ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର ଅଫିସ,୧ା୧୨: ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ଦେବା ପରେ ବ୍ୟାସନଗର ପୌର କର୍ତ୍ତୃପକ୍ଷ ମହରଗରୁ ଯାଇ କାନ୍ତାରରେ ପଡିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ମଇଳା ଉଠୁନାହିଁ। ଡ୍ରେନଗୁଡିକରେ ମଶାମରା ତେଲ ବ୍ୟବହାର କରାଯାଉନାହିଁ। ଫଳରେ ମଶା କାମୁଡ଼ାରେ ପୌରବାସୀ ନୟାନ୍ତ ହୋଇ ପଡିଛନ୍ତି ା ହେଲେ ପୌର ସ୍ବାସ୍ଥ୍ୟ ଅଧିକାରୀ ଭଲ ନିଦରେ ଶୋଇଛନ୍ତି। ଅନ୍ୟପକ୍ଷେ ପରିମଳ ଅର୍ଥ ମିଳିମିଶି ହରିଲୁଟ କରିବାକୁ ବାୟୋମେଟ୍ରିକ ମେଶିନରେ ସଫେଇ କର୍ମଚାରୀମାନଙ୍କୁ ଉପସ୍ଥାନ ନ ଦେବାକୁ କେତେଜଣ ଅଧିକାରୀ ପ୍ରବର୍ତ୍ତାଉଥିବା ସୂଚନା ମିଳିଛି। ଯଦ୍ୱାରା ନିର୍ଦ୍ଧାରିତ ଠାରୁ ଅତି କମ ସଫେଇ କର୍ମଚାରୀ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରି ନ ପାରିବା ଅଭିଯୋଗରେ ଏହି ପୌରାଞ୍ଚଳ ଖୁବଶୀଘ୍ର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ର ଫାଶରେ ପଡିବାର ସମ୍ଭାବନା ସୃଷ୍ଟି କରିଛି।
ଏନ୍‌ଜିଟି କୌଣସି ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନ ପକାଇବା ଏବଂ ଆବର୍ଜନା ସ୍ଥାନରେ ଜଳାଇବା ପାଇଁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାର ଖିଲାପ ଦୃଷ୍ଟିଗୋଚର ହେଲେ ଖିଲାପକାରୀଙ୍କ ଠାରୁ ପରିବେଶୀୟ କ୍ଷତିପୂରଣ ବାବଦରେ ଜରିମାନା ସ୍ବରୂପ ୫ ହଜାର ଟଙ୍କା ଓ ସମୂହ ଆବର୍ଜନା ଜଳାଇଲେ ୨୫ ହଜାର ଟଙ୍କା ଭୂ-ରାଜସ୍ବ ଆକାରରେ ଆଇନ ଅନୁଯାୟୀ ଆଦାୟ କରାଯିବ। କିନ୍ତୁ ଯାଜପୁର ଜିଲାର ବ୍ୟାସନଗର ପୌରପରିଷଦ ଏହି ନିର୍ଦ୍ଦେଶକୁ ଅବମାନନା କରି ଚାଲିଛନ୍ତି। ବ୍ୟାସ ସରୋବର ନିକଟ ରେଳଲାଇନ କଡରେ ପ୍ରତିଦିନ ସମୂହ ଆବର୍ଜନାକୁ ଜଳାଇ ଦିଆଯାଉଛି। ଫଳରେ ଡ୍ରେନେଜ ଓ ପରିବେଶ ସମସ୍ୟାରେ ବ୍ୟାସନଗର ସହରବାସୀ ରୁନ୍ଧି ହେଉଛନ୍ତି। ଦେଶରେ ବ୍ୟବସ୍ଥାଗତ ଦୃଷ୍ଟିରୁ ପୌରାଞ୍ଚଳକୁ ପ୍ରଶାସନିକ ବ୍ୟବସ୍ଥାରୁ ମୁକ୍ତ କରାଯାଇଛି। ସହରବାସୀଙ୍କ ମତଦାନରେ କାଉନସିଲ ଓ ଅଧ୍ୟକ୍ଷ ନିର୍ବାଚିତ ହେଉଛନ୍ତି। ଯଦ୍ୱାରା ସେମାନେ ନିଜ ଅଞ୍ଚଳର ବିକାଶର ପରିଭାଷା ନିଜେ ସ୍ପଷ୍ଟ କରି ତାଙ୍କ ସହରକୁ ଆହୁରି ବିକାଶମୁଖର କରି ପାରିବେ। କିନ୍ତୁ ବ୍ୟାସନଗର ପୌରପରିଷଦ ଅଞ୍ଚଳରେ ବିକାଶର ଗତି ଓଲଟା ହୋଇଯାଇଛି। ସହରର ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଆସୁଥିବା ଅନୁଦାନ ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସଫେଇ କର୍ମଚାରୀଙ୍କୁ ନେଇ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପୌରାଞ୍ଚଳ କାର୍ଯ୍ୟାଳୟରେ ବାୟୋମେଟ୍ରିକ ମେଶିନ ଖଞ୍ଜି ଥିଲେ। ଏଥିଯୋଗୁ ପରିମଳ ଠିକାସଂସ୍ଥାର ଲାଭଖୋର ମନୋବୃତ୍ତି ପଦାରେ ପଡିଥିଲା। ତେବେ ଏହାକୁ ବିରୋଧ କରି ବିଭିନ୍ନ ଆଳ ଦେଖାଇ ଗତ ଅକ୍ଟୋବର ୧୫ରେ ପୌରାଧ୍ୟକ୍ଷା ଏକ ଫାଇଲକୁ ନିର୍ବାହୀ ଅଧିକାରୀଙ୍କ ଛାତିରେ ଜୋରରେ ଫୋଫାଡି ଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସାରା ରାଜ୍ୟରେ ବ୍ୟାସନଗର ପୌର ପରିଷଦ ନିନ୍ଦିତ ହୋଇଥିଲା। ଏଭଳି ଭାବେ ଲୋକଙ୍କ ଆଶା ଭରସାକୁ ନିଜ ସ୍ବାର୍ଥରେ ଅଧିକ ନିୟୋଜିତ କରାଯାଉଛି ବୋଲି ମତପ୍ରକାଶ ପାଇଛି।
କାଉନସିଲରମାନେ କ’ଣ କରୁଛନ୍ତି ତାହା ତାଙ୍କୁ ହିଁ ଜଣା।ପୂର୍ବରୁ ଯେଉଁ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା ସେଥିପାଇଁ ଏବେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାର ସିଂହଭାଗ ଅର୍ଥ ବାଟମାରଣା ହେଉଥିବାରୁ ରାସ୍ତାକଡରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚିଛି। କୌଣସି ମଶା ମରା ଔଷଧ କାମରେ ଲାଗୁନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଳ ସିଞ୍ଚନ କରାଯାଉ ନାହିଁ। ସହରର ଯେଉଁ ଡ୍ରେନକୁ ଦେଖିଲେ କାଦୁଅ ଭର୍ତ୍ତି ହୋଇ ରହିଛି। ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବାରୁ ଡ୍ରେନରୁ ବଜର୍‌ୟପାଣି ଠିକ ଭାବରେ ନିର୍ଗତ ହୋଇ ପାରୁନାହିଁ। ଯଦ୍ୱାରା ସହର ସାରା ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ସହରର ଗଳିକନ୍ଦି, ରାସ୍ତାକଡରେ ଗୁଟଖା ଓ ଅନ୍ୟାନ୍ୟ ପାନୀୟ ଭର୍ତ୍ତି ପ୍ଲାଷ୍ଟିକ ପାଉଚ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ତେଳ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡି ଦିଆଯାଉଛି।
ତୁରନ୍ତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ବିକ୍ରମ ମଲ୍ଲିକଙ୍କୁ ପଚାରିବାରୁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଆବଶ୍ୟକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri