ଆଜି ବିଶ୍ୱ ଏଡ୍‌ସ ଦିବସ: ୨୦ବର୍ଷରେ ୩୬୯୫ ପଜିଟିଭ, ୨୪୨ ମୃତ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲାରେ ଏଡ୍‌ସ ନିରାକରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ପଜିଟିଭ ହାର ବୃଦ୍ଧି ପାଇବାରେ ଲାଗିଛି। ତଥ୍ୟ ଅନୁଯାୟୀ, ଗତ ୨୦୦୨ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୨୦ବର୍ଷ ମଧ୍ୟରେ ଏଡ୍‌ସ ସଚେତନତା ଦିଗରେ ୧୩ଲକ୍ଷ ୪୪ହଜାର ୭୦୮ଜଣଙ୍କୁ କାଉନସିିଲିଂ କରାଯାଇଥିବା ବେଳେ ୧୨ଲକ୍ଷ ୭୪ହଜାର ୫୫୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୩୬୯୫ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି। ସେଥିରୁ ପୁରୁଷ ୨୩୯୭, ମହିଳା ୮୯୧, ଶିଶୁ ୧୪୫ ଏବଂ ଅନ୍ୟ ୯୬ ରହିଛନ୍ତି। ୨୪୨ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ବାହାର ରାଜ୍ୟ ତଥା ଜିଲାରୁ ଆସି ଖୋର୍ଦ୍ଧାରେ ରହୁଥିବା ୧୦୧ଜଣ ଥିବାବେଳେ କେବଳ ଖୋର୍ଦ୍ଧା ଜିଲାରୁ ୧୪୧ଜଣ ରହିଛନ୍ତି।
୨୦୧୮-୧୯ରେ ୧,୧୦,୪୬୫ ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୦୯,୯୮୧ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୮୪ ପଜିଟିଭ ଓ ୧୮ଜଣଙ୍କ ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୧,୧୬,୮୯୩ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୧୫,୭୮୫ଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୮୮ ପଜିଟିଭ ଓ ୯ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୦-୨୧ରେ ୧,୦୦୫୩୭ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୯୯,୯୭୭ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୦୬ ପଜିଟିଭ ଓ ୧୧ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧-୨୨ରେ ୧,୩୮,୪୦୬ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୧,୩୭,୮୯୭ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୩୯ ପଜିଟିଭ ଓ ୧୮ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୨-୨୩(ଅକ୍ଟୋବର ପର୍ଯ୍ୟନ୍ତ ୯୬,୭୦୭ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୯୬,୬୭୯ ରକ୍ତ ନମୁନା ପରୀକ୍ଷା କରାଯାଇଛି। ୨୪୦ ପଜିଟିଭ ଓ ୧୩ଜଣଙ୍କ ମୃତ୍ୟୁ ଘଟିଛି। ପ୍ରତିବର୍ଷ ଏଡ୍‌ସ ସଚେତନତା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ୱେ କ୍ରମାଗତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଅନ୍ୟପଟେ ଏଡସ ଚିହ୍‌ଟ ରୋଗୀଙ୍କୁ ମାସିକ ଭତ୍ତା ଠିକ୍‌ ଭାବେ ଦିଆଯାଉ ନ ଥିବା ଅନେକେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏ ନେଇ ଖୋର୍ଦ୍ଧା ସିଡିଏମଓ ଆର୍ତ୍ତବନ୍ଧୁ ନାୟକ କୁହନ୍ତି, ଏଚ୍‌ଆଇଭି ଏକ ମାରାତ୍ମକ ରୋଗ। ଯାହା ହ୍ୟୁମାନ ଇମ୍ୟୁନଡେଫିସିଏନ୍ସି ଭାଇରସ୍‌ ଯୋଗୁ ବ୍ୟାପେ, ଯାହାକୁ ଏଚଆଇଭି କୁହାଯାଏ। ଏହାକୁ କେବଳ ସଚେତନତା ମାଧ୍ୟମରେ ରୋକାଯାଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri