ପଦ୍ମପୁର ଜନାଦେଶ: ବହୁମତରେ ବାଜି ମାରିଲେ ବର୍ଷା

ବରଗଡ଼ ଅଫିସ,୮ା୧୨: ପଦ୍ମପୁର ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା। ଅନ୍ତିମ ୨୩ ରାଉଣ୍ଡ ସୁଦ୍ଧା ବର୍ଷାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୭,୪୪୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଥିସହିତ ବର୍ଷାଙ୍କୁ ୧୩୫ ଖଣ୍ଡ ପୋଷ୍ଟାଲ ବାଲଟ ଭୋଟ୍‌, ପ୍ରଦୀପଙ୍କୁ ୯୪ ଖଣ୍ଡ ଏବଂ କଂଗ୍ରେସକୁ ୧୩ ଖଣ୍ଡ ପୋଷ୍ଟାଲ ବାଲଟ ଭୋଟ୍‌ ମିଳିଛି। ସେହିପରି ଏକ୍ସଟ୍ରା ୨ଟି ମେଶିନ୍‌ ଭୋଟ୍‌ ମିଶି ବର୍ଷାଙ୍କୁ ମୋଟ୍‌ ୧,୨୦,୮୧୬ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ପ୍ରଦୀପଙ୍କୁ ୭୮,୧୩୭ ଖଣ୍ଡ ମିଳିଛି। ତେବେ ୪୨,୬୭୯ ଖଣ୍ଡ ଭୋଟ୍‌ରେ ପ୍ରଦୀପ ପରାସ୍ତ ହୋଇଛନ୍ତି। ଗଣତି ଆରମ୍ଭରୁ ହିଁ ବର୍ଷା ବହୁ ଭୋଟ୍‌ରେ ଆଗରେ ଥିଲେ। କୌଣସି ରାଉଣ୍ଡରେ ଭାଜପା ବିଜେଡିକୁ ଟପି ଆଗକୁ ଯାଇ ପାରି ନ ଥିଲା। ସେହିପରି କଂଗ୍ରେସର ସ୍ଥିତି ଅତ୍ୟନ୍ତ ଖରାପ ଥିଲା। କଂଗ୍ରେସକୁ ମାତ୍ର ୩,୫୯୪ ଖଣ୍ଡ ଭୋଟ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି...

୨ ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୮ା୨: କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ...

ଭଦ୍ରକରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ସଚିବ

ଭଦ୍ରକ ଅଫିସ, ୨୮।୨- କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ସଚିବ ପ୍ରମୋଦ କୁମାର ଦାସ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଜିଲା ମଙ୍ଗଳ ବିଭାଗ ଦ୍ୱାରା...

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ...

ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ

ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍‌ ପ୍ରବାସୀ ଓଡ଼ିଆଜ୍‌-କନେକ୍ଟିଙ୍ଗ ଦ ରୁଟ୍‌ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ...

ପୋଖରୀରେ ଓଲଟିଲା ଟ୍ରାକ୍ଟର, ଗଲା ୪ ଜୀବନ

ଦନ୍ତେୱାଡା,୯।୮: ସୋମବାର ଥିଲା ବିଶ୍ୱ ଆଦିବାସୀ ଦିବସ। ଏଥିରେ ଭାଗ ନେବାକୁ ମାଲକାନଗିରି ଜିଲା ଟାଟୁମ ଗାଁର ପ୍ରାୟ ୩୦ଜଣ ଆଦିବାସୀ ଏକ ଟ୍ରାକ୍ଟର ଯୋଗେ...

ସିବିଆଇ ତଦନ୍ତ ଦାବି କଲେ ଆଦିତ୍ୟଙ୍କ ମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ଏକ ମାସରୁ ଊର୍ଦ୍ଧ୍ୱ ବିତିଛି। ଏବେ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଜିଆର୍‌ପି ଭଳି ସୁରାକ...

ମହିଳାଙ୍କଠାରୁ ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା ଅଫିସ,୧୭।୧୦: ରାୟଗଡ଼ା ବ୍ୟାଙ୍କ କଲୋନୀର ୩ୟ ଲାଇନରେ ଗୁରୁବାର ଜି. ମାଙ୍ଗେୟାମା ନାମକ ଜଣେ ମହିଳା ବଜାରରୁ କ୍ଷୀର ନେଇ ଆସୁଥିବା ସମୟରେ ପଛପଟୁ...

Advertisement
Archives

Model This Week