‘ନିର୍ଭୀକ ଭାବେ କଲମ ଚଳାଅ’

ଭୁବନ, ୩।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବରିଷ୍ଠ ନାଗରିକ ସଭାଗୃହରେ ରବିବାର ଆଞ୍ଚଳିକ ସାହିତ୍ୟ କଳାସେବା ପରିଷଦର ସାରସ୍ବତ ସମାବେଶ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତି୍ୟକ ତଥା ବରିଷ୍ଠ ପ୍ରଶାସକ ହରିଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରି କହିଲେ, ସମକାଳୀନ ସମାଜର ସମସ୍ୟା ସମାଧାନ କରିବାରେ ସାହିତି୍ୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତୋଷାମତ ଛାଡ଼ି ନିର୍ଭୀକ ଭାବେ କଲମ ଚଳାଇବା ପାଇଁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ପ୍ରଫେସର ଡ. ବିବେକାନନ୍ଦ ପାଣିଗ୍ରାହୀ କହିଲେ, ଭୁବନ ଶାସନର କେଶବ ମିଶ୍ରଙ୍କ ଜ୍ୟୋତିଷ ଶିକ୍ଷା ପୁସ୍ତକ ଏବେ ବି ଚହଳ ସୃଷ୍ଟି କରୁଛି। ସେହିପରି ଗଡ଼ଜାତ ପ୍ରଜା ଆନ୍ଦୋଳନରେ ପଣ୍ଡିତ ଗଙ୍ଗାଧର ମିଶ୍ର, ପଣ୍ଡିତ ପଦ୍ମନାଭ ମିଶ୍ର, ନାଟ୍ୟକାର ପୀତାମ୍ବର ମିଶ୍ର, ସାହିତି୍ୟକ କୃପାସାଗର ସାହୁ, ଶାଳବଣର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସ୍ବାଧୀନତା ସଂଗ୍ରାମରେ ଶହୀଦ ବାଜି ରାଉତଙ୍କ ବଳିଦାନ ଏହି ମାଟିକୁ ଗୌରବାନ୍ବିତ କରିଛି। ଏହି ଧାରା ଆଗକୁ ନେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭୁବନ ମହିଳା କଲେଜର ଅଧ୍ୟକ୍ଷ ଦିଲୀପ ଦାସ, ନବ ନିର୍ମାଣ କୃଷକ ସମାଜ ସଭାପତି ବିପ୍ରବର ସାହୁ, ସାହିତି୍ୟକ ଡା. ରବୀନ୍ଦ୍ର କୁମାର ସାହୁ, ଓଡ଼ିଶା ବିକାଶ ପରିଷଦର ଆବାହକ ରାଜନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଢେଙ୍କାନାଳର ସାରସ୍ବତ ସାଧକଙ୍କ ରଚନାବଳୀଙ୍କୁ ନେଇ ଏକ ପୁସ୍ତକ ପ୍ରକାଶ କରିବାକୁ ମତବ୍ୟକ୍ତ କରିଥିଲେ।
ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ପାଲା ଗାୟକ ଅଶୋକ କୁମାର ସାମଲ, ଚିତ୍ରଶିଳ୍ପୀ ନାରାୟଣ ସାହୁ, ନାରୀକବି ବିଳାସିନୀ ପୃଷ୍ଟି, ବିଳାସିନୀ ମିଶ୍ରଙ୍କ ସମେତ ବହୁ କବି କବିତା ପାଠ କରିଥିଲେ। ସାହିତି୍ୟକ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବାବେଳେ ସଙ୍ଗଠନ ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri