କାଜୁ ୟୁନିଟ୍ ବାହାନାରେ ବ୍ୟାଙ୍କରୁ ୨୬ଲକ୍ଷ ଠକେଇ
ବ୍ରହ୍ମପୁର ଅଫିସ,୨୫ା୧୧: ଜଣେ ବ୍ୟକ୍ତି ମୁଦ୍ରା ଯୋଜନାରେ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବାକୁ ଦର୍ଶାଇ ୟୁନିୟନ୍ ବ୍ୟାଙ୍କରୁ ଦୁଇଟି ପର୍ଯ୍ୟାୟରେ ୨୬ଲକ୍ଷର ଋଣ ଉଠାଇ ପରିଶୋଧ କରି ନ ଥିଲେ। ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରିବାରୁ ସେ କୌଣସି…
ଖେଣ୍ତରାରେ ଚାଲୁଛି ବେଆଇନ କୁକୁଡ଼ା ଲଢ଼େଇ
କେନ୍ଦୁଝର,୨୫ା୧୧(ସ୍ବ.ପ୍ର): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍ ଖେଣ୍ତରା ଗ୍ରାମର ଶାଳ ଜଙ୍ଗଲରେ ଦୀର୍ଘ ଦିନ ହେବ ବେଆଇନ କୁକୁଡ଼ା ଲଢ଼େଇ ହେଉଛି। ଫଳରେ ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି। ଏହାକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ…
କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ବିସ୍ଫୋରଣସ୍ଥଳକୁ ଜଗିଛି ପୋଲିସ
କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୫ା୧୧(ସ୍ବ.ପ୍ର.): କାର୍ତ୍ତିକେଶ୍ୱର ମେଢ଼ ଆଗରେ ଡିଜେ ବାଜୁଥିଲା। ଶ୍ରଦ୍ଧାଳୁ ତାଳ ଦେଇ ନାଚୁଥିଲେ। ସିରିଜ ବାଣରେ ନିଆଁ ଲାଗିଲା। ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ବାଣ ଫୁଟି ଚାଲିଥିବା ବେଳେ ଏଥିରୁ ବିସ୍ଫୋରିତ ନିଅଁା ଝୁଲ ନିକଟରେ…
୨୦ପ୍ରଜାତିର ପକ୍ଷୀ ଚିହ୍ନଟ
ଯାଜପୁର ଅଫିସ/କାଳିଆପାଣି, ୨୫ା୧୧(ଡି.ଏନ.ଏ.): ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ଗ୍ରୋ ୱିଥ୍ ନେଚର୍ ସହଯୋଗରେ ବୁଧବାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଏକ ପକ୍ଷୀ ଦର୍ଶନ ଅଧିବେଶନ (ବାର୍ଡ ୱାଚିଂ ସେସନ୍) ଆୟୋଜନ କରାଯାଇଥିଲା। ଏଥିରେ ବିଶିଷ୍ଟ ପକ୍ଷୀ ବିଜ୍ଞାନୀ ଡକ୍ଟର ଜୁଷ୍ଟୁସ୍…
ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ
ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଡିତ ଥିବା ମହିଳା ସ୍ବୟଂ ସହାୟିକା…
ଫଳକରେ ଅଟକିଛି ୨ ପ୍ରକଳ୍ପ
ଖଣ୍ଡପଡ଼ା,୨୫ା୧୧(ସ୍ବ.ପ୍ର.): ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନୂତନ ପ୍ରକଳ୍ପ ନିର୍ମାଣ ହୋଇପାରୁନାହିଁ। ଅନୁଦାନ ଅର୍ଥ ମଞ୍ଜୁର ପରେ ବି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତା ଯୋଗୁ…
୧୨୦ ପାକ୍ସ, ୩୮ଏସ୍ଏଚ୍ଜି କରିବେ ଧାନ ସଂଗ୍ରହ
ଯାଜପୁର ଟାଉନ,୨୫ା୧୧(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ସମ୍ମିଳନୀ ଗୃହରେ ୨୦୨୨-୨୩ ବର୍ଷ ଖରିଫ୍ ଋତୁ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଅଶୋକ କୁମାର…
‘ଜୀବନ ଦେବୁ ପଛେ ଭିଟାମାଟି ଛାଡିବୁନି’
ଯାଜପୁର ଅଫିସ,୨୫ା୧୧: ଯାଜପୁର ଜିଲା ପ୍ରଶାସନିକସ୍ତରରେ ଶିଳ୍ପପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି ଅଧିଗ୍ରହଣ ବେଳେ ଓଡ଼ିଶା ଭୂସଂସ୍କାର ଆଇନର ବ୍ୟାପକ ଉଲ୍ଲଂଘନ କରାଯାଇଛି । ଘରୋଇ ପୁଞ୍ଜି ନିବେଶରେ କଳିଙ୍ଗନଗରରେ ବହୁ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ…
ସେତୁ ନିର୍ମାଣ ପାଇଁ କାଟିଦେଲେ ଶତାଧିକ ଗଛ
କାଳିଆପାଣି,୨୫ା୧୧(ଡି.ଏନ.ଏ.): ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଡମଶାଳ ନାଳରେ ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର କାଲିଆପାଣିଠାରୁ ଓସ୍ତପାଳକୁ ସଂଯୋଗ ନିମନ୍ତେ ଏକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଯାଜପୁର ଟାଉନ ଅଞ୍ଚଳର ଜଣେ ଠିକାଦାର ଏହି କାର୍ଯ୍ୟ ହାତେଇଛନ୍ତି। ଏଥିପାଇଁ…
କଟକରେ ହେବ ମଲ୍ଟିପର୍ପସିଂ ପାର୍କ
କଟକ ଅଫିସ,୨୫ା୧୧: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ପ୍ରଥମଥର ସହରବାସୀଙ୍କ ପାଇଁ ମଲ୍ଟିପର୍ପସିଂ ପାର୍କ ନିର୍ମାଣ ହେବ। ଜୁଡିସିଆଲ ଏକାଡେମୀ ନେତାଜୀ ସେତୁ ନିକଟରେ ଏହି ପାର୍କ ନିର୍ମାଣ କରିବାକୁ ସିଏମ୍ସି ଯୋଜନା ପ୍ରସ୍ତୁତ କରିଛି। ଏଥିରେ ଫୁଡ୍ କୋର୍ଟ ବ୍ୟବସ୍ଥା…
୫ ପଞ୍ଚାୟତରେ ଦୁର୍ନୀତି
ମଙ୍ଗୁଳି/ଜଗତପୁର/ଟାଙ୍ଗୀ-ଚୌଦ୍ୱାର,୨୫ା୧୧(ଡି.ଏନ୍.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଗୁରୁବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ପ୍ରାୟ ତିନି ଘଣ୍ଟା ବ୍ଲକ କାର୍ଯ୍ୟାଳୟକୁ ଆନ୍ଦୋଳନକାରୀ ଅଚଳ କରିଦେଇଥିଲେ ।…
ଭକ୍ତଙ୍କୁ ରୁମ୍ ଦେବା ନାମରେ ଠକେଇ
ପୁରୀ ଅଫିସ, ୨୫ା୧୧: ଶ୍ରୀମନ୍ଦିର ପ୍ରଶାସନ ଅଧୀନସ୍ଥ ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସରେ ଭକ୍ତଙ୍କୁ ରୁମ୍ ଦେବା ନାମରେ ସାଇବର ଲୁଟେରା ଠକୁଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ…

