ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢୁଛି

ଫୁଲବାଣୀ ଅଫିସ, ୧୬ା୧୧: ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢ଼ୁଥିବା ତାହା ଅଳ୍ପ କେତେଜଣ ଜାଣିଥିବେ ା ମହୁଲ ଲଡୁ ନାଁ ଶୁଣିବାକୁ ଅଜବ ଲଗୁଥିଲେ ମଧ୍ୟ ଏହା ଆଦିବାସୀମାନଙ୍କ ପ୍ରିୟ ମିଷ୍ଠାନ। ମହୁଲ ଲଡୁକୁ ଆଦିବାସୀମାନେ ପୂଜାପର୍ବାଣୀ, ଭୋଜିଭାତରେ ମଧ୍ୟ ବ୍ୟବହାର କରନ୍ତି। ଏବେ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମହୁଲରୁ କିପରି ଲଡୁ ତିଆରି କରାଯାଇ ପାରିବ, ସେଥିପାଇଁ ବ୍ଲକ ଜୀବିକା ମିଶନ ଜରିଆରେ ତାଲିମ ଦିଆଯାଉଛି । ମହୁଲକୁ ଲୋକେ କିଲୋ ପ୍ରତି ଅତିକମ୍‌ ଦାମ୍‌ ୨୦/୩୦ ଟଙ୍କାରେ ବିକ୍ରି କରୁଛନ୍ତି। ବର୍ତ୍ତମାନ କିଛି ସ୍ବୟଂ ସହାୟିକା ଗୋଷ୍ଠୀ ମହୁଲ ଲଡୁ ତିଆରି କରି କିଲୋ ପିଛା ୧୫୦ ଟଙ୍କା ପଯର୍‌ୟନ୍ତ ରୋଜଗାର କରି ପାରୁଛନ୍ତି। ମହୁଲ ଆଦିବାସୀମାନଙ୍କ ପାରମ୍ପରିକ ଖାଦ୍ୟ ଆଦିମ କାଳରୁ ସେମାନେ ମହୁଲରୁ ମଦ ପ୍ରସ୍ତୁତ କରି ଆସୁଛନ୍ତି। ସେହିପରି ମହୁଲ ପିଠା, ଲେଥା ଓ ମହୁଲ ଫଳ ଗରାରୁ ଖାଇବା ତେଲ ଆଦି ହେଉଛି। ମହୁଲରୁ ପ୍ରସ୍ତୁତ ମଦ ପୂଜା ପାର୍ବଣରେ ନିହାତି ଆବଶ୍ୟକ ହୋଇଥାଏ। ବର୍ତ୍ତମାନ ଆଦିବାସୀ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଲାଗି ଓଡିଶା ଜୀବିକା ମିଶନ କର୍ମଚାରୀମାନେ ଗାଁ କୁ ଗାଁ ଯାଇ ମହୁଲରୁ ଲଡୁ ପ୍ରସ୍ତୁତି ପ୍ରଣାଳୀ ଶିକ୍ଷା ଦେଉଛନ୍ତି। ଯାହା ଫଳରେ ସେମାନେ ଘରେ ସାଇତି ରଖିଥିବା ମହୁଲରୁ ଲଡୁ ତିଆରି କରି ଲାଭବାନ ହୋଇପାରିବେ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ଗଛରେ ମହୁଲ ହୁଏ ା ଏହାକୁ ସଂଗ୍ରହ କରି ଖରାରେ ଭଲ ଭାବରେ ଶୁଖାଇ ଦିଆଯାଏା ଲଡୁ ପ୍ରସ୍ତୁତ ପୂର୍ବରୁ ୪/୫ ଦିନ ପୁଣି ଖରାରେ ମହୁଲକୁ ଶୁୂଖାଯାଏା ଏହାପରେ ପାଖୁଡାକୁ ଭଲ ଭାବେ ଛଡାଇବା ପରେ ଭାଜି ପାଗ କରାଯାଏ । ଭଜା ମହୁଲରେ ରାଶି ଓ ବାଦାମ ମିଶାଇ ଗୁଡରେ ପାଗ କରାଯାଏ । ଯାହା ଅନ୍ୟ ମିଠା ଭଳି ସ୍ବାଦିଷ୍ଟ ଲାଗେ। ମହୁଲ ମିଠା କରି ଭଲ ରୋଜଗାର କରିପାରୁଛୁ । ୧୦ଟି ଲଡୁରେ ଗୋଟିଏ ପ୍ୟାକେଟ କରାଯାଉଛି । ତାହାକୁ ୫୦ ଟଙ୍କାରେ ବିକ୍ରି କରାଯାଉଛି । ଏକ କିଲୋ ମହୁଲରେ ୩୦ଟି ଲଡୁ ତିଆରି ହେଉଛି । ଫୁଲବାଣୀ ବଜାର ସମେତ ଅନ୍ୟସ୍ଥାନରେ ବିକ୍ରି କରୁଛୁ ବୋଲି ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠି ସଦସ୍ୟ ପଙ୍କଜିନୀ ମଲ୍ଲିକ, ଶାନ୍ତିଲତା କହଁର, ସୁମିତ୍ରା କହଁର ପ୍ରମୁଖ ପ୍ରକାଶ କରିଛନ୍ତି।

ରାକେଶ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?