ଅଦାଲତ ଦ୍ୱାରସ୍ଥ ପରେ ବି ମିଳୁନି ରାଶନ ସାମଗ୍ରୀ

ପଟ୍ଟାମୁଣ୍ଡାଇ,୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ରୁଜୁ ମାମଲାର ଶୁଣାଣି କରି ଲୋକ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ୨୦୧୬ରୁ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡା ପଞ୍ଚାୟତ କାଠିଆପଡା ଗଁାର ଉର୍ମିଳା ପାଢୀ ଜଣେ ଗରିବ ଶ୍ରେଣୀର ଲୋକ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ଯୋଗ୍ୟ ବିବେଚିତ ହୋଇ ଆବେଦନ କରିଥିଲେ। ମାତ୍ର ତାଙ୍କ ରାଶନ କାର୍ଡ ନ ମିଳିବାରୁ ସେ ବିଭିନ୍ନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କଟକ ଲୋକ ଅଦାଲତ ଉର୍ମିଳାଙ୍କ ସପକ୍ଷରେ ରାୟ ଶୁଣାଇବା ସହ ସ୍ଥାନୀୟ ବିଡିଓଙ୍କୁ ରାଶନ କାର୍ଡ ଦେବାରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାବତ ଉର୍ମିଳା ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ମାତ୍ର ଉର୍ମିଳାଙ୍କ ନାମରେ ହୋଇଥିବା ରାଶନ କାର୍ଡ ନଂ. ୧୭୦୭୦୮୧୧୫୭୨ କାର୍ଯ୍ୟକ୍ଷମ ନ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ। ସ୍ଥାନୀୟ ସରପଞ୍ଚ ସୌଦାମିନୀ ସେଠୀ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଜଣାଇବାକୁ କହିଥିଲେ। ଉର୍ମିଳା ଏସବୁ ବିଷୟରେ ଏକ ଚିଠି ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଜଣାଇଛନ୍ତି। ଏ ବାବଦରେ ବିଡ଼ିଓ ଭାରତ ଚନ୍ଦ୍ର ପରିଡାଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ରାଶନ କାର୍ଡ ହୋଇଯାଇଛି ଖୁବ୍‌ ଶୀଘ୍ର ଆଲାଟମେଣ୍ଟ ପହଞ୍ଚତ୍ ଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କାଠିଆପଡା ଗଁାର ଉର୍ମିଳା ୨୦୧୬ରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ କାର୍ଡ ପାଇଁ ଆବେଦନ କରିଥିଲେ। ଏହି ଯୋଜନାରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ କୌଣସି କାରଣରୁ ରାଶନ କାର୍ଡ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ବାବଦରେ ସେ ବିଡିଓ ଏମ୍‌ଆଇଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ରାଶନ କାର୍ଡ ପାଇ ପାରି ନ ଥିଲେ। ଏଣୁ ଉର୍ମିଳା ବାଧ୍ୟ ହୋଇ ପରମାନେଣ୍ଟ ଲୋକ ଅଦାଲତ ପିୟୁଏସ୍‌ କଟକର ଆଶ୍ରୟ ନେଇ ପିଏଲଏ କେସ ନଂ. ୯୦/୨୦୧୮ରେ ଏକ ମାମଲା ଆବେଦନ କରିଥିଲେ। ପରମାନେଣ୍ଟ ଲୋକ ଅଦାଲତ କଟକ ଉର୍ମିଳାଙ୍କୁ ରାସନ କାର୍ଡ ଦେବା ପାଇଁ ସ୍ଥାନୀୟ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପଟ୍ଟାମୁଣ୍ଡାଇ ବିଡିଓ ଲୋକ ଅଦାଲତଙ୍କ ନିର୍ଦ୍ଦେଶର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଉର୍ମିଳା କଟକ ଲୋକ ଅଦାଲତରେ ପୁଣି ଦ୍ୱାରସ୍ଥ ହୋଇଥିଲେ। ଏହାର ପୁନଃ ବିଚାର କରି କଟକ ଲୋକ ଅଦାଲତ ଉର୍ମିଳାଙ୍କୁ ରାଶନ କାର୍ଡ ଦେବା ସହ କମ୍ପେନସେଶନ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ମାମଲାର ଶୁଣାଣି କରି ସିନିୟର ସିଭିଲ ଜଜ୍‌ ପଟ୍ଟାମୁଣ୍ଡାଇଙ୍କୁ ବିଚାର କରିବାକୁ କହିଥିଲେ। ମାତ୍ର ପ୍ରଶାସନିକ କର୍ତ୍ତୃପକ୍ଷ ବାରମ୍ବାର ତାରିଖ ଘୂଞ୍ଚାଇ ଚାଲିଥିଲେ। ସିଭିଲ ଜଜ୍‌ ଏ ବିଷୟରେ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜିଲାପାଳଙ୍କ ପଦକ୍ଷେପ ବିଳମ୍ବ ହେବାରୁ ଉର୍ମିଳା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଡିବ୍ଲୁପିସି ନଂ. ୧୧୮୧୯/୨୨ ରେ ପଟ୍ଟାମୁଣ୍ଡାଇ ବିଡିଓ, ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ ନାମରେ ମାମଲା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri