ଆଜି ବିଶ୍ୱ ଏଡ୍‌ସ ଦିବସ: ୨୦ବର୍ଷରେ ୩୬୯୫ ପଜିଟିଭ, ୨୪୨ ମୃତ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲାରେ ଏଡ୍‌ସ ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ପଜିଟିଭ ହାର ବୃଦ୍ଧି ପାଇବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୦୦୨ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୨୦ବର୍ଷ ମଧ୍ୟରେ ଏଡ୍‌ସ ସଚେତନତା ଦିଗରେ ୧୩ଲକ୍ଷ ୪୪ହଜାର ୭୦୮ଜଣଙ୍କୁ କାଉନସିିଲିଂ କରାଯାଇଥିବା ବେଳେ ୧୨ଲକ୍ଷ ୭୪ହଜାର ୫୫୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୩୬୯୫ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ସେଥିରୁ ପୁରୁଷ ୨୩୯୭, ମହିଳା ୮୯୧, ଶିଶୁ ୧୪୫ ଏବଂ ଅନ୍ୟ ୯୬ ରହିଛନ୍ତି। ୨୪୨ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ବାହାର ରାଜ୍ୟ ତଥା ଜିଲାରୁ ଆସି ଖୋର୍ଦ୍ଧାରେ ରହୁଥିବା ୧୦୧ଜଣ ଥିବାବେଳେ କେବଳ ଖୋର୍ଦ୍ଧା ଜିଲାରୁ ୧୪୧ଜଣ ରହିଛନ୍ତି।
୨୦୧୮-୧୯ରେ ୧,୧୦,୪୬୫ ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୦୯,୯୮୧ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୮୪ ପଜିଟିଭ ଓ ୧୮ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୧,୧୬,୮୯୩ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୧୫,୭୮୫ଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୮୮ ପଜିଟିଭ ଓ ୯ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୦-୨୧ରେ ୧,୦୦୫୩୭ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୯୯,୯୭୭ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୦୬ ପଜିଟିଭ ଓ ୧୧ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧-୨୨ରେ ୧,୩୮,୪୦୬ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୩୭,୮୯୭ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୩୯ ପଜିଟିଭ ଓ ୧୮ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୨-୨୩(ଅକ୍ଟୋବର ପର୍ଯ୍ୟନ୍ତ ୯୬,୭୦୭ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୯୬,୬୭୯ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୪୦ ପଜିଟିଭ ଓ ୧୩ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିବର୍ଷ ଏଡ୍‌ସ ସଚେତନତା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ କ୍ରମାଗତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ଏଡସ ଚିହ୍‌ଟ ରୋଗୀଙ୍କୁ ମାସିକ ଭତ୍ତା ଠିକ୍‌ ଭାବେ ଦିଆଯାଉ ନ ଥିବା ଅନେକେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏ ନେଇ ଖୋର୍ଦ୍ଧା ସିଡିଏମଓ ଆର୍ତ୍ତବନ୍ଧୁ ନାୟକ କୁହନ୍ତି, ଏଚ୍‌ଆଇଭି ଏକ ମାରାତ୍ମକ ରୋଗ। ଯାହା ହ୍ୟୁମାନ ଇମ୍ୟୁନଡେଫିସିଏନ୍ସି ଭାଇରସ୍‌ ଯୋଗୁ ବ୍ୟାପେ, ଯାହାକୁ ଏଚଆଇଭି କୁହାଯାଏ। ଏହାକୁ କେବଳ ସଚେତନତା ମାଧ୍ୟମରେ ରୋକାଯାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?