Advertisement

ମୂଳରୁ ହିଁ ମୁକୁଳା

ଅନୁଗୋଳ ଅଫିସ, ୧୬।୧୧: ଉପକଣ୍ଠରେ ଏକାଧିକ ଶିଳ୍ପର ଉଦୟ। ସେଥିପାଇଁ ବଢ଼ୁଛି ଅନୁଗୋଳ ସହରର କଳେବର। ନିୟମିତ ବୃଦ୍ଧି ପାଉଛି ଜନ ଓ ଯାନବାହନ ସଂଖ୍ୟା। କିନ୍ତୁ ସେହି ଅନୁଯାୟୀ ହେଉନି ରାସ୍ତା ଏବଂ ଟ୍ରାଫିକ ବ୍ୟବସ୍ଥା। ଫଳରେ ସକାଳେ ଓ ସନ୍ଧ୍ୟାରେ ଦେଖାଦେଉଛି ପ୍ରବଳ ଭିଡ଼। ବିଶେଷକରି ସହର ମଧ୍ୟ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବିଭିନ୍ନ ଛକରେ ଲୋକଙ୍କୁ ବଡ଼ ହୀନସ୍ତା ହେବାକୁ ପଡ଼ୁଛି। ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ପାର୍ବଣ ବେଳେ ତ ପରିସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ହେଲେ ସହରବାସୀଙ୍କ ଏହି ଦୈନଦିନ ସମସ୍ୟାର ହୋଇପାରୁନି ସମାଧାନ। ଏପରି କି ସହରର ହେମସୁରପଡ଼ା ଓ ଡିଆଇସି ଛକରେ ଥିବା ଟ୍ରାଫିକ ପୋଷ୍ଟ ମୂଳରୁ ମୁକୁଳା ପଡ଼ିଥିଲେ ମଧ୍ୟ ନା’ ନିଘା ଅଛି ପୋଲିସର, ନା’ ପ୍ରଶାସନର।
ଅନୁଗୋଳ ସହରରେ ରହିଛି ୮ଟି ଟ୍ରାଫିକ ପୋଷ୍ଟ। ରାଜ ହୋଟେଲ ଛକ, ଥାନା ଛକ, ବୁଢ଼ୀ ଠାକୁରାଣୀ ଛକ, ହରିମହୁରୀ, ହୁଲୁରିସିଂହା, ଡିଆଇସି, ଗାନ୍ଧୀମାର୍ଗ, ହେମସୁରପଡ଼ା, ଶିମିଳିପଡ଼ା ଛକ ଆଦି ସ୍ଥାନରେ ଟ୍ରାଫିକ୍‌ ପୋଷ୍ଟ ସ୍ଥାପନ କରାଯାଇଛି। କିନ୍ତୁ ହାତଗଣତି କର୍ମଚାରୀ ନିୟୋଜିତ କରାଯାଇଥିବାରୁ ପୂରା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେବେ ଥାନା ଛକରେ ଗାଡ଼ି ନିୟନ୍ତ୍ରଣ ଦାୟିତ୍ୱ ଟ୍ରାଫିକ୍‌ ପୋଲିସ ନେଇଥିବା ବେଳେ ଅନ୍ୟ କେତେକ ଛକରେ ଗୃହରକ୍ଷୀଙ୍କ କାନ୍ଧରେ ଏହି ବ୍ୟବସ୍ଥାକୁ ଲଦି ଦିଆଯାଇଛି। କିନ୍ତୁ ହେମସୁରପଡ଼ା ଓ ଡିଆଇସି ଛକ ଦାୟିତ୍ୱରେ ଆରମ୍ଭରୁ ଅଦ୍ୟାବଧି କୌଣସି କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇ ନାହିଁ। ସହର ଭିତରେ ୫୫ନଂ. ପରି ବ୍ୟସ୍ତବହୁଳ ଜାତୀୟ ରାଜପଥ ଯାଇଥିବାରୁ ଦିନ ତମାମ ସହସ୍ରାଧିକ ଭାରିଯାନ ଚଳପ୍ରଚଳ କରୁଛି। କିନ୍ତୁ ଏହାକୁ ଗମ୍ଭୀରତାର ସହ ଜିଲା ପ୍ରଶାସନ କି ପୋଲିସ ନେଉ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ପ୍ରଶାସନର ଏପରି ଖାମଖିଆଲି ମନୋଭାବ ଯୋଗୁ ଅନେକ ସମୟରେ ସହରବାସୀ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ରାଜପଥ ଉପରେ ଥିବା ଥାନା ଛକ, ହରିମହୁରୀ ଛକ, ହୁଲୁରିସିଂହା, ରାଜ ହୋଟେଲ ଛକରେ ଟ୍ରାଫିକ ନିୟନ୍ତ୍ରଣକୁ ପ୍ରଶାସନ ଅଧିକ ଗୁରୁତ୍ୱର ସହ ନେବା କଥା। କାରଣ ସ୍କୁଲ, କଲେଜ ଓ ଅଫିସ ଆରମ୍ଭ ଏବଂ ଛୁଟି ସମୟରେ ଏହି ଛକ ଦେଇ ଛାତ୍ରୀଛାତ୍ର, ସରକାରୀ, ବେସରକାରୀ କର୍ମଚାରୀମାନେ ଯାତାୟାତ କରୁଛନ୍ତି। ଭାରିଯାନ ସହ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଶ୍ରମିକ ପରିବହନ କରୁଥିବା କମ୍ପାନୀ ବସ୍‌ ଏହି ଛକ ଦେଇ ଚଳପ୍ରଚଳ କରୁଛି। କିନ୍ତୁ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଉ ନ ଥିବାରୁ ନିକଟ ଅତୀତରେ ଥାନା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେହିପରି ସହର ରାସ୍ତାରେ ଜଣେ ଛାତ୍ରଙ୍କ ଉପରେ ଶିଳ୍ପସଂସ୍ଥାର ବସ୍‌ ଚଢ଼ିଯିବା ପରି ଘଟଣା ଦେଖିବାକୁ ମିଳିଛି। ପାର୍ବଣ ସମୟରେ ଦୁର୍ଘଟଣା ସଂଖ୍ୟା ବେଶ୍‌ ଅଧିକ ରହୁଛି। ବୁଧବାର ପ୍ରଥମାଷ୍ଟମୀ ଥିବାରୁ ସହରରେ ଭିଡ଼ ବଢ଼ିଯାଇଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକେ ପୋଷାକ କିଣିବାକୁ ସହରମୁହଁା ହୋଇଥିବାରୁ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଗହଳି ଲାଗି ରହିଛି। ଫଳରେ ବିଭିନ୍ନ ଛକରେ ଟ୍ରାଫିକ ଜାମ୍‌ ସ୍ଥିତି ସୃଷ୍ଟି ହେବାରୁ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲୋକବଳ ନ ଥିବାରୁ ଟ୍ରାଫିକ୍‌ ପୋଷ୍ଟରେ ଆବଶ୍ୟକ କର୍ମଚାରୀ ନିୟୋଜିତ କରାଯାଇପାରୁ ନାହିଁ। ଯେତିକି କର୍ମଚାରୀ ରହିଛନ୍ତି, ସେମାନଙ୍କୁ କାର୍ଯ୍ୟରେ ଲଗାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି...

