ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର ଅଫିସ,୧ା୧୨: ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର ପୌର କର୍ତ୍ତୃପକ୍ଷ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ମଇଳା ଉଠୁନାହିଁ। ଡ୍ରେନଗୁଡିକରେ ମଶାମରା ତେଲ ବ୍ୟବହାର କରାଯାଉନାହିଁ। ଫଳରେ ମଶା କାମୁଡ଼ାରେ ପୌରବାସୀ ନୟାନ୍ତ ହୋଇ ପଡିଛନ୍ତି ା ହେଲେ ପୌର ସ୍ବାସ୍ଥ୍ୟ ଅଧିକାରୀ ଭଲ ନିଦରେ ଶୋଇଛନ୍ତି। ଅନ୍ୟପକ୍ଷେ ପରିମଳ ଅର୍ଥ ମିଳିମିଶି ହରିଲୁଟ କରିବାକୁ ବାୟୋମେଟ୍ରିକ ମେଶିନରେ ସଫେଇ କର୍ମଚାରୀମାନଙ୍କୁ ଉପସ୍ଥାନ ନ ଦେବାକୁ କେତେଜଣ ଅଧିକାରୀ ପ୍ରବର୍ତ୍ତାଉଥିବା ସୂଚନା ମିଳିଛି। ଯଦ୍ୱାରା ନିର୍ଦ୍ଧାରିତ ଠାରୁ ଅତି କମ ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରି ନ ପାରିବା ଅଭିଯୋଗରେ ଏହି ପୌରାଞ୍ଚଳ ଖୁବଶୀଘ୍ର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ର ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି।
ଏନ୍‌ଜିଟି କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କ ଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜରିମାନା ସ୍ବରୂପ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଇନ ଅନୁଯାୟୀ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌରପରିଷଦ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି। ବ୍ୟାସ ସରୋବର ନିକଟ ରେଳଲାଇନ କଡରେ ପ୍ରତିଦିନ ସମୂହ ଆବର୍ଜନାକୁ ଜଳାଇ ଦିଆଯାଉଛି। ଫଳରେ ଡ୍ରେନେଜ ଓ ପରିବେଶ ସମସ୍ୟାରେ ବ୍ୟାସନଗର ସହରବାସୀ ରୁନ୍ଧି ହେଉଛନ୍ତି। ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଞ୍ଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି। ସହରବାସୀଙ୍କ ମତଦାନରେ କାଉନସିଲ ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି। ଯଦ୍ୱାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ସହରର ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସଫେଇ କର୍ମଚାରୀଙ୍କୁ ନେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପୌରାଞ୍ଚଳ କାର୍ଯ୍ୟାଳୟରେ ବାୟୋମେଟ୍ରିକ ମେଶିନ ଖଞ୍ଜି ଥିଲେ। ଏଥିଯୋଗୁ ପରିମଳ ଠିକାସଂସ୍ଥାର ଲାଭଖୋର ମନୋବୃତ୍ତି ପଦାରେ ପଡିଥିଲା। ତେବେ ଏହାକୁ ବିରୋଧ କରି ବିଭିନ୍ନ ଆଳ ଦେଖାଇ ଗତ ଅକ୍ଟୋବର ୧୫ରେ ପୌରାଧ୍ୟକ୍ଷା ଏକ ଫାଇଲକୁ ନିର୍ବାହୀ ଅଧିକାରୀଙ୍କ ଛାତିରେ ଜୋରରେ ଫୋଫାଡି ଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ବ୍ୟାସନଗର ପୌର ପରିଷଦ ନିନ୍ଦିତ ହୋଇଥିଲା। ଏଭଳି ଭାବେ ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି ବୋଲି ମତପ୍ରକାଶ ପାଇଛି।
କାଉନସିଲରମାନେ କ’ଣ କରୁଛନ୍ତି ତାହା ତାଙ୍କୁ ହିଁ ଜଣା।ପୂର୍ବରୁ ଯେଉଁ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ସେଥିପାଇଁ ଏବେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାର ସିଂହଭାଗ ଅର୍ଥ ବାଟମାରଣା ହେଉଥିବାରୁ ରାସ୍ତାକଡରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚିଛି। କୌଣସି ମଶା ମରା ଔଷଧ କାମରେ ଲାଗୁନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଳ ସିଞ୍ଚନ କରାଯାଉ ନାହିଁ। ସହରର ଯେଉଁ ଡ୍ରେନକୁ ଦେଖିଲେ କାଦୁଅ ଭର୍ତ୍ତି ହୋଇ ରହିଛି। ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବାରୁ ଡ୍ରେନରୁ ବଜର୍‌ୟପାଣି ଠିକ ଭାବରେ ନିର୍ଗତ ହୋଇ ପାରୁନାହିଁ। ଯଦ୍ୱାରା ସହର ସାରା ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ସହରର ଗଳିକନ୍ଦି, ରାସ୍ତାକଡରେ ଗୁଟଖା ଓ ଅନ୍ୟାନ୍ୟ ପାନୀୟ ଭର୍ତ୍ତି ପ୍ଲାଷ୍ଟିକ ପାଉଚ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ତେଳ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡି ଦିଆଯାଉଛି।
ତୁରନ୍ତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଆବଶ୍ୟକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?