ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ଚାଲିଗଲା ଜୀବନ: ୨ ସାଙ୍ଗ ଗୁରୁତର

ବଡ଼ବିଲ/ଯୋଡ଼ା,୨୭।୧୧(ସ୍ବ.ପ୍ର./ଡି.ଏନ୍‌.ଏ): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ୧୦ ନମ୍ବର ରାଜ୍ୟ ରାଜପଥ ସେରେଣ୍ଡାଠାରେ ହାଇଓ୍ବା ପଛକୁ ବୋଲେରୋ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଯୋଡ଼ା ଥାନା ଏଫଏପି କଲୋନୀ ଅଞ୍ଚଳରେ ରହୁଥିବା ସକ୍ଷମ ସଦାନନ୍ଦ(୨୪)। ସକ୍ଷମ ଯୋଡା ଖଣ୍ଡବନ୍ଧରେ ଏକ ଠିକା ସଂସ୍ଥାରେ ମାଇନିଂ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ଯୋଡ଼ା ସେଣ୍ଟ ଟେରେସା ବିଦ୍ୟାଳୟର ଶିକ୍ଷକ ଅଛନ୍ତି।

ମିଳିଥିବା ସୂଚନା ମୁତାବକ, ସକ୍ଷମଙ୍କ ସହ ତାଙ୍କ ଦୁଇ ସାଙ୍ଗ ହର୍ଷ ଶଙ୍କର ଓ ଲୋକେଶ ପାୱାରଙ୍କ ଯୋଡ଼ାରୁ ଏକ ବୋଲେରୋ ଗାଡିରେ(ନଂ. ଓଡି ୦୯ପି-୩୪୮୯) ବଡ଼ବିଲ ଆସୁଥିଲେ। ହେଲେ ବୋଲେରୋଟି ସେରେଣ୍ଡାଠାରେ ଭାରସାମ୍ୟ ହରାଇ ଏକ ହାଇଓ୍ବା ପଛପଟେ ପିଟି ହୋଇ ପଶି ଯାଇଥିଲା। ଏପରି କି ବୋଲେରର ଏୟାର ବ୍ୟାଗ୍‌ ଖୋଲିଥିଲେ ହେଁ ତାହା ଫାଟି ଯାଇଥିଲା। ଫଳରେ ୩ ଜଣ ସାଙ୍ଗ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସକ୍ଷମଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଲୋକେଶ ଏବଂ ହର୍ଷଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏନେଇ ପୋଲିସ ଏକ ମାମଲା(ନଂ. ୩୬/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ...

ଗଞ୍ଜାମରେ ଆଉ ୨ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଛତ୍ରପୁର,୨୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଜିଲାରେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି।...

ଫୁଟବଲ ଖେଳ ଦେଖିବାକୁ ଯାଇ ଭାସି ଯାଇଥିଲେ: ଆଜି ନଦୀରୁ ମିଳିଲା ୨ ମୃତଦେହ

ଚିତ୍ରଡ଼ା,୨୦ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜମ୍ଭୀରା ନଦୀରେ ଭାସିଯାଇଥିବା ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ଗଣ୍ଡଗୁହାଳି...

୧୧୬୧ ଜଣଙ୍କ ୧୪ ଦିନିଆ ଆଇସୋଲେଶନ ଅବଧି ସରିଲା

ଶେରଗଡ଼,୬ା୪(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକକୁ ଗତ ୨୨ ତାରିଖ ପୂର୍ବରୁ ରାଜ୍ୟ ବାହାରୁରୁ ୧୧୬୧ ଜଣ ବ୍ୟକ୍ତି ଫେରିଥିଲେ। ବ୍ଲକ ପ୍ରଶାସନ ଜାଣିବା ପରେ ଗ୍ରାମପଞ୍ଚାୟତ ନୋଡାଲ...

ବୈତରଣୀ ଜଳ ଶୋଷିବ ଶିଳ୍ପ

ଯାଜପୁର ଅଫିସ,୨୫ା୧: କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀଜଳ ଉପରେ ପୁଣି ଏକ ଶିଳ୍ପ କମ୍ପାନୀ ନିର୍ଭରଶୀଳ ହେବ। ଇଡ୍‌କୋର...

ସଂଘବଦ୍ଧ ଆକ୍ରମଣ ମାମଲା : ୪ ଫେରାର ଅଭିଯୁକ୍ତ କୋର୍ଟଚାଲାଣ

ଦିଗପହଣ୍ଡି,୨୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ୁଙ୍ଗପୁର ଗ୍ରାମର ବଳରାମ ପାତ୍ର, ଭଗବାନ ପାତ୍ର, ଶଙ୍କର ପାତ୍ର ଓ କୃଷ୍ଣ ପାତ୍ରଙ୍କୁ ସଂଘବଦ୍ଧ...

ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ...

ଓସିଏ ସଭାପତି ପ୍ରାର୍ଥୀ ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ

ପୁରୀ ଅଫିସ,୧୪ା୧୦: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ୍‌ (ଓସିଏ) ସଭାପତି ପ୍ରାର୍ଥୀ ହେବେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି...

Advertisement
Archives

Model This Week