‘ନିର୍ଭୀକ ଭାବେ କଲମ ଚଳାଅ’

ଭୁବନ, ୩।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ବରିଷ୍ଠ ନାଗରିକ ସଭାଗୃହରେ ରବିବାର ଆଞ୍ଚଳିକ ସାହିତ୍ୟ କଳାସେବା ପରିଷଦର ସାରସ୍ବତ ସମାବେଶ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାହିତି୍ୟକ ତଥା ବରିଷ୍ଠ ପ୍ରଶାସକ ହରିଶ ଚନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରି କହିଲେ, ସମକାଳୀନ ସମାଜର ସମସ୍ୟା ସମାଧାନ କରିବାରେ ସାହିତି୍ୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତୋଷାମତ ଛାଡ଼ି ନିର୍ଭୀକ ଭାବେ କଲମ ଚଳାଇବା ପାଇଁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ପ୍ରଫେସର ଡ. ବିବେକାନନ୍ଦ ପାଣିଗ୍ରାହୀ କହିଲେ, ଭୁବନ ଶାସନର କେଶବ ମିଶ୍ରଙ୍କ ଜ୍ୟୋତିଷ ଶିକ୍ଷା ପୁସ୍ତକ ଏବେ ବି ଚହଳ ସୃଷ୍ଟି କରୁଛି। ସେହିପରି ଗଡ଼ଜାତ ପ୍ରଜା ଆନ୍ଦୋଳନରେ ପଣ୍ଡିତ ଗଙ୍ଗାଧର ମିଶ୍ର, ପଣ୍ଡିତ ପଦ୍ମନାଭ ମିଶ୍ର, ନାଟ୍ୟକାର ପୀତାମ୍ବର ମିଶ୍ର, ସାହିତି୍ୟକ କୃପାସାଗର ସାହୁ, ଶାଳବଣର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସ୍ବାଧୀନତା ସଂଗ୍ରାମରେ ଶହୀଦ ବାଜି ରାଉତଙ୍କ ବଳିଦାନ ଏହି ମାଟିକୁ ଗୌରବାନ୍ବିତ କରିଛି। ଏହି ଧାରା ଆଗକୁ ନେବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭୁବନ ମହିଳା କଲେଜର ଅଧ୍ୟକ୍ଷ ଦିଲୀପ ଦାସ, ନବ ନିର୍ମାଣ କୃଷକ ସମାଜ ସଭାପତି ବିପ୍ରବର ସାହୁ, ସାହିତି୍ୟକ ଡା. ରବୀନ୍ଦ୍ର କୁମାର ସାହୁ, ଓଡ଼ିଶା ବିକାଶ ପରିଷଦର ଆବାହକ ରାଜନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଢେଙ୍କାନାଳର ସାରସ୍ବତ ସାଧକଙ୍କ ରଚନାବଳୀଙ୍କୁ ନେଇ ଏକ ପୁସ୍ତକ ପ୍ରକାଶ କରିବାକୁ ମତବ୍ୟକ୍ତ କରିଥିଲେ।
ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ପାଲା ଗାୟକ ଅଶୋକ କୁମାର ସାମଲ, ଚିତ୍ରଶିଳ୍ପୀ ନାରାୟଣ ସାହୁ, ନାରୀକବି ବିଳାସିନୀ ପୃଷ୍ଟି, ବିଳାସିନୀ ମିଶ୍ରଙ୍କ ସମେତ ବହୁ କବି କବିତା ପାଠ କରିଥିଲେ। ସାହିତି୍ୟକ ପଣ୍ଡିତ ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବାବେଳେ ସଙ୍ଗଠନ ସମ୍ପାଦକ ସୁରେନ୍ଦ୍ର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri