ସରୁନି କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୧୬ା୧୧: ସେତୁ ପ୍ରଶସ୍ତୀକରଣ ପାଇଁ ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସ ସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ଦିଆଗଲା। ନୂତନ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅଧା ହୋଇନାହିଁ। ଏହାକୁ ନେଇ ସହରଠାରୁ ବିଚ୍ଛିନ୍ନ ହୋଇ ଦୁର୍ଦ୍ଦଶା ଭୋଗୁଥିବା ଲକ୍ଷାଧିକ ଜନ ସାଧାରଣ ଏବେ ଭଦ୍ରକ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଭଦ୍ରକ ଥାନା ଛକ ନିକଟରେ ସାଳନ୍ଦୀ ନଦୀ ଉପରେ ନିର୍ମିିତ ଏହି ସେତୁ କେବେ ସମ୍ପୂର୍ଣ୍ଣ ହେବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ। ୨୦୨୩ ମାର୍ଚ୍ଚା ସୁଦ୍ଧା ଏହି ସେତୁ ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। କାର୍ଯ୍ୟର ଅବଧି ସରିବାକୁ ୪ମାସ ବାକି ଥିବା ବେଳେ ଏହା ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ସେତୁ ପାଇଁ ଆର୍ଥିକ ମଞ୍ଜୁରୀ ଦେଇଥିବା ବିଶ୍ୱବ୍ୟାଙ୍କ କର୍ତ୍ତୃୃପକ୍ଷ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ରାଜନୈତିକ ଏବଂ ପ୍ରଶାସନିକ ତାଗିଦ ସତ୍ତ୍ୱେ ସେତୁ ନିର୍ମାଣକାରୀ ସଂସ୍ଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। କୁଆଁସ- ଭଦ୍ରକ ସହରକୁ ସଂଯୋଗ କରିବା ପାଇଁ ସାଳନ୍ଦୀ ନଦୀ ଉପରେ ଗତ ପ୍ରାୟ ୧୫ ବର୍ଷ ତଳେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ଏଠାରେ ଅର୍ଜୁନ ସେତୁ ନାମରେ ଏକ କଂକ୍ରିଟ ସେତୁ ନିର୍ମାଣ କରାଯାଇଥିଲା। ଏହି ସେତୁ ନିର୍ମାଣ ପରେ କୁଅଁାସ ମୌଜା ସହିତ ସହରର ପୂର୍ବ ପାର୍ଶ୍ୱରେ ରହୁଥିବା ଲକ୍ଷାଧିକ ଲୋକ ସହରକୁ ଆସିବା ପାଇଁ ଉପକୃତ ହୋଇଥିଲେ। ୨୦୨୧ରେ ସେତୁ ପ୍ରଶସ୍ତୀକରଣ ନାମରେ କାର୍ଯ୍ୟକ୍ଷମ ଥିବା ସେତୁକୁ ଭାଙ୍ଗି ଦେଇ ନୂତନ ସେତୁର ଶିଳାନ୍ୟାସ କରାଯାଇଥିଲା। ସେତୁର ସମ୍ପୂର୍ଣ୍ଣୀକରଣ ପାଇଁ ବିଶ୍ୱବ୍ୟାଙ୍କ ଅନୁଦାନ ୬ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସେତୁର ଶିଳାନ୍ୟାସ କରାଯାଇଥିଲା। ସେତୁ ନାମକରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀ ନୂତନ ସେତୁକୁ ପୂର୍ବଭଳି ଅର୍ଜୁନ ସେତୁ ରଖିବାକୁ ଜିଦ୍‌ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ କୁଆଁସ ଅଥବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ନାମିତ କରିବାକୁ ଅଡ଼ି ବସିଥିଲେ। ପରିସ୍ଥିତି ଜଟିଳ ହେବାରୁ ଶେଷରେ ବିନା ନାମରେ ସେତୁ ଶିଳାନ୍ୟାସ କରା ଯାଇଥିଲା। ଯାହାକି ଅଦ୍ୟାବଧି ବିବାଦୀୟ ହୋଇ ରହିଛି। ସହରଠାରୁ ମାତ୍ର ୧୦୦ ମିଟର ଦୂରତାରେ ଥିବା କୁଅଁାସ ଅଞ୍ଚଳବାସୀଙ୍କୁ ସହରକୁ ଆସିବା ପାଇଁ ୨ କି.ମି.ରୁ ଊର୍ଦ୍ଧ୍ୱ ଦୂରତା ଅତିକ୍ରମ କରିବାକୁ ପଡୁଛି। ସ୍କୁଲ,କଲେଜକୁ ଆସୁଥିବା ଛାତ୍ରୀଛାତ୍ର, ଗୁରୁତର ରୋଗୀଙ୍କ ପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏନେଇ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପରମାନନ୍ଦ ବେହେରା କହିଛନ୍ତି, ନଦୀରେ ପାଣି ଅଧିକ ଥିବାରୁ ନିର୍ମାଣରେ ବିଳମ୍ବ ହେଉଥିବା ନିର୍ମାଣକାରୀ ସଂସ୍ଥା ଜଣାଇଛନ୍ତି। ପାଣି କମିବା ପରେ କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇ ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri