ନବୀନ ନିବାସ ଅଭିମୁଖେ ଅଲଚିକି ଶିକ୍ଷକଙ୍କ ପଦଯାତ୍ରା

ବାରିପଦା ଅଫିସ,୧୬।୧୧: ମୟୂରଭଞ୍ଜ ଜିଲାରେ ୧୫ ବର୍ଷ ଧରି ଦିନକୁ ଶହେ ଟଙ୍କା ମଜୁରି ପାଉଥିବା ଠିକା ନିଯୁକ୍ତି ଶିକ୍ଷକଙ୍କୁ ନିୟମିତ ଦାବି ନେଇ ୩୪ ଦିନ ଧାରଣାରେ ବସିବା ପରେ ବି ସରକାର କିମ୍ବା ପ୍ରଶାସନ କେହି ବୁଝିଲେନି। ଫଳରେ ନିରୂପାୟ ହୋଇ ସାନ୍ତାଳୀ ଭାଷା(ଅଲଚିକି) ଶିକ୍ଷକମାନେ ମଙ୍ଗଳବାର ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି। ସେମାନେ ରାଇରଙ୍ଗପୁର ଉପକଣ୍ଠ ପୋଖରିଆ ଗ୍ରାମରୁ ପଦଯାତ୍ରାରେ ବାହାରି ଭୁବନେଶ୍ୱର ଅଭିମୁଖେ ଅଭିଯାନ ଜାରି ରଖିଛନ୍ତି। ପଦଯାତ୍ରାରେ ଯାଇ ନିଯୁକ୍ତିପତ୍ର ରାଜ୍ୟ ସରକାରଙ୍କୁ ଫେରାଇବା ସହ ଶିକ୍ଷକ ପୋଷାକ ଅବତରଣ କରିବେ ବୋଲି ପ୍ରକାଶ କରିଛନ୍ତି। ଜିଲା ଭାଜପା ପକ୍ଷରୁ ଶିକ୍ଷକଙ୍କ ଦାବିକୁ ସମର୍ଥନ ଜଣାଇ ସରକାରଙ୍କ ବୈମାତୃକ ମନୋଭାବକୁ କଡ଼ା ସମାଲୋଚନା କରାଯାଇଛି।
ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ସାନ୍ତାଳୀ ଓ ମୁଣ୍ଡାରୀ ଭାଷା(ଅଲଚିକି) ଶିକ୍ଷକମାନେ ୩୪ ଦିନ ଧରି ଜିଲା ପ୍ରକଳ୍ପ ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବିଭାଗ ପକ୍ଷରୁ କୌଣସି ଅଧିକାରୀ ଧାରଣା ସ୍ଥଳକୁ ଆସି ନ ଥିବାବେଳେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବି ସମ୍ପର୍କରେ ଜଣାଇଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ ଦାବି ସମ୍ପର୍କରେ ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେମାନେ କହିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହି ଶିକ୍ଷକମାନଙ୍କ କ୍ଷେତ୍ରରେ ତାହାକୁ ଲାଗୁ କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୦୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲା ଗସ୍ତ ଅବସରରେ ପୋଖରିଆଠାରେ ଅନୁଷ୍ଠିତ ସମାବେଶରେ ଆଦିବାସୀ ସାନ୍ତାଳୀ ଭାଷା ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ଜିଲାର ଶହେଟି ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ଜିଲା ଚୟନ କମିଟି ଜରିଆରେ ଶିକ୍ଷକ ଚୟନ କରାଯାଇ ନିଯୁକ୍ତି ପ୍ରଦାନ ପରେ ଛାତ୍ରୀଛାତ୍ରଙ୍କୁ ସାନ୍ତାଳୀ ଭାଷା ମାଧ୍ୟମରେ ଅନୁବାଦ ପୂର୍ବକ ଓଡ଼ିଆ ଭାଷାରେ ରୂପାନ୍ତରିତ କରି ଅଲଚିକି ଲିପିର ଶିକ୍ଷାଦାନ କରି ଆସୁଛନ୍ତି। ମାସକୁ ୩୨ ଶହ ଟଙ୍କା ମଜୁରି ପାଉଥିବା ଶିକ୍ଷକମାନେ ନିୟମିତ ହେବା ପାଇଁ ସରକାରଙ୍କ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି। ମାତ୍ର ସରକାରଙ୍କ ଆଦିବାସୀ ମାରଣନୀତି କହି ସାନ୍ତାଳୀ ସମାଜର ମାଝୀ ପାରଗାନା, ସାନ୍ତାଳୀ ଅଭିଭାବକ କ୍ରିୟାନୁଷ୍ଠାନ କମିଟି, ସାନ୍ତାଳୀ ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ ସଂଘ, ସାନ୍ତାଳୀ ଏକାଡେମୀ ଓଡ଼ିଶା, ଛାତ୍ର ସଙ୍ଗଠନ ଓ ଆଦିବାସୀ ସାମାଜିକ ଶିକ୍ଷା ସଂଘର ବିଭିନ୍ନ ଶାଖାର କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି। ସରକାରୀ ନୀତିନିୟମ ଅନୁଯାୟୀ ସମସ୍ତ ଯୋଗ୍ୟତା ହାସଲ କରିବା ପରେ ମଧ୍ୟ ଆଦିବାସୀଙ୍କ ପ୍ରତି ଅଣଦେଖା କରାଯାଉଛି ବୋଲି ସଂଘର ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

୨୦୨୯ରେ ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ! ବିଧାୟିକାଙ୍କ ବଡ଼ ଦାବିକୁ ନେଇ ରାଜନୀତିରେ ହଇଚଇ

ଚେନ୍ନାଇ,୨।୯: ତାମିଲନାଡୁର ରାଜନୀତିରେ ଏବେ ଥଲାପତି ବିଜୟଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସତ୍ତାରୂଢ଼ ଟିଭିକେ (TVK)ର ନେତା ଓ ମନ୍ତ୍ରୀମାନେ ବିଜୟଙ୍କୁ ୨୦୨୯ରେ ପ୍ରଧାନମନ୍ତ୍ରୀ…

ସମୁଦ୍ର କୂଳରେ ବୁଲୁଥିଲେ ପ୍ରେମୀଯୁଗଳ, ହଠାତ୍‌ ମାରିଲା ବିଜୁଳି, ଘଟିଗଲା ଦୁଃଖଦ ଘଟଣା, ଭିଡିଓ ଦେଖିଲେ…

ବ୍ରାସିଲିଆ,୨ା୯: ବ୍ରାଜିଲର ପାଲହୋକାରେ ଥିବା ପ୍ରିଆ ଡା ପିନହେଇରା ବିଚ୍‌ର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ପ୍ରେମୀଯୁଗଳ ବେଳାଭୂମିରେ ଚାଲୁଛନ୍ତି।…

୩ ଶକ୍ତିଶାଳୀ ଦେଶର ତାଲିକାରେ ଭାରତ, ଆମେରିକାର ନାଁ ନାହିଁ! ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨।୯: ସାଂଘାଇ ସହଯୋଗ ସଂଗଠନ (SCO)ର ମଞ୍ଚରେ ଭାରତକୁ ନେଇ ବଡ଼ ବୟାନ ଦେଇଛନ୍ତି ବେଲାରୁସ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ତାଙ୍କ ଭାଷଣରେ ସେ ଭାରତକୁ ବିଶ୍ୱର…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଏ କ’ଣ କରିଦେଲା BCCI, ଅଧିନାୟକ ଶେୟସ ଆୟରଙ୍କ ବଢିଲା ଟେନ୍‌ସନ୍‌

ନୂଆଦିଲ୍ଲୀ,୨।୯: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ଅନ୍ତର୍ଜାତୀୟ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶ୍ରେୟସ ଆୟର ପୁଣି ଥରେ ଦଳର ନେତୃତ୍ୱ…

ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri