ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢୁଛି

ଫୁଲବାଣୀ ଅଫିସ, ୧୬ା୧୧: ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢ଼ୁଥିବା ତାହା ଅଳ୍ପ କେତେଜଣ ଜାଣିଥିବେ ା ମହୁଲ ଲଡୁ ନାଁ ଶୁଣିବାକୁ ଅଜବ ଲଗୁଥିଲେ ମଧ୍ୟ ଏହା ଆଦିବାସୀମାନଙ୍କ ପ୍ରିୟ ମିଷ୍ଠାନ। ମହୁଲ ଲଡୁକୁ ଆଦିବାସୀମାନେ ପୂଜାପର୍ବାଣୀ, ଭୋଜିଭାତରେ ମଧ୍ୟ ବ୍ୟବହାର କରନ୍ତି। ଏବେ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମହୁଲରୁ କିପରି ଲଡୁ ତିଆରି କରାଯାଇ ପାରିବ, ସେଥିପାଇଁ ବ୍ଲକ ଜୀବିକା ମିଶନ ଜରିଆରେ ତାଲିମ ଦିଆଯାଉଛି । ମହୁଲକୁ ଲୋକେ କିଲୋ ପ୍ରତି ଅତିକମ୍‌ ଦାମ୍‌ ୨୦/୩୦ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ତ୍ତମାନ କିଛି ସ୍ବୟଂ ସହାୟିକା ଗୋଷ୍ଠୀ ମହୁଲ ଲଡୁ ତିଆରି କରି କିଲୋ ପିଛା ୧୫୦ ଟଙ୍କା ପଯର୍‌ୟନ୍ତ ରୋଜଗାର କରି ପାରୁଛନ୍ତି। ମହୁଲ ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଆଦିମ କାଳରୁ ସେମାନେ ମହୁଲରୁ ମଦ ପ୍ରସ୍ତୁତ କରି ଆସୁଛନ୍ତି। ସେହିପରି ମହୁଲ ପିଠା, ଲେଥା ଓ ମହୁଲ ଫଳ ଗରାରୁ ଖାଇବା ତେଲ ଆଦି ହେଉଛି। ମହୁଲରୁ ପ୍ରସ୍ତୁତ ମଦ ପୂଜା ପାର୍ବଣରେ ନିହାତି ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ଆଦିବାସୀ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଲାଗି ଓଡିଶା ଜୀବିକା ମିଶନ କର୍ମଚାରୀମାନେ ଗାଁ କୁ ଗାଁ ଯାଇ ମହୁଲରୁ ଲଡୁ ପ୍ରସ୍ତୁତି ପ୍ରଣାଳୀ ଶିକ୍ଷା ଦେଉଛନ୍ତି। ଯାହା ଫଳରେ ସେମାନେ ଘରେ ସାଇତି ରଖିଥିବା ମହୁଲରୁ ଲଡୁ ତିଆରି କରି ଲାଭବାନ ହୋଇପାରିବେ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଗଛରେ ମହୁଲ ହୁଏ ା ଏହାକୁ ସଂଗ୍ରହ କରି ଖରାରେ ଭଲ ଭାବରେ ଶୁଖାଇ ଦିଆଯାଏା ଲଡୁ ପ୍ରସ୍ତୁତ ପୂର୍ବରୁ ୪/୫ ଦିନ ପୁଣି ଖରାରେ ମହୁଲକୁ ଶୁୂଖାଯାଏା ଏହାପରେ ପାଖୁଡାକୁ ଭଲ ଭାବେ ଛଡାଇବା ପରେ ଭାଜି ପାଗ କରାଯାଏ । ଭଜା ମହୁଲରେ ରାଶି ଓ ବାଦାମ ମିଶାଇ ଗୁଡରେ ପାଗ କରାଯାଏ । ଯାହା ଅନ୍ୟ ମିଠା ଭଳି ସ୍ବାଦିଷ୍ଟ ଲାଗେ। ମହୁଲ ମିଠା କରି ଭଲ ରୋଜଗାର କରିପାରୁଛୁ । ୧୦ଟି ଲଡୁରେ ଗୋଟିଏ ପ୍ୟାକେଟ କରାଯାଉଛି । ତାହାକୁ ୫୦ ଟଙ୍କାରେ ବିକ୍ରି କରାଯାଉଛି । ଏକ କିଲୋ ମହୁଲରେ ୩୦ଟି ଲଡୁ ତିଆରି ହେଉଛି । ଫୁଲବାଣୀ ବଜାର ସମେତ ଅନ୍ୟସ୍ଥାନରେ ବିକ୍ରି କରୁଛୁ ବୋଲି ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠି ସଦସ୍ୟ ପଙ୍କଜିନୀ ମଲ୍ଲିକ, ଶାନ୍ତିଲତା କହଁର, ସୁମିତ୍ରା କହଁର ପ୍ରମୁଖ ପ୍ରକାଶ କରିଛନ୍ତି।

ରାକେଶ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri