ବନୀକରଣ ହେଉଛି, ବଞ୍ଚୁନାହିଁ ୧୦ ପ୍ରତିଶତ ଗଛ

ଫୁଲବାଣୀ ଅଫିସ,୧ା୧୨: କନ୍ଧମାଳ ଜିଲାରେ ପ୍ରତିବର୍ଷ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ଜଙ୍ଗଲ, ରାସ୍ତା ପାର୍ଶ୍ୱରେ ଏହି ଗଛ ଲଗାଯାଉଛି। ହେଲେ ଏହା ଧର୍ମକୁ ଆଖିଠାର। ଗଛ ଲଗାଇବା ପରେ ଏହାକୁ ବଞ୍ଚାଇବା ଲାଗି ସରକାର ବହୁ ଅର୍ଥ ଶ୍ରାଦ୍ଧ କରୁଥିଲେ ହେଁ ବିଭାଗ ଏହାକୁ ଅଣଦେଖା କରୁଛି। ଗଛ ବଞ୍ଚିବା ଲାଗି ଥିବା କୌଣସି ପ୍ରକ୍ରିୟା(ମେଣ୍ଟେନାନ୍ସ)କୁ ଅବଲମ୍ବନ କରାଯାଉନାହିଁ। ଏସବୁ ବାବଦ ଅର୍ଥକୁ ଲୁଟ୍‌ କରାଯାଉଛି। ପ୍ରାୟ ସମସ୍ତ ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ବିଶିପଡା ବିଟ୍‌ ଗଞ୍ଜୁଗୁଡା ପଞ୍ଚାୟତ ବଇଡା ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ।
୨୦୨୧-୨୨ ଆର୍ଥତ୍କ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସହାୟକ ପୁନଃଜନନ କାର୍ଯ୍ୟକ୍ରମ ମାଧ୍ୟମରେ ବଇଡା ଗ୍ରାମ ପୋଖରୀ ନିକଟ ଫାଙ୍କା ସ୍ଥାନରେ ବନ ବିଭାଗ ପକ୍ଷରୁ ଚାରାରୋପଣ କରାଯାଇଥିଲା । ମୋଟ ୫୦ ହେକ୍ଟର ସ୍ଥାନରେ ୧୦ ହଜାର ଚାରାରୋପଣ ହୋଇଥିଲା। ଏଥିପାଇଁ ୮ଲକ୍ଷ ୫୯ ହଜାର ଅଟକଳ ମୂଲ୍ୟ ରହିଥିଲା । ସେଥିରୁ ସାମଗ୍ରୀ ବାବଦରେ ୮୭ ହଜାର ଓ ମଜୁରୀ ବାବଦରେ ୭ ଲକ୍ଷ ୭୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି। ବର୍ତ୍ତମାନ ଏହି ସ୍ଥାନରେ ମାତ୍ର ଅଳ୍ପ ଶୁଖିଲା ଗଛ ଛଡା ଆଉ କିଛି ଥିବା ଦେଖାଯାଉନାହିଁ। ଏଠାରେ ୫୦ ହେକ୍ଟର ଫାଙ୍କା ସ୍ଥାନ ଥିବା ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପ୍ରକୃତ ପକ୍ଷେ ୧୦ ହଜାର ଚାରାରୋପଣ କରାଯାଇଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ। ଉକ୍ତ ସ୍ଥାନରେ ଖଉ, ପଣସ, ଶିଶୁ, ଜାମୁ ଓ ବରଡା ଶାଗଭଳି ଚାରାରୋପଣ କରାଯାଇଥିଲା। ଶାଳ ବଣ ଭିତରେ ଖୋଲା ସ୍ଥାନରେ ଏଭଳି ଚାରା ଲଗାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଚାରା ରକ୍ଷଣାବେକ୍ଷଣ ପାଇଁ ଲୋକ ନିୟୋଜିତ ହୋଇଥିଲେ ମଧ୍ୟ କେହି ଦାୟିତ୍ୱ ନେଉ ନ ଥିବା ଏହି ରେଞ୍ଜରେ ଅନେକ ସ୍ଥାନରେ ଏଭଳି ପରିଲକ୍ଷିତ ହେଉଛି । ଏ ନେଇ ଫରେଷ୍ଟର ମୋନାଲିସା ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଆସିଥିଲା। ସେ ପର୍ଯ୍ୟନ୍ତ କୋଡା ଖୋସା, ବାଳୁଙ୍ଗା ଘାସ ବଛା, ମରିଥିବା ଗଛ ସ୍ଥାନରେ ନୂଆ ଗଛ ଲଗାଇବା ଓ ଜଳ ସଂଗ୍ରହ ପାଇଁ ଗାତ ଖୋଳିବା ଆଦି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ୨୦୨୧ ଡିସେମ୍ବର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟଙ୍କା ଆସିନାହିଁ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ରକ୍ଷଣାବେକ୍ଷଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ଫରେଷ୍ଟର କହିଛନ୍ତି। ସେହିପରି ଚାରାରୋପଣ ସ୍ଥଳର କାର୍ଯ୍ୟ ଅନୁଧ୍ୟାନ କରାଯିବ ବୋଲି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri