ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ ଆଖିଠାର। ଗଛ ଲଗାଇବା ପରେ ଏହାକୁ ବଞ୍ଚାଇବା ଲାଗି ସରକାର ବହୁ ଅର୍ଥ ଶ୍ରାଦ୍ଧ କରୁଥିଲେ ହେଁ ବିଭାଗ ଏହାକୁ ଅଣଦେଖା କରୁଛି। ଗଛ ବଞ୍ଚିବା ଲାଗି ଥିବା କୌଣସି ପ୍ରକ୍ରିୟା(ମେଣ୍ଟେନାନ୍ସ)କୁ ଅବଲମ୍ବନ କରାଯାଉନାହିଁ। ଏସବୁ ବାବଦ ଅର୍ଥକୁ ଲୁଟ୍‌ କରାଯାଉଛି। ପ୍ରାୟ ସମସ୍ତ ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ବିଶିପଡା ବିଟ୍‌ ଗଞ୍ଜୁଗୁଡା ପଞ୍ଚାୟତ ବଇଡା ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ।
୨୦୨୧-୨୨ ଆର୍ଥତ୍କ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସହାୟକ ପୁନଃଜନନ କାର୍ଯ୍ୟକ୍ରମ ମାଧ୍ୟମରେ ବଇଡା ଗ୍ରାମ ପୋଖରୀ ନିକଟ ଫାଙ୍କା ସ୍ଥାନରେ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଇଥିଲା । ମୋଟ ୫୦ ହେକ୍ଟର ସ୍ଥାନରେ ୧୦ ହଜାର ଚାରାରୋପଣ ହୋଇଥିଲା। ଏଥିପାଇଁ ୮ଲକ୍ଷ ୫୯ ହଜାର ଅଟକଳ ମୂଲ୍ୟ ରହିଥିଲା । ସେଥିରୁ ସାମଗ୍ରୀ ବାବଦରେ ୮୭ ହଜାର ଓ ମଜୁରୀ ବାବଦରେ ୭ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ବର୍ତ୍ତମାନ ଏହି ସ୍ଥାନରେ ମାତ୍ର ଅଳ୍ପ ଶୁଖିଲା ଗଛ ଛଡା ଆଉ କିଛି ଥିବା ଦେଖାଯାଉନାହିଁ। ଏଠାରେ ୫୦ ହେକ୍ଟର ଫାଙ୍କା ସ୍ଥାନ ଥିବା ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପ୍ରକୃତ ପକ୍ଷେ ୧୦ ହଜାର ଚାରାରୋପଣ କରାଯାଇଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ। ଉକ୍ତ ସ୍ଥାନରେ ଖଉ, ପଣସ, ଶିଶୁ, ଜାମୁ ଓ ବରଡା ଶାଗଭଳି ଚାରାରୋପଣ କରାଯାଇଥିଲା। ଶାଳ ବଣ ଭିତରେ ଖୋଲା ସ୍ଥାନରେ ଏଭଳି ଚାରା ଲଗାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଚାରା ରକ୍ଷଣାବେକ୍ଷଣ ପାଇଁ ଲୋକ ନିୟୋଜିତ ହୋଇଥିଲେ ମଧ୍ୟ କେହି ଦାୟିତ୍ୱ ନେଉ ନ ଥିବା ଏହି ରେଞ୍ଜରେ ଅନେକ ସ୍ଥାନରେ ଏଭଳି ପରିଲକ୍ଷିତ ହେଉଛି । ଏ ନେଇ ଫରେଷ୍ଟର ମୋନାଲିସା ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଆସିଥିଲା। ସେ ପର୍ଯ୍ୟନ୍ତ କୋଡା ଖୋସା, ବାଳୁଙ୍ଗା ଘାସ ବଛା, ମରିଥିବା ଗଛ ସ୍ଥାନରେ ନୂଆ ଗଛ ଲଗାଇବା ଓ ଜଳ ସଂଗ୍ରହ ପାଇଁ ଗାତ ଖୋଳିବା ଆଦି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ୨୦୨୧ ଡିସେମ୍ବର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟଙ୍କା ଆସିନାହିଁ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଫରେଷ୍ଟର କହିଛନ୍ତି। ସେହିପରି ଚାରାରୋପଣ ସ୍ଥଳର କାର୍ଯ୍ୟ ଅନୁଧ୍ୟାନ କରାଯିବ ବୋଲି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri