ଖସୁଛି ତାପମାତ୍ରା, ବୃଦ୍ଧି ପାଉଛି ଶୀତ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା ହ୍ରାସ ପାଉଥିବାରୁ ଥଣ୍ଡା କ୍ରମଶଃ ବୃଦ୍ଧି ପାଉଛି। ବିଶେଷକରି ରାତିରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ୩ ଦିନ ପରେ ତାପମାତ୍ରା ୧୦ ଡିଗ୍ରୀକୁ ପୁଣି ଥରେ ଖସିଛି। ରାତି ୧୦ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡୁଛି। ଅନେକ ଶୀତର ଆଗମନକୁ ସ୍ବାଗତ କରି ମଜା ଉଠାଉଥିବା ବେଳେ ଗରିବ ଲୋକମାନେ ଶୀତ ଯୋଗୁ ଚିନ୍ତାରେ ରହୁଛନ୍ତି। ଗ୍ରାମାଞ୍ଚଳ ତଥା ପାହାଡ଼ିଆ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ସନ୍ଧ୍ୟା ହେଲେ ଲୋକମାନେ ପଦାକୁ ବାହାରୁନାହାନ୍ତି। ମାଟିଘରେ ରହୁଥିବା ଗରିବ ବନବାସୀମାନେ ଥଣ୍ଡାର ପ୍ରକୋପରେ ଭଲ ଭାବରେ ଶୋଇ ପାରୁନାହାନ୍ତି। ଶୀତରୁ ମୁକ୍ତି ପାଇବା ପାଇଁ ନିଆଁ ଜଳାଇ ବସି ରହୁଛନ୍ତି। ବାଂଶପାଳ, ତେଲକୋଇ, ହରିଚନ୍ଦନପୁର, ଯୋଡ଼ା, ଝୁମ୍ପୁରା, ପାଟଣା, ଚମ୍ପୁଆ ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ଥଣ୍ଡା ଅଧିକ ଅନୁଭୂତ ହେଉଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦେବା ସହ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। ଗରିବମାନେ ଅଧିକ ଅସୁବିଧା ଭୋଗୁଛନ୍ତି ବୋଲି ବାଂଶପାଳ ବ୍ଲକ ଅଞ୍ଚଳର ସାମାଜିକ କର୍ମୀ ତଥା ଆଇନଜୀବୀ ଦୈତାରୀ ଆପଟ କହିଛନ୍ତି। କେତେକ ସ୍ବେଚ୍ଛାସେବୀ ଓ ସଂଗଠନ ଗରିବ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ଆଦି ବଣ୍ଟନ କରୁଥିଲେ ହେଁ ପ୍ରଶାସନ ପକ୍ଷରୁ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଚାରା ଯାତ୍ରା ସାରି ଫେରିଲା ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୨୬ା୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଗତ ୯ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏହି ରାୟକୁ...

ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

ଆଜି ମାଟ୍ରିକ ପରୀକ୍ଷାଫଳ

କଟକ ଅଫିସ,୨୫।୬: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ଅମାନିଆ ହୋଇ ଡଙ୍ଗା ଧାରରେ ବସିଥିଲେ: ଖସିପଡ଼ିବାରୁ ଜୀବନ ଗଲା

ଚିତ୍ରକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡଙ୍ଗାରୁ ନଦୀରେ ଖସିପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ପଡ଼ା ପଞ୍ଚାୟତ ବାଇଲିଗୁମା ଗ୍ରାମର ଘେନୁ...

ସେବା ସମବାୟ ସମିତିରେ ପକାଇଲେ ତାଲା

ବଇଣ୍ଡା,୧୬।୨(ଡି.ଏନ.ଏ.) – ଆଠମଲ୍ଲିକ ବ୍ଲକ ସାନହୁଲା ସେବା ସମବାୟ ସମିତିରେ ଧାନ କିଣାରେ ଅବ୍ୟବସ୍ଥା ଦେଖାଦେଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନେକ...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

Advertisement
Archives

Model This Week