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ...

କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ...

ସୁରଟରୁ ବାହାରିବ ୨୧ ବସ୍‌: କ୍ୱାରାଣ୍ଟାଇନ୍‌ ସେଣ୍ଟର ତଦାରଖ କଲେ ଉପଜିଲାପାଳ

ଭଞ୍ଜନଗର,୧।୫(ଡି.ଏନ୍‌.ଏ.)- ସୁରଟରୁ ଶହଶହ ଓଡ଼ିଆ ଭିଟାମାଟିକୁ ବସ୍‌ଭଡ଼ା କରି ଦୌନନ୍ଦିନ ବାହାରୁଛନ୍ତି। ଶୁକ୍ରବାର ରାତିରେ ସୁରାଟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୧ ବସ୍‌ ଓଡ଼ିଶା ଅଭିମୁଖେ...

ଫେରାର ଚୋରି ଅଭିଯୁକ୍ତ ଗିରଫ

ଯୋଡ଼ା,୧୮।୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ା ଠାରେ ହୋଇଥିବା ଚୋରି ଘଟଣାର ଜଣେ ଅଭିଯୁକ୍ତଙ୍କୁ ଯୋଡ଼ା ପୋଲିସ ବୁଧବାର ଗିରଫ କରିଛି। ଅଭିଯୁକ୍ତ ହେଲେ...

ବାଲେଶ୍ବରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର

ବାଲେଶ୍ୱର ଅଫିସ,୧୧।୧୦: ବାଲେଶ୍ବରରେ ବଜ୍ରପାତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ବଜ୍ରପାତରେ ଅନେକ ଜୀବନ ଯାଉଥିବାରୁ ଲାଇଟେନିଂ ରିସର୍ଚ୍ଚି ସେଣ୍ଟରରେ ସଠିକ ପୂର୍ବ ସୂଚନା...

ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି

ନୂଆଗାଁ,୧୮।୨(ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ ଧାନର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ମନମୁଖି କାର୍ଯ୍ୟ, ମିଲ ମାଲିକଙ୍କ କାଟଛାଣ୍ଟ ନୀତି...

ବିଧାୟକ ମୋକିମଙ୍କୁ ମିଳିଲା ଜାମିନ୍‌,୧୩ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୧୦।୧୦: ଭିଜିଲାନ୍ସ କୋର୍ଟ ଦ୍ୱାରା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଦଣ୍ଡାଦେଶ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଏହାକୁ ନେଇ ସୋମବାର...

Advertisement
Archives

Model This Week