗଳବାର ପ୍ରଦାନ କରାଯାଇଛି। ଶତାଧିକ କର୍ମଚାରୀ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲାର ୧୨ଟି ବ୍ଲକରୁ ବିଭିନ୍ନ ବିଭାଗର କନିଷ୍ଠ,ବରିଷ୍ଠ ସହାୟକ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ସଂଘର ଅଧ୍ୟକ୍ଷ ପତିତ ପାବନ ଦାସ, ସଭାପତି ଲକ୍ଷ୍ମୀଧର ଦାସ, କାର୍ଯ୍ୟକାରୀ ସଭାପତି ହିମାଂଶୁ ଶେଖର ଦାସ, ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଓ ମୁଖ୍ୟ ସଂଯୋଜକ ବରେନ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ୍‌ ଜିଲାପାଳଙ୍କୁ ଦାବି ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଥିଲେ।
ମସିହା ଦରମା ବୃଦ୍ଧି ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ଜିଲାସ୍ତରୀୟ ସହାୟକମାନଙ୍କ ସହିତ ଶିକ୍ଷାଗତ ଯୋଗ୍ୟତା ଓ ଦରମା, ଗ୍ରେଡ୍‌ ପେ ସମାନ ଥିବା ଜାଗାରେ ପରବର୍ତ୍ତୀ ସମୟରେ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ରାଜସ୍ବ ନିରୀକ୍ଷକଙ୍କ ଦରମା ୯,୩୦୦- ୪୨,୦୦୦ ଓ ଗ୍ରେଡ୍‌ ପେ ୪,୨୦୦କୁ ସରକାର ବୃଦ୍ଧି କରିଥିଲେ ମଧ୍ୟ ଜିଲାସ୍ତରୀୟ ଅମଲାମାନଙ୍କର ଦରମା ସେହି ପରିମାଣରେ ବୃଦ୍ଧି କରାଯାଇ ନାହଁି। ଓଡ଼ିଶା ସଚିବାଳୟ ଓ ବିଭାଗୀୟ ମୁଖ୍ୟରେ କାର୍ଯ୍ୟରତ କନିଷ୍ଠ ସହାୟକମାନଙ୍କ ଦରମା ଜିଲାସ୍ତରୀୟ ଉପବିଭାଗୀୟ ଅଧିକାରୀମାନଙ୍କ ଦରମା ସମାନ ରଖାଯାଇ ଥିବାରୁ କର୍ମକର୍ତ୍ତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜିଲାସ୍ତରୀୟ ସହାୟକ (ଅମଲା)ମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଉ ଥିଲେ ମଧ୍ୟ ସେମାନଙ୍କୁ ବହୁଦିନ ଧରି ଉପେକ୍ଷିତ କରାଯାଇଛି। ସରକାର ଜିଲାସ୍ତରୀୟ ଅମଲାମାନଙ୍କ ଚାକିରିରେ ପ୍ରବେଶ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ସହିତ କମ୍ପ୍ୟୁଟର ଶିକ୍ଷା ୨୦୧୭କୁ ସ୍ଥିର କରିଥିଲେ ସୁଦ୍ଧା ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ରାଜ୍ୟସ୍ତରୀୟ ଅମଲାମାନଙ୍କ ଦରମା ଓ ଗ୍ରେଡ୍‌ ପେରେ ତାରତମ୍ୟ ସୃଷ୍ଟି କରାଯାଇଥିବାରୁ ଜିଲାସ୍ତରୀୟ ଅମଲାମାନଙ୍କ କାର୍ଯ୍ୟ କରିବାର ସ୍ପୃହା ଧୀରେ ଧୀରେ କମିବାରେ ଲାଗୁଛି ଓ ମାନସିକ ଚାପ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଂଘ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମ୍‌ଜିଠାରେ ରାଜ୍ୟର ସମସ୍ତ ଜିଲାର ବିଭିନ୍ନ ବିଭାଗର ଅମଲାମାନେ ନିଜର ନାର୍ଯ୍ୟ ଦାବି ସରକାରଙ୍କୁ ଜଣାଇବା ସହିତ ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri