ଉଦ୍ଧାର ହେଲେ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ

କୋକସରା/ଗୋଲାମୁଣ୍ଡା,୨୭ା୧୧(ଡି.ଏନ.ଏ.): ରବିବାର ସନ୍ଧ୍ୟାରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅଧୀନ ତୁମୁରା ନିକଟରୁ ୩୦ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର କୋକସରା ବ୍ଲକ ମହିମା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମରେ। ଶ୍ରମିକମାନେ ନୂଆପଡା ଜିଲା ହାତୀବନ୍ଧାର ଜଣେ ଦାଦନ ଦଲାଲଙ୍କ ପ୍ରଲୋଭନରେ ପଡି ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବାକୁ ଶନିବାର ରାତିରେ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନରେ ଯାଉଥିଲେ। ବାଟରେ ଗୋଲାମୁଣ୍ଡା ବ୍ଲକ ତୁମୁରା ନିକଟରେ ଦଲାଲ ଜଣକ ଜଣଙ୍କ ପିଛା ଅଗ୍ରୀମ ୩୫ ହଜାର ଟଙ୍କା ଦେବାକୁ କହିଥିଲେ । ତେବେ ଟଙ୍କା ଦେଇ ନ ପାରିବାରୁ ଶ୍ରମିକମାନେ ଆଉ ହ୍ରାଇଦାବାଦ ଯାଇ ନ ପାରି ସେଠାରେ ଅଟକି ରହିଥିଲେ। ଏନେଇ କୌଣସି ସୂତ୍ରରୁ ଖବରପାଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ସେ ଘଟଣା ସମ୍ପର୍କରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ସେମାନଙ୍କୁ ଏକ ଗାଡିରେ ଘଣ୍ଟିଗୁଡା ପଠାଇବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ଜୀବନ, ବିଦ୍ୟାଳୟ ଛାତ ଦେଇଯାଇଛି ୧୧ କେଭି ବିଦ୍ୟୁତ ତାର

ରିଆମାଳ, ୧୬।୫( ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ ପରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୋହରାକୋଟ ଗ୍ରାମରେ ୧୯୭୨ରେ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ…

ଜମିବାଡ଼ି ବିବାଦରୁ ସାନଭାଇଙ୍କୁ ପିଟି ହତ୍ୟା: ବଡ଼ଭାଇ-ଭାଉଜଙ୍କ ସହ ବନ୍ଧା ହେଲେ ୪

ମହାକାଳପଡ଼ା,୧୬ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବାରଡ଼ାଙ୍ଗ ନାଉରୀ ସାହିରେ ଗୁରୁବାର ସାରେ ଏକ ପରିବାର ମଧ୍ୟରେ ଜମି ବାଡ଼ି ବିବାଦ ଓ ମାଟି…

୨୦୧୪ରେ କେତେ ଥିଲା ପେଟ୍ରୋଲ-ଡିଜେଲ ଦର? ୧୨ ବର୍ଷରେ କେତେ ବଢିଛି? ଜାଣନ୍ତୁ…

ନୂଆଦିଲ୍ଲୀ, ୧୬।୫: ଅନ୍ତର୍ଜାତୀୟ ବଜାରରେ କ୍ରମାଗତ ଭାବେ କ୍ରୁଡ୍‌ ଅଏଲ ବା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ବି ଏବେ ତୈଳ…

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri