ପଦ୍ମପୁର ଉପ-ନିର୍ବାଚନ: ଆଶୀର୍ବାଦ ଲୋଡ଼ୁଛନ୍ତି ବର୍ଷା
ପଦ୍ମପୁର,୨୫।୧୧(ଡି.ଏନ୍.ଏ.): ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଶୁକ୍ରବାର ପାଇକମାଳ ଜାମସେଠରେ ଆଶୀର୍ବାଦ ମହିଳା ସମାବେଶ ଆରମ୍ଭ ହୋଇଛି। ବର୍ଷା ସିଂ ବରିହାଙ୍କୁ ଅଞ୍ଚଳବାସୀ ଆଶୀର୍ବାଦ ଉଦ୍ଦେଶ୍ୟରେ ବହୁ ହେବିୱେଟ୍ ମଇଦାନକୁ ଓହ୍ଲାଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନେତୃତ୍ୱରେ ଆୟୋଜିତ…
ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା
ଭବାନୀପାଟଣା,୨୫।୧୧(ସ୍ବ.ପ୍ର): କଳାହାଣ୍ଡି ଜିଲାରେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲା ସଦର ଥାନା ଅଧୀନ ପଞ୍ଚକୁଲା ଗାଁର ଲାଲବତି ମାଝୀ ନାମକ ଜଣେ…
ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ
କେସିଙ୍ଗା,୨୫।୧୧(ଡି.ଏନ୍.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି ସାମନ୍ତ ଖମାରୀଙ୍କ ନେତୃତ୍ୱରେ ଜିଲାର ଶତାଧିକ ଚାଷୀ ଯୋଗଦେଇ ଏଫସିଆଇ କାର୍ଯ୍ୟାଳୟ ଘେରାଉ କରିଛନ୍ତି।…
ଶ୍ରୀମନ୍ଦିରରେ ମୁତୟନ ଥିବା ପୋଲିସ କର୍ମଚାରୀଙ୍କୁ ମୋବାଇଲ ମନା
ପୁରୀ ଅଫିସ,୨୫।୧୧: ଶ୍ରୀମନ୍ଦିରରେ ମୁତୟନ ହୋଇଥିବା ହୋମ୍ ଗାର୍ଡ,ଓଏସ୍ଏପି ଯବାନ ସମେତ ପୋଲିସ କର୍ମଚାରୀଙ୍କୁ ମୋବାଇଲ୍ ବାରଣ କରାଯାଇଛି। ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଫଟୋ, ଭିଡିଓ ଭାଇରାଲ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ସିନିଅର ଅଫିସରଙ୍କୁ ମୋବାଇଲ ନେବାକୁ…
ନିହତ ହୋଇଥିବା ୨ ମାଓବାଦୀ ଛତିଶଗଡ଼ କ୍ୟାଡର୍, ହୋଇଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା: ଆଇଜି ଅମିତାଭ
ବଲାଙ୍ଗୀର ଅଫିସ, ୨୫।୧୧: ବଲାଙ୍ଗୀର-ବରଗଡ ଜିଲା ସୀମା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିଲେ। ଏହି ଘଟଣା ପରେ ସ୍ଥିତି ଅନୁଧ୍ୟାନ କରିବାକୁ ଏକ ଉଚ୍ଚସ୍ତରୀୟ ପୋଲିସ…
ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍, ଛାତ୍ରୀ ଆହତ
ନିରାକାରପୁର,୨୫ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍ ପରୀକ୍ଷା ଦେଉଥିବା ସମୟରେ ଛାତ୍ରୀ ମୋନାଲିସା ମହାନ୍ତିଙ୍କ ଉପରେ ଫ୍ୟାନ୍ଟି ଖସି ପଡ଼ିଥିଲା। ଫଳରେ…
ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ
ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା ବିଭିନ୍ନ ଦାବି ପୂରଣ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ,…
ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ
ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ…
ବାଟିଗୋରଡ଼ା ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ
ସାକ୍ଷୀଗୋପାଳ,୨୫ା୧୧(ଡି.ଏନ୍.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକ ନିକଟ ବାଟିଗୋରଡ଼ା ଗ୍ରାମରେ ଜମିଜମା ବିବାଦକୁ ନେଇ ୨୦୧୮ରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷରୁ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କ ଅନ୍ତରୀଣ ଜାମିନ ଆବେଦନ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା…
ମରଣଯନ୍ତା ପାଲଟିଛି ରାସ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା
କର୍ଲାମୁଣ୍ଡା,୨୫।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ଛକଠାରୁ ବେଲଖଣ୍ଡି ପର୍ଯ୍ୟନ୍ତ ପ୍ରଶସ୍ତୀକରଣ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଉକ୍ତ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ପ୍ରତିଦିନ ଦୁର୍ଘଟଣା ଶିକାର ହେଉଥିବା ଅଭିଯୋଗ ହେଉଛି। ରାସ୍ତାରେ…
ନିଲାମ ହେଉନି, ଖତ ଖାଉଛି ସରକାରୀ ଗାଡ଼ି
ଭବାନୀପାଟଣା,୨୫।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ସରକାରୀ ଗାଡି। ଦୀର୍ଘ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ଗାଡିଗୁଡିକ ଏବେ ପରିତ୍ୟକ୍ତ ଭାବେ ସେଠାରେ ପଡିରହିଛି। ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ସରକାରୀ ଅଧିକାରୀଙ୍କ କ୍ଷେତ୍ର…
ଖବର ପ୍ରସାରଣ ପରେ ଅଙ୍ଗନୱାଡି କୋଠା ନିର୍ମାଣ ଆରମ୍ଭ
ବେହେରା,୨୫ା୧୧(ଡି.ଏନ.ଏ.): ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମପଞ୍ଚାୟତସ୍ଥିତ ଅଙ୍ଗନୱାଡି କେନ୍ଦ୍ର ନଂ୧ର ଶିଶୁମାନେ ଗଳି ସନ୍ଧିରେ ଶିଶୁ ଦିବସ ପାଳନ କରିଥିଲେ। ଦୀର୍ଘ ଏକ ବର୍ଷ ଧରି କୋଠା ନିର୍ମାଣରେ ବିଳମ୍ବ ଯୋଗୁ ଶିଶୁମାନଙ୍କ ପ୍ରାକ୍ ପ୍ରାଥମିକ ଶିକ୍ଷା ସହ…

