ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉନି

ଅନୁଗୋଳ ଅଫିସ,୧୬।୧୧: ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମଙ୍ଗଳବାର ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାଶର୍‌ବିକ ଗ୍ରାମଗୁଡ଼ିକର ଉନ୍ନତି ଓ ସ୍ଥାନୀୟ ନିଯୁକ୍ତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ(ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଉପଜିଲାପାଳ ବୈତୁରା ଦୀପ, ଉପଜିଲାପାଳ ତାଳଚେର ବିଶ୍ବରଞ୍ଜନ ରଥ, ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରସନ୍ନ କୁମାର ବିଶ୍ବାଳ, ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଜିଏଜିଏମ୍‌ (ଏଚ୍‌ଆର) ସତ୍ୟାନନ୍ଦ ସାହୁ, ଇଡି ଅମ୍ବିକା ପ୍ରଶାଦ ପଣ୍ଡା, ଏଜିଏମ୍‌ ରାଜାରାମ ମିଶ୍ର, ଜମିହରା ପ୍ରଜା ଓ ଏଲ୍‌ଏପି କର୍ମଚାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଓ ଜମିହରା ପ୍ରଜାମାନଙ୍କ ନିଯୁକ୍ତି ଓ ସିଏସ୍‌ଆର୍‌ ପାଣ୍ଠିର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ ଏମ୍‌ପି ଅସନ୍ତୋଷ ପ୍ରକାଶ କରିଥିଲେ। ଏମ୍‌ପି ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ସୁଧା ସ୍ଥାନୀୟ ନିଯୁକ୍ତି, ଏଲ୍‌ଏପି ନିଯୁକ୍ତି ଓ ସିଏସ୍‌ଆର୍‌ ପାଣ୍ଠି ବିନିଯୋଗର ସବିଶେଷ ବିବରଣୀ ଜିଲାପାଳଙ୍କୁ ଦେବା ପାଇଁ ନାଲ୍‌କୋ ସିଏମ୍‌ଡି ପ୍ରତିଶୃତି ଦେଇଥିଲେ। ଯଦି ଏହି ଦାବି ଗୁଡିକର ସମାଧାନ ନ ହେବ ତେବେ ବାରମ୍ବାର ଅର୍ଥନୈତିକ ଅବରୋଧ କରାଯିବ ବୋଲି ଏମ୍‌ପି ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଦିନେଶ ପ୍ରଧାନ, କର୍ଣ୍ଣପୁର ସରପଞ୍ଚ ପାର୍ଥ ପ୍ରଧାନ, ଗଦାଧର ସାହୁ , ଦିବ୍ୟରଞ୍ଜନ ଦାସ ଓ ସମ୍ପାଦକ ଶଶାଙ୍କ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri