ବିସିସି ବ୍ୟାଙ୍କ ସଭାପତି ହେଲେ ଶିବରାମ ପାତ୍ର

ବ୍ରହ୍ମପୁର ଅଫିସ,୧୭ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କ ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ୧୧ନଂ ଜୋନର ନିର୍ଦ୍ଦେଶକ ଶିବରାମ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନରେ ସର୍କିଟ ହାଉସଠାରେ ମନ୍ତ୍ରୀ ତଥା ବିଜେଡିର ଗଞ୍ଜାମ ଜିଲା ପ୍ରଭାରୀ ପ୍ରଦୀପ ଅମାତ ଏବଂ ମନ୍ତ୍ରୀ ଉଷା ଦେବୀ, ଦଳର ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଓ ଗଜପତି ଜିଲାରୁ ନିର୍ବାଚିତ ୧୫ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୪ ଜଣଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଥିବା ଶିବରାମଙ୍କ ନାମ ଘୋଷଣା କରାଯାଇଥିଲା। ପୁରୁଷୋତ୍ତମପୁର ବ୍ଲକ ୩ନଂ ଜୋନରୁ ନିର୍ବାଚିତ ମହିଳା ନିର୍ଦ୍ଦେଶକ ସୁଷମା ବେହେରା ଅନୁପସ୍ଥିତ ଥିଲେ।

ସର୍କିଟ ହାଉସରୁ ଉଷାଙ୍କ ସମେତ ଅନ୍ୟ ନେତା ଓ କର୍ମୀଙ୍କ ଗହଣରେ ଶିବରାମ ବିସିସି ବ୍ୟାଙ୍କକୁ ଯାଇଥିଲେ। ନିର୍ଦ୍ଧାରିତ ସମୟରେ ୩ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ। ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ନିୟମ ପ୍ରକାରେ ପାତ୍ରଙ୍କୁ ନିର୍ଦ୍ୱନ୍ଦ୍ୱ ସଭାପତି ଘୋଷଣା କରାଯାଇଥିଲା। ତେଣୁ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନ ଅନାବଶ୍ୟକ ହୋଇଯାଇଛି। ବ୍ୟାଙ୍କ ପରିସରରେ ରାଜ୍ୟ ବିଜେଡି ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ମେୟର ସଂଘମିତ୍ରା ଦଳେଇ, ଜିଲା ସମବାୟ ସଂଘ ସଭାପତି କୈଳାସ ରଣା, ବିଜେଡି ନେତା ତଥା ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀଙ୍କ ସମେତ ଅନେକ ନେତା ଓ କର୍ମୀ ଏବଂ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିର୍ବାଚିତ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶକମାନେ ନବନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବ୍ୟାଙ୍କ ସମ୍ପାଦକ ଓ କର୍ମଚାରୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୩୦ରେ ହୋଇଥିବା ନିର୍ଦ୍ଦେଶକ ନିର୍ବାଚନରେ ୧୧ନଂ ଜୋନ ପାଇଁ ଶାସକ ଦଳ ପକ୍ଷରୁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଥିଲା। ଏହାକୁ ବିରୋଧ କରି ଶିବରାମ ଓ ଆଉ ଜଣେ ବିଜେଡି କର୍ମୀ ବିଦ୍ରୋହୀ ସାଜି ଭୋଟ ଲଢ଼େଇ କରିଥିଲେ। ଦଳ ମନୋନୀତ ପ୍ରାର୍ଥୀ ମାତ୍ର ୪ଟି ଭୋଟ ପାଇଥିଲେ। ଦୁଇ ବିଦ୍ରୋହୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଅଧିକ ୩୨ ଖଣ୍ଡ ପାଇ ଶିବରାମ ଜିତିଥିଲେ। ଅପରପକ୍ଷରେ ସଭାପତି କିଏ ହେବେ ସେନେଇ ତର୍ଜମା ଆରମ୍ଭ ହୋଇଯାଇଥିଲା। ପରିଶେଷରେ ବିଦ୍ରୋହୀଙ୍କୁ ବିଜେଡି ମନୋନୀତ କରିବାକୁ ବାଧ୍ୟ ହୋଇଥିଲା। ନିର୍ବାଚିତ ହେବା ପରେ ନୂଆ ସଭାପତି ସମସ୍ତଙ୍କୁ ନେଇ ବ୍ୟାଙ୍କ ପରିଚାଳନା କରିବାର ସୂଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri