କ୍ୟାମେରା ପାଖେ ମନ୍ଥର, ପରେ କ୍ଷିପ୍ର

ଯାଜପୁର ଅଫିସ,୨୮ା୧୧: ବିଶ୍ୱରେ ଦୁର୍ଘଟଣାଜନିତ ମୃତ୍ୟୁର ପ୍ରାୟ ୧୧% ଭାରତରେ ହେଉଛି। ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ହେତୁ ପ୍ରାୟ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି କାରଣରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଡ୍ରାଇଭିଂ ଇଲେକ୍ଟ୍ରୋନିକ୍‌ ଏନଫୋର୍ସମେଣ୍ଟ ଟୁ ସେଭ୍‌ ହ୍ୟୁମାନ୍‌ ଲାଇଭସ୍‌ (ଦିଶା) ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୬ ନମ୍ବର ଜାତୀୟ ରାଜପଥ (ଏନ୍‌ଏଚ୍‌)ର ଯାଜପୁର ଜିଲା ପାଣିକୋଇଲିଠାରୁ ରାମେଶ୍ୱର ପର୍ଯ୍ୟନ୍ତ ୧୪୦ କି.ମି. ରାସ୍ତାର ୨୪ଟି ସ୍ଥାନରେ ଏଏନ୍‌ପିଆର୍‌(ଅଟୋମେଟିକ ନମ୍ବର ପ୍ଲେଟ ରିକଗ୍‌ନାଇଜେଶନ୍‌) କ୍ୟାମେରା ଲଗାଯାଇଛି। ଦ୍ରୁତଗତିରେ ଯାନବାହନ ଚଳାଚଳ, ବିନା ହେଲମେଟ୍‌, ଭୁଲ ରାସ୍ତାରେ ଚଳାଇବା ଇତ୍ୟାଦି ଉପରେ ଜରିମାନା ଲାଗୁ କରିବାର ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି। ହେଲେ ପ୍ରାୟ ୫ରୁ ୧୦ କି.ମି. ଦୂରତା ମଧ୍ୟରେ ଏହି କ୍ୟାମେରା ସ୍ଥାପନ ହୋଇଥିବାରୁ ଗାଡ଼ିର ଗତିକୁ କେବଳ କ୍ୟାମେରା ନିକଟରେ ନିୟନ୍ତ୍ରଣ କରିଦିଆଯାଉଛି। ପଣେ ପୁଣି କ୍ଷିପ୍ରଗତିରେ ଗାଡ଼ି ଚଳାଯାଉଥିବା ଦେଖିବାକୁ ମିିଳୁଛି। ଫଳରେ ଦୁର୍ଘଟଣା ହ୍ରାସ ଲକ୍ଷ୍ୟ ଏଥିରେ ପରାହତ ହେବ ବୋଲି ମତପ୍ରକାଶ ପାଇଛି।
ଇଣ୍ଟେଲିଜେଣ୍ଟ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ ଉପକରଣ ଏବଂ ସ୍ପିଡ୍‌ ମାପ କ୍ୟାମେରା ସ୍ଥାପନ କରାଯାଇ ଭୁବନେଶ୍ୱର ସହରର କଣ୍ଟ୍ରୋଲ କମାଣ୍ଡ ସେଣ୍ଟର ସହିତ ସଂଯୁକ୍ତ ହୋଇଛି। ଏହି ଉପକରଣଗୁଡ଼ିକ ଗାଡ଼ିର ପଞ୍ଜୀକରଣ ନମ୍ବର ସହିତ ମଧ୍ୟ ସଂଯୋଗ କରାଯାଇଛି। ଯେତେବେଳେ ବି ଏକ ଯାନ ନିର୍ଦ୍ଦିଷ୍ଟ ବେଗ ସୀମା ଅତିକ୍ରମ କରି ଗତି କରେ, ସେତେବେଳେ ଉକ୍ତ କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟର ଫଟୋ ଉଠାଇଥାଏ। ସେଥିରେ ଗାଡିର ପଞ୍ଜୀକରଣ ନମ୍ବର ଲେଖାଯାଇଥାଏ। ଉପରୋକ୍ତ ପଞ୍ଜୀକରଣ ନମ୍ବରର ସମ୍ପୂର୍ଣ୍ଣ ସୂଚନା ପାଇବା ପରେ ଗାଡ଼ି ମାଲିକଙ୍କ ନମ୍ବରକୁ ମେସେଜ ଦିଆଯାଇ ଜରିମାନା ଆଦାୟ କରିବାକୁ ପଦକ୍ଷେପ ନିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୩୫ଟି ଜାତୀୟ ରାଜପଥର ପ୍ରାୟ ୫୫୭୬.୩୭ କିମି ଏବଂ ୬୦ଟି ରାଜ୍ୟ ରାଜପଥର ୪୭୫୦.୪୭ କିମି ରାସ୍ତାରେ ଥିବା ସମସ୍ତ ବ୍ଲାକ ସ୍ପଷ୍ଟ, ଅସୁରକ୍ଷିତ ସ୍ଥାନ ଓ ଗୁରୁତ୍ୱପୂର୍ଣ୍ଣ ଛକଗୁଡ଼ିକରେ ଏଏନ୍‌ପିଆର୍‌ କ୍ୟାମେରା ଲଗେଇବାକୁ ପ୍ରସ୍ତାବ ରହିଛି। ଏହିମର୍ମରେ ପରିବହନ ବିଭାଗ ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଗୋପବନ୍ଧୁ ଏକାଡେମୀର ଡାଇରେକ୍ଟର ଜେନେରାଲଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